ମନୋରଞ୍ଜନ

ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକଙ୍କ ସଫଳତା, ‘କେବିସି’ରେ ଜିତିଲେ ୧୩ ଲକ୍ଷ ୪୦ ହଜାର – Utkal Mail



ନବରଙ୍ଗପୁର: ଶାଶ୍ୱତ ପଟ୍ଟନାୟକ‘କୌନ୍ ବନେଗା କରୋଡ୍ ପତି’ଜୁନିୟରେ ଅଂଶଗ୍ରହଣ କରି ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ଉମରକୋଟର ଶାଶ୍ଵତ ପଟନାୟକ ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ କେବିସି ଖେଳି ଜିତିଲେ ୧୩ ଲକ୍ଷ ୪୦ ହଜାର ଟଙ୍କା। ଯାହାକୁ ନେଇ ବାପା-ମାଆଙ୍କ ସହ ପ୍ରତ୍ୟେକ ଓଡ଼ିଆବାସୀ ଗର୍ବିତ।

ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ। ଶୋ’ ସୋନି ଟିଭିରେ ନଭେମ୍ବର ୨୭ ତାରିଖରେ ପ୍ରସାରିତ ହୋଇଥିଲା। ଶାଶ୍ୱତ କିଛି ଦିନ ପୂର୍ବରୁ ରିଆଲିଟି ଶୋ’ରେ ଭାଗ ନେବାକୁ ଆବେଦନ କରିଥିଲେ। ଏଥିପାଇଁ କେବିସି ଟିମ କିଛି ପରୀକ୍ଷା କରିଥିଲେ ଏବଂ ସେ ସମସ୍ତ ପରୀକ୍ଷାକୁ ସଫଳତାର ସହ ଜିତିଥିଲେ। ପରେ ତାଙ୍କୁ ଟେଲିଭିଜନରେ କେବିସି ଖେଳିବାକୁ ମନୋନୀତ କରାଯାଇଥିଲା।

ଶାଶ୍ୱତଙ୍କ ପିତା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ତାଙ୍କ ମାଆ ଅର୍ଥନୀତିର ଅଧ୍ୟାପକ ଅଟନ୍ତି। ତାଙ୍କ ପିତାଙ୍କ ନାମ ନରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ମାତାଙ୍କ ନାମ ତୁଷାରୀ କୁମାରୀ ପଟ୍ଟନାୟକ। ଶାଶ୍ୱତଙ୍କର ଏହି ସଫଳତା ଖବର ପ୍ରଚାର ହେବା ପରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଶାଶ୍ବତ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଲୋକପ୍ରିମ ଗେମ୍ ସୋ କେବିସି-୧୫ ୮ ରୁ ୧୫ ବର୍ଷ ମଧ୍ୟରେ ପ୍ରତିଯୋଗୀଙ୍କ ସହିତ କିଡ୍ ଜୁନିଅର୍ସ ୱିକ୍ ଖେଳ ଚାଲିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button