ଓଡିଶା

ପଲିଥିନ ଗୋଟାଇ ଦିନ କାଟନ୍ତି, ଏବେ ରାସ୍ତା କଡରେ ଗର୍ଭବତୀ ମହିଳା କରିଲେ ଶିଶୁ ପ୍ରସବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣି ଆପଣଙ୍କ ହୃଦୟ ଭାଙ୍ଗି ପଡିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏକ ଗରିବ ପରିବାରଙ୍କର ରାସ୍ତା କଡରେ ହିଁ ବିତିଥାଏ ଜୀବନ, ମୋଟ ଉପରେ କହିବାକୁ ଗଲେ ଏହି ରାସ୍ତାକଡ ହିଁ ତାଙ୍କର ବ୍ୟବସାୟର ପନ୍ଥା । ସେମାନେ ପ୍ରତିଦିନ ବାହାରି ଥାନ୍ତି ପଲିଥିନ ଗୋଟାଇବାକୁ । ଏବଂ ସେଥିରୁ ଯାହା ଦୁଇ ପଇସା ମିଳିଥାଏ ସେଥିରେ ପରିବାର ଚଳିଥାଏ ।

ତେବେ କହିବାକୁ ଗଲେ ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନେକ ଯୋଜନା ମାନ ରହିଛି । କିନ୍ତୁ ସମ୍ବଲପୁରରେ ଏହିଭଳି ଏକ ବିକଳ ଯନ୍ତ୍ରଣା ସାମ୍ନା କୁ ଆସିଛି । ତେବେ ସମ୍ବଲପୁରର ଏହି ଘଟଣା ରାଜ୍ୟରେ ଥିବା ଶିଶୁ ଏବଂ ମା’ କଲ୍ୟାଣ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ଜଣେ ଗର୍ଭବତୀ ମା’ ରାସ୍ତା କଡରେ ଆଜି ଶିଶୁ ପ୍ରସବ କରିଥିବାର ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ ରାଉରକେଲାର ସରସ୍ଵତୀ ନାୟକ ନାମକ ଜଣେ ଗରିବ ମହିଳା ତାଙ୍କ ସ୍ଵାମୀ ରବି ନାୟକ ଙ୍କ ସହିତ କିଛି ଦିନ ହେବ ସମ୍ବଲପୁରରେ ଆସି ରହୁଥିଲେ । ତେବେ ସେମାନେ ମୁଖ୍ୟତଃ ଜରି ଅଥବା ପଲିଥିନ ଗୋଟାଇ ଚଳିଥାନ୍ତି । ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ବୁଧବାର ଭୋର ୩ ଟା ସମୟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ।

ମାତ୍ର ଅସଚେତନତା ଯୋଗୁଁ ମହିଳା ଜଣଙ୍କ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ନ ହୋଇଥିବା ବେଳେ ବୁଧବାର ଭୋର ୪ ଟା ସମୟରେ ଏକ ଶିଶୁପୁତ୍ର କୁ ଜନ୍ମ ଦେଇଥିଲେ । ଏ ନେଇ ଜିଲ୍ଲା ପ୍ରଶାସନ ଙ୍କୁ ସୂଚନା ଦେବାପରେ ଯୋଶ୍ନା ତ୍ରିପାଠୀ ସକ୍ଷୀ ସେଣ୍ଟର ର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ହସ୍ପିଟାଲ କୁ ନେଇଥିଲେ ।

ବର୍ତ୍ତମାନ ମହିଳା ଏବଂ ଶିଶୁ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ତିର ଥିବା ଜଣା ପଡିଛି । ଏହା ପୂର୍ବରୁ ମହିଳା ଙ୍କର ୩ ଟି ଶିଶୁ ରହିଛନ୍ତି । ବର୍ତ୍ତମାନ ମହିଳା ଙ୍କ ର ସମୁଦାୟ ୨ ଟି ଝିଅ ଏବଂ ୨ ଟି ପୁଅ ଅଛନ୍ତି । ତେବେ ବର୍ତମାନ ମା’ ଛୁଆ ଭଲ ଥିବାର ସୂଚନା ମିଳିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button