ଜୀବନଶୈଳୀ

ଏସବୁ ସମୟରେ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁନି, ଭୟଙ୍କର ହୋଇପାରେ ପରିଣାମ

କର୍ମ ଅନୁସାରେ ଫଳ ମିଳିଥାଏ। ଭଲ କର୍ମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ମିଳିଥାଏ। ପ୍ରତ୍ୟେକ ଭୁଲ କର୍ମ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଜୀବିତ ଅବସ୍ଥାରେ ନ ହେଲେ ବି ମୃତ୍ୟୁ ପରେ କର୍ମର ଫଳ ନିଶ୍ଚୟ ମିଳିଥାଏ। ସେହି ଅନୁସାରେ ବ୍ୟକ୍ତି ସ୍ୱର୍ଗକୁ ଯିବ ନା ନର୍କକୁ ତାହାର ନିଷ୍ପତ୍ତି ନେଇଥାନ୍ତି ଯମରାଜ। ଅନ୍ୟ ସାଧାରଣ କାମ ସମେତ ଭୁଲ ସମୟରେ ସମ୍ଭୋଗ କଲେ ମଧ୍ୟ ନର୍କ ଯିବାକୁ ପଡ଼ିଥାଏ। ଖାଇବା, ପିଇବା, ରହିବାର ଯେମିତି ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି ସେହିପରି ସମ୍ଭୋଗର ମଧ୍ୟ ନିୟମ ରହିଛି। ହିନ୍ଦୁ ଧର୍ମଗ୍ରନ୍ଥ ଓ ଶାସ୍ତ୍ରରେ ଶାରୀରିକ ସମ୍ପର୍କ ରଖିବାର ସଠିକ୍‌ ସମୟ ବିଷୟରେ କୁହାଯାଇଛି। ଏଥିସହ କେଉଁ ସମୟରେ ଯୌନ ସମ୍ପର୍କ ରଖିବାରୁ ବିରତ ରହିବା ଉଚିତ ସେ ସମ୍ପର୍କରେ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

What It's Really Like Being a Young Woman With a Low Sex Drive

ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣଖଣ୍ଡରେ କୁହାଯାଇଛି ଯେ ଦିନରେ, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ସମୟରେ ସ୍ତ୍ରୀ ଓ ପୁରୁଷଙ୍କୁ ଯୌନ ସମ୍ପର୍କ ରଖିବାରୁ ବିରତ ରହିବା ଉଚିତ। ଏଭଳି କରିବା ଦ୍ୱାରା ଆଗାମୀ ସାତ ଜନ୍ମ ଯାଏଁ ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାଏ। ଏଥିସହ ଆର୍ଥିକ ସଙ୍କଟର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ କେତେକ ନିର୍ଦ୍ଦିଷ୍ଟ ତିଥି ରହିଛି ଯେଉଁଥିରେ ସେକ୍ସ କରିବା ଅନୁଚିତ। ଏନେଇ ମହାଭାରତର ଅନୁଶାସନ ପର୍ବରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏସବୁ ତିଥିରେ ଶାରୀରିକ ସମ୍ପର୍କ ରଖିରେ ବ୍ୟକ୍ତି ପରଜନ୍ମରେ ନୀଚ ଯୋନି ଯଥା: କୀଟପତଙ୍ଗ, ଜୀବଜନ୍ତୁ ଭାବେ ଜନ୍ମ ହୋଇଥାଏ। ଏଥିସହ ନର୍କ ମଧ୍ୟ ଭୋଗ କରିଥାଏ।

Snack on almonds to boost your sex drive, study says

ଏହା ବ୍ୟତୀତ ପୂର୍ଣ୍ଣିମା, ଚତୁର୍ଦ୍ଦଶୀ ଓ ଅଷ୍ଟମୀ ତିଥିରେ ମଧ୍ୟ ଯୌନ ସମ୍ବନ୍ଧ ରଖିବା ମନା। ଏଭଳି କରିବା ଦ୍ୱାରା ନର୍କ ଭୋଗ କରିବାକୁ ପଡ଼ିଥାଏ। ଏଥିସହ ଗ୍ରହଣ ଭଳି ଅଶୁଭ ତିଥିରେ ମଧ୍ୟ ସମ୍ଭୋଗ କରିବା ଅନୁଚିତ। ଜନ୍ମାଷ୍ଟମୀ, ରାମନବମୀ, ହୋଲି, ଶିବରାତ୍ରି, ନବରାତ୍ରି ଭଳି ଶୁଭ ତିଥିରେ ଦୈବୀ ଶକ୍ତି ସକ୍ରିୟ ରହିଥାନ୍ତି। ଏଣୁ ଏହି ସମୟରେ ସ୍ତ୍ରୀ ପୁରୁଷ ପରସ୍ପରର ନିକଟତର ହେବା ବିଶେଷ କରି ସହବାସ କରିବାକୁ ମନା କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button