ବିଚାର

ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି 10 ଟି ବଡ ସଙ୍କେତ

ଏହି ସଂସାରରେ ମଣିଷ ଜନ୍ମ ଅର୍ଥାତ ତାହାର ମୃତ୍ୟୁ ସୁନିଶ୍ଚିତ ଅଟେ । କିନ୍ତୁ ମୃତ୍ୟୁ ଏକ ଏମିତି ବିଷୟ ଅଟେ ଯାହା ବିଷୟରେ ସବୁ ମନୁଷ୍ୟକୁ ଜାଣିବାକୁ ଇଚ୍ଛା ରଖିଥାଏ । ମନୁଷ୍ୟର ମୃତ୍ୟୁ ପରେ ଆତ୍ମା କେଉଁ ଠିକି ଯାଏ, ପୂର୍ବ ଜନ୍ମ ସତ୍ୟ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରଶ୍ନ ମନୁଷ୍ୟ ମନରେ ଉଙ୍କି ମାରିଥାଏ । ସେଥିପାଇଁ ଗରୁଡ ପୁରାଣରେ ମନୁଷ୍ୟ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଓ ଆତ୍ମା ହେବା ପର୍ଯ୍ୟନ୍ତ ସବୁ କଥା କୁହାଯାଇଛି ।

ଗରୁଡ ପୁରାଣ ଛଡା ମୃତ୍ୟୁଅନ୍ୟ କେତେକ ଗ୍ରନ୍ଥରେ ବି ମନୁଷ୍ୟର ମୃତ୍ୟୁର ରହସ୍ୟ ବିଷୟରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ ରଚିତ ମୃତ୍ୟୁ ଆଗରୁ ମିଳୁଥିବା ୧୦ଟି ସଂକେତ ବିଷୟରେ କହିବୁ । ଯାହାକୁ ଦେଖି ଆପଣ ବ୍ୟକ୍ତିର ମୃତ୍ୟୁ ବିଷୟରେ ଜାଣି ପାରିବେ ।

ମନୁଷ୍ୟର ଛାଇ

ଯେତେବେଳେ କୌଣସି ମନୁଷ୍ୟର ସମୟ ଶେଷ ହେବାକୁ ଲାଗିଥାଏ ତେବେ ତାହାର ଛାଇ ବି ତାକୁ ଛାଡି ଦିଏ । ତେଲ କିମ୍ବା ପାଣିରେ ତାକୁ ତାହାର ଛାଇ ଦେଖିବା ବନ୍ଦ ହୋଇଯାଏ ।

ପୂର୍ବଜ

ଯଦି କୌଣସି ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ନିଜର ସମ୍ପକୀୟର ବହୁତ ନିକଟରେ ରହିଥିବ ତେବେ ସେ ନିଜର ଶେଷ ସମୟରେ ସେହି ମୃତ ପରିଜନକୁ ଦେଖି ପାରିବ । ସେହି ବ୍ୟକ୍ତିକୁ ଲାଗିବ କି କୌଣସି ଛାୟା ତାହାର ନିକଟରେ ରହୁଛି । ତେବେ ଏହାର ଅରଥ ସେହି ବ୍ୟକ୍ତି ନିଜର ପୂର୍ବଜ ସହିତ ମିଶିବାକୁ ଯାଉଛି ।

ଗନ୍ଧ

ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହେବାକୁ ଯାଉଛି ତେବେ ତାହାର ଶରୀରରୁ ଏକ ଅଜବ ପ୍ରକାରର ଗନ୍ଧ ଆସିବାକୁ ଲାଗିବ । ସେହି ବ୍ୟକ୍ତିର ଆଖପାଖ ଲୋକ ଜାଣି ନେବା ଉଚିତ କି ସେହି ବ୍ୟକ୍ତିର ମୃତ୍ୟୁ ସମୟ ନିକଟତର ଅଟେ । ସେଥିପାଇଁ ସମୟ ପୂର୍ବରୁ ସବୁ ମହତ୍ଵପୂର୍ଣ କାର୍ଯ୍ୟ କରିନେବା ଉଚିତ ।

ଆଇନା

ଯେତେବେଳେ ଆଇନାରେ ନିଜ ଚେହେରା ସ୍ଥାନରେ ଅନ୍ୟ କାହାର ଚେହେରା ଦେଖିବାକୁ ମିଳିବ କିମ୍ବା ନିଜର ହିଁ ଚେହେରା ଧୁନ୍ଦଲା ଦେଖାଯିବ ତେବେ ଜାଣି ଯିବେ କି ଆପଣଙ୍କ ମୃତ୍ୟୁ ସମୟ ଆସି ଯାଇଛି । ସେଥିପାଇଁ ନିଜ ଜୀବନକୁ ସାର୍ଥକ କରିବା ପାଇଁ କିଛି ଉଚିତ କାର୍ଯ୍ୟ କରିନେବା ଉଚିତ ।

ଚନ୍ଦ୍ର

ଯଦି କୌଣସି ବ୍ୟକ୍ତି ଚନ୍ଦ୍ରକୁ ଦେଖିବା ବେଳେ ତାକୁ ସେଥିରେ ଫାଟ ଦେଖାଯାଏ ତେବେ ସେ ବୁଝି ଯିବା ଉଚିତ କି ତାହାର ମୁତ୍ୟୁ ସମୟ ନିକଟତରେ ହୋଇଯାଇଛି ।ସେଥିପାଇଁ ତାକୁ ସମ୍ପର୍କୀୟଙ୍କ ସହ ସବୁ ଭେଦ ଭାବ ଭୁଲି ଆପାଣେଇ ନେବା ଉଚିତ ।

ଶରୀରର ରଙ୍ଗ

ଯେତେବେଳେ କୌଣସି ବ୍ୟକ୍ତିର ଶରୀରର ରଙ୍ଗ ଅଳ୍ପ ହଳଦିଆ ଓ ନାଲି ରଙ୍ଗ ଦେଖାଯିବ ତେବେ ସେହି ବ୍ୟକ୍ତିକୁ ବୁଝି ଯିବା ଉଚିତ କି ତାହାର ମୃତ୍ୟୁ ସମୟ ନିକଟର ଅଟେ ।

ସୂର୍ଯ୍ୟର ଉଜ୍ଵଳ

ଯେତେବେଳେ କୌଣସି ବ୍ୟକ୍ତିକୁ ଚନ୍ଦ୍ର କିମ୍ବା ସୂର୍ଯ୍ୟର କିରଣ ଦେଖାଦେବା ବନ୍ଦ ହୋଇଯିବ ତେବେ ତାହାର ମୃତ୍ୟୁ ନିକଟରେ ହୋଇ ଯାଇଛି । କିନ୍ତୁ ବେଳେ ବେଳେ କିଛି ବ୍ୟକ୍ତିଙ୍କୁ ଦ୍ରୁଷ୍ଟି ଶକ୍ତି ଖରାପ ଯୋଗୁ ବି ଏହିଭଳି ଦେଖାଯାଇଥାଏ ।

ମୁହଁର କଠୋରତା

ଯେତେବେଳେ କୌଣସି ବ୍ୟକ୍ତିର ମୁହଁ ଓ ନାକ ଓ ଜିଭ କଠୋର ହୋଇଯାଏ ତେବେ ତାକୁ ବୁଝି ଯିବାକୁ ହେବ କି ତାହାର ମୃତ୍ୟୁ ନିକଟରେ ହୋଇ ଯାଇଛି ।

ଆଖିର ଦୃଷ୍ଟିଶକ୍ତି

ମନୁଷ୍ୟର ମୃତ୍ୟୁ ଯେତେବେଳେ ନିକଟତର ହୋଇଯାଏ ସେତେବେଳେ ତାହାର ଦ୍ରୁଷ୍ଟି ଶକ୍ତି ଶେଷ ହେବାକୁ ଲାଗିଥାଏ ଓ ତାହାର ପାଖରେ ଥିବା ବ୍ୟକ୍ତିକୁ ସେ ଦେଖି ପାରେ ନାହିଁ । ଏହି ସ୍ଥିତିରୁ ଜଣାପଡେ କି ତାହାର ମୃତ୍ୟୁ ନିକଟରେ ହୋଇ ଯାଇଛି ।

ଦିବ୍ୟ ଆଲୋକ

ଯେଉଁ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ପରୋପକାର ଓ ଭଲ କାମ କରିଥାନ୍ତି ସେମାନଙ୍କୁ ଶେଷ ସମୟରେ ଏକ ଦିବ୍ୟ ଆଲୋକ ଦେଖାଯାଏ । ଏହି ପ୍ରାଣୀ ମୃତ୍ୟୁ ସମୟରେ କୌଣସି ପ୍ରକାରରେ ଭୟଭୀତ ହୁଅନ୍ତି ନାହିଁ କି ସେମାନଙ୍କର ଯିବା ପରେ କାହାକୁ ବି ତାଙ୍କର ଅଭାବ ଦେଖାଯାଏ ନାହିଁ । ଏହିଭଳି ମନୁଷ୍ୟ କିଛି ବର୍ଷ ପର୍ଯ୍ୟନ୍ତ ବହୁତ ଲୋକଙ୍କୁ ତାଙ୍କର ଜୀବିତର ଆଭାସ କରାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button