ବିଚାର

ମାର୍ଗଶିର ଗୁରୁବାର ମାଣବସା ଦିନ ରାତିରେ କରନ୍ତୁ ଏହି ୧ ଖାସ୍ ଉପାୟ, ମାତା ଲକ୍ଷ୍ମୀ ଆସିବେ ଘରକୁ, ରାତା ରାତି ହେବେ ମାଲାମାଲ୍

ମା ଲକ୍ଷ୍ମୀ ଙ୍କୁ ପ୍ରତ୍ଯେକ ଗୁରୁବାର ପସନ୍ଦ ହୋଇଥିଲେ ମଧ୍ୟ ମାର୍ଗଶିର ମାସର ସମସ୍ତ ଗୁରୁବାର ମା ଲକ୍ଷ୍ମୀ ଙ୍କୁ ଅତି ପ୍ରିୟା ହୋଇଥାଏ । ଏହି ଦିନରେ ସମସ୍ତେ ସେ ଧନୀ ହେଉ ବା ଗରିବ, ଉଚ୍ଚ ଜାତି ହେଉ କି ନିଚ୍ଚ ଜାତି ଧାନ ମାଣ ବସାଇ ମାଆ ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ଓଡିଆ ଘରର ବୋହୁମାନେ ଏହାକୁ ଭକ୍ତି ଓ ନିଷ୍ଠାର ସହ କରିଥାନ୍ତି । ପୂଜାର ପୂର୍ବଦିନ ଘରକୁ ଭଲ ଭାବରେ ଧୋଇ ପୋଛା ମାରି ଅରୁଆ ଚାଉଳ ବାଟି ସେଥିରେ ଲକ୍ଷ୍ମୀ ପାଦ, ପଦ୍ମ ଫୁଲ, ହାତୀ, କଦଳୀ ଗଛ, ଶଙ୍ଖ ଇତ୍ୟାଦି ର ଝୋଟି ପକାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ମାର୍ଗଶୀର ମାଣବସା ଗୁରୁବାର ଦିନ ଦିନରେ ପୂଜା କରିବା ସହ ରାତିରେ କେଉଁ ଗୋଟିଏ ଖାସ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କ ଉପରେ ନିଜର କୃପା ବର୍ଷା କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମେ ଆମେ ଜାଣିବା ଯେ ଗୁରୁବାର ଲକ୍ଷ୍ମୀ ମା ଙ୍କ ପୂଜା ବିଧି ବିଷୟରେ କିଛି କଥା । ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ପ୍ରଥମେ ଆମେ ପଦ୍ମ ଫୁଲ, କୁସୁମ ଫୁଲ, ଏବଂ ଅନ୍ୟ ସବୁ ଜିନିଷ ଆଣିଥାଉ । ତାପରେ ଏକ ଖଟୁଲି ନେଇ ସେଥିରେ ପଦ୍ମଫୁଲ ର ଝୋଟି ଆଙ୍କିଥାଉ । ନାରୀମାନେ ଗୁରୁବାର ଦିନ ଶୁଦ୍ଧ ହୋଇ ଧାନ ମାଣରେ ନୂଆ ଧାନ ରଖି ଫଳ, ମୂଳ, ଅରୁଆ ଚାଉଳ, ଦୁବ ପତ୍ର, ଧୂପ ଦୀପ ନୈବେଦ୍ୟ ଦେଇ ମା ଙ୍କ ଆରାଧନା ଆରମ୍ଭ କରିଥାଉ ।

ଏବଂ ଶଙ୍ଖ ହୁଳହୁଳି ଦେଇ ଲକ୍ଷ୍ମୀ ପୁରାଣ ପାଠ କରିବା ସହିତ ଖିରି, ପୁରୀ, ଖେଚେଡ଼ି, ପିଠା ପଣା ଆଦି ଭୋଗରେ ଘର ପବିତ୍ର ଓ ଆନନ୍ଦିତ ହୋଇଯାଏ । ଗୁରୁବାର ଦିନ ତିନି ବେଳା ମା ଙ୍କ ପାଖରେ ଭୋଗ ଲାଗି କରାଯାଏ । ଏବେ ଆମେ ଜାନୋବା ଏକ ଖାସ ଉପାୟ ବିଷୟରେ ।

ଗୋଟିଏ ଉପାୟ

ପ୍ରଥମେ ଦୁଇଟି କଦଳୀ ନେବେ, ଧ୍ୟାନ ରଖିବେ ଯେପରି କଦଳୀ ସଫା ଥିବ । ଗୁରୁବାର ଦିନ ରାତିରେ ଏହି କଦଳୀକୁ ମାଆ ଙ୍କ ପାଖରେ ରଖନ୍ତୁ । ଏବଂ ହାତ ଯୋଡ଼ି ପ୍ରଥାନ କରି ମାଆ ଙ୍କୁ ନିଜର ମନର ଦୁଃଖ କଥା ଜଣାନ୍ତୁ । ତାପରେ ସିନ୍ଦୂର ଓ ତେଲ ନିଅନ୍ତୁ । ଏହି ସିନ୍ଦୂର ତେଲକୁ ଭଲସେ ମିଶାଇ କଦଳୀରେ ସ୍ଵସ୍ତିକର ଚିହ୍ନ ବନାନ୍ତୁ । ଏହା ପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କୁ ମବାରେ ଧ୍ୟାନ କରି ତାଙ୍କ ମନ୍ତ୍ର ଓମ ନମଃ ଭଗବତେ ବାସୁଦେବାୟ ନମଃ, ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ସେହି କଦଳୀକୁ ସେମିତି ହିଁ ରାତି ସାରା ମା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତୁ । ପର ଦିନ ସକାଳୁ ଉଠି ସ୍ନାନ କରିସାରି ମାଆ ଙ୍କ ପୂଜା କରିସାରି ସେହି କଦଳିକୁ ଘରର ସବୁ ସଦସ୍ୟଙ୍କୁ ଟିକେ ଟିକେ ବଣ୍ଟି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସବୁ ଗ୍ରହ ଦୋଷ ଦୁର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button