ବିଚାର

କେବେ ଖାଇଛନ୍ତି ପିଆଜରେ ପ୍ରସ୍ତୁତ ଓନିୟନ୍‌ ରିଂଗସ୍‌, ଥରେ ଖାଇକି ତ ଦେଖନ୍ତୁ

ଏବେ କରୋନା ଭାଇରସ ପାଇଁ ସ୍କୁଲ ଛୁଟି ହୋଇଯାଇଛି ଆଉ ପିଲାମାନେ ଘରେ ରହୁଛନ୍ତି। ଏହି ସମୟରେ ତାଙ୍କର ବିଭିନ୍ନ ଜିନିଷ ଖାଇବାକୁ ଇଚ୍ଛା ହେଉଥିବ। ଆପଣ ଏହି ସମୟରେ ଆଦୌ ବି ବାହାର ଖାଦ୍ୟ ପିଲାମାନଙ୍କୁ ଖୁଆନ୍ତୁ ନାହିଁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ଓନିଅନ ରିଙ୍ଗସ୍‌’ ବନାଇବା ରେସିପି ବନାଇବୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଇଦା – ୧ କପ୍‌

ଲୁଣ – ୧/୨ ଚାମଚ

ବେକିଂ ପାଉଡର – ୧/୨ ଚାମଚ

ଗାର୍ଲିକ ପାଉଡର – ୧ ଚାମଚ

ଗୋଲ ମରୀଚ – ୧ ଚାମଚ

ଅରିଗାନୋ – ୧ ଚାମଚ

ଅଲିଭ ଅଏଲ – ୧ ଚାମଚ

କ୍ଷୀର – ୧ ଚାମଚ

ପାଣୀ – ୧/୨ କପ୍‌

ଅଣ୍ଡାର ଧଳା ଅଂଶ – ଗୋଟିଏ

ପିଆଜ – ୨ ବଡ ସାଇଜ୍‌

ବ୍ରେଡ୍‌ କ୍ରମ୍ସ

onionପ୍ରସ୍ତୁତି ପ୍ରଣାଳୀ

ଏହି ରେସିପି ବନାଇବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ମଇଦା, ବେକିଂ ପାଉଡର, ଗାର୍ଲିକ ପାଉଡର, ଓରିଗାନୋ ଏବଂ କଳା ମରୀଚକୁ ଏକ ପାତ୍ରରେ ମିକ୍ସ କରନ୍ତୁ। ଏବେ ଏହି ମିକ୍ସଚରରେ ଅଲିଭ୍‌ ଅଏଲ ଏବଂ ଅଧା କପ୍‌ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଯେତେ ପର୍ଯ୍ୟନ୍ତ ତାହା ସ୍ମୁଥ ନ ହୋଇଛି। ଏବେ ପିଆଜର ସ୍ଲାଇସ୍‌ କରନ୍ତୁ ଏବଂ ଏହାକୁ ରିଂ ରିଂ କରି କାଢ଼ନ୍ତୁ। ପିଆଜକୁ ସ୍ଲାଇସ କରିବା ସମୟରେ ଆପଣଙ୍କୁ ଖାସ୍‌ ଧ୍ୟାନରେ ରଖିବା ଉଚିତ। ପିଆଜକୁ ସ୍ଲାଇସ୍‌ କରି ଧିରେ ଧିରେ ଅଲଗା କରନ୍ତୁ। ଏହାକୁ ୧୫ ମିନିଟ୍‌ ପାଇଁ ଅଲଗା କରି ରଖନ୍ତୁ।

ଏବେ ମଇଦା ଘୋଳରେ ପିଆଜର ରିଂକୁ ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରି ସେଟ୍‌ ହେବାକୁ ଦିଅନ୍ତୁ। ଏବେ ଅଣ୍ଡାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ସେଥିରେ ଲୁଣ ଏବଂ ଗୋଲ ମରୀଚ ମିଶାନ୍ତୁ। ଏବେ ମଇଦା ଘୋଳରୁ ପିଆଜର ରିଂକୁ ଅଣ୍ଡାର ଧଳା ଅଂଶରେ ବୁଡାଇ ଏକ ଟ୍ରେରେ ରଖନ୍ତୁ। ଏହାପରେ ଅଳ୍ପ ବ୍ରେଡ୍‌ ଗୁଣ୍ଡ ପକାଇ ତେଲରେ ଭଲ କରି ଛାଣନ୍ତୁ। ଏହା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଏହାକୁ ତେଲରେ ଛାଣନ୍ତୁ। ଆପଣ ଏହାକୁ ନିଜ ପସନ୍ଦର ଚଟଣୀ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button