ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳାଙ୍କ ପାଇଁ ଲାଭକାରୀ ଅଞ୍ଜିର, ଖାଆନ୍ତୁ ଅଞ୍ଜିର ଦୂର କରନ୍ତୁ ଅନେକ ରୋଗ

ଆପଣ ତ ବିଭିନ୍ନ ପ୍ରକାର ଫଳ ଖାଇଥିବେ। କିନ୍ତୁ କେବେ ଅଞ୍ଜିର ଖାଇଛନ୍ତି କି ? ଯଦି ଖାଇନାହାନ୍ତି, ତେବେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଶୁଖିଲା ଅଞ୍ଜିରରେ ଭରପୂର ମାତ୍ରାରେ କ୍ୟାଲସିୟମ ଭରି ରହିଥାଏ। ଏଥିପାଇଁ ଏହା ହାଡକୁ ମଜବୁତ କରିଥାଏ। ଅଞ୍ଜିରରେ ଥିବା ପୋଟାସିୟମ ବ୍ଲଡସୁଗାରକୁ ନିୟନ୍ତ୍ରିତ କରିବା ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଲାଭକାରୀ ହୋଇଥାଏ। ଗର୍ଭାବସ୍ଥାରେ ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ଅଞ୍ଜିର। ରାତିରେ ଶୋଇବା ପୂର୍ବରୁ ଶୁଖିଲା ଅଞ୍ଜିରକୁ ବତୁରାଇ ଦିଅନ୍ତି। ସକାଳୁ ଉଠି କ୍ଷୀରରେ ମିଶାଇ ଖାଇବା ଦ୍ୱାରା ଶରୀରରୁ ଦୁର୍ବଳତା ଦୂର ହୋଇଥାଏ।

anjir1

ଏଥିରେ ଥିବା ଓମେଗା ୩, ଓମେଗା ୬, ଫ୍ୟାଟି ଏସିଡ ଯାହା ହୃଦରୋଗ ପାଇଁ ବେଶୀ ଲାଭଦାୟକ। ଏଥିରେ ଫାଇବର ଉଚ୍ଚମାତ୍ରାରେ ରହିଥାଏ। ଏହାକୁ ପ୍ରତିଦିନ ସେବନ କଲେ କୋଷ୍ଠକାଠିନ୍ୟ, ଗ୍ୟାସ ଏବଂପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ପ୍ରୋଟିନ, କାର୍ବୋ ହାଇଡ୍ରେଟ୍‌, ମିନେରାଲ, ଏସିଡ, ଫ୍ୟାଟି,ଫାଇବର ରହିଥାଏ।

 

କିନ୍ତୁ ସାବଧାନ ! ସବୁଦିନ ନିର୍ଦ୍ଧାରିତ ମାତ୍ରାରେ ଅଞ୍ଜିର ବ୍ୟବହାର କରନ୍ତୁ। ଏହାକୁ ଅଧିକ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ତରଳ ଝାଡା ହୋଇପାରେ। ରାତିରେ ଏହାକୁ ଖାଇବା ପରେ ବ୍ରଶ କରିବା ଜରୁରୀ। ପେଟ ଖରାପ ଥିଲେ ଏହାକୁ ଖାଆନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button