ଦେଶ ବିଦେଶ

ବିଦେଶୀ ଖେଳାଳୀଙ୍କ ବଡ ହୃଦୟ, ଅକ୍ସିଜେନ ପାଇଁ “ପିଏମ କେୟାର ଫଣ୍ଡ”କୁ ଏତେ କୋଟି ଟଙ୍କା ଦାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ପ୍ୟାଟ କ୍ୟୁମିନ୍ସ

ପୁରା ବିଶ୍ବରେ କରୋନା ମହାମାରୀ ଯେପରି ଭାବେ ବଢିବାରେ ଲାଗିଛି ତାହାର ଅନ୍ତ କେତେ ହେବ ତାହା କହିବା ସମ୍ଭବ ହେଉନାହି । ଚୀନରୁ ଆସିଥିବା ଏହି ମା-ରା-ତ୍ମ-କ ଭାଇରସ ଅଙ୍କେ ଲୋକଙ୍କୁ ସଂକ୍ରମଣ କରି ମରଣ ମୁହଁକୁ ନେଇ ସାରିଲାଣି । ବର୍ତ୍ତମାନ କରୋନାର ଦିତୀୟ ଲହରୀ ବା ସୋପାନ ଏତେ ମାତ୍ରାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଯେ ଯାହାର କଳ୍ପନା ସ୍ଵପ୍ନରେ ସୁଧା କରାଯାଇ ନ ଥିଲା । କରୋନାର ଆତଙ୍କ ଯୋଗୁ ପୁରା ଦେଶରେ ଚିତ୍କାର ଶୁଭିବାରେ ଲାଗିଛି ।

ଅନେକ ସ୍ଥାନରେ ଅକ୍ସିଜେନର ଅଭାବ ଦେଖା ଗଲାଣି ତ ଆଉ କେତେକ ସ୍ଥାନରେ ମେଡିକାଲରେ ବେଡର ଅଭାବ ଦେଖା ଯାଉଛି । କାରୋନା ମହାମାରୀରେ କିଏ ନିଜର ମାତା ପିତାଙ୍କୁ ହରାଇଲାଣି ତ ଆଉ କିଏ ନିଜର ଭାଇ କୁଟୁମ୍ବ ମାନଙ୍କୁ ସବୁ ଦିନ ପାଇଁ ହରାଉଛନ୍ତି । ଅକ୍ସିଜେନର ଅଭାବ ଯୋଗୁ କାରୋନା ପୁରା ଦେଶକୁ ଶ୍ମଶାନ ସଜାଇବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ମହାନ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କରୋନାର ଆତଙ୍କ ସମୟରେ ଦେଶକୁ ନିଜ ତରଫରୁ କିଛି ସାହାଜ୍ଯ କରିଛନ୍ତି ।

ଭାରତର ଅଷ୍ଟ୍ରେଲିଆ କ୍ରିକେଟରେ ଖେଳୁଥିବା ଖେଳାଳି ପ୍ୟାଟ କ୍ୟୁମିନ୍ସ  ହେଉଛନ୍ତି ସେହି ମହାନ ବ୍ୟକ୍ତି ଯିଏ ପୁରା ବିଶ୍ଵକୁ ସାହାଜ୍ଯ କରିବା ପାଇଁ ହାତ ବଢାଇଛନ୍ତି । ଅକ୍ସିଜେନ ପାଇଁ ଅଷ୍ଟ୍ରେଲିଆ କ୍ରିକେଟର ପ୍ୟାଟ କ୍ୟୁମିନ୍ସ  ପିଏମ କେୟାର ଫଣ୍ଡକୁ ୫୦ ହଜାର ୟୁଏସ ଡଲାର ଦାନ କରିଛନ୍ତି । ଯାହାର ଭାରତୀୟ ମୂଲ୍ୟ ୩୮ ଲକ୍ଷ ଟଙ୍କା ହୋଇଥାଏ । ପ୍ୟାଟ କ୍ୟୁମିନ୍ସ ବର୍ତ୍ତମାନ ଆପିଏଲ ମ୍ଯାଚ ଖେଳୁଛନ୍ତି । ସେ କୋଲକାତା ନାଇଟ ଟ୍ରାଇଡ଼ର୍ସ ଦଳରେ ସାମିଲ ହୋଇଛନ୍ତି ।

ଆପିଏଲ ମ୍ଯାଚ ଖେଳୁଥିଲେ ମଧ୍ୟ ସେ ପୁରା ଦେଶର ଚାଲିଥିବା ଦୁଖକୁ ହୃଦୟଙ୍ଗମ କରି ପାରିଛନ୍ତି । କରୋନା ପାଇଁ ଅନେକ ଖେଳାଳି ମ୍ଯାଚ ଛାଡୁ ଥିଲବା ସମୟରେ ପ୍ୟାଟ କ୍ୟୁମିନ୍ସ ପୁରା ଦେଶକୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଛନ୍ତି । ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ “ଭାରତ ଏକ ଏଭଳି ଦେଶ ଯେଉଁଠି ଗତ କିଛି ବର୍ଷ ହେବ ମୋତେ ପ୍ରଚୁର ଭଲ ପାଇବା ମିଳିଛି । ବର୍ତ୍ତମାନ ଭାରତରେ ବ୍ୟାପୀଥିବା କାରୋନା ପାଇଁ ଆକ୍ସିଜେନ ଓ ମେଡିକାଲରେ ବେଡର ଅଭାବ ଦେଖା ଯାଉଛି ।

ସେଥି ପାଇ ମୁଁ ପିଏମ କେୟାର ଫଣ୍ଡକୁ ୩୮ ଲକ୍ଷ ଟଙ୍କା ସାହାଜ୍ଯ କରିବାକୁ ଚାହୁଛି । ଏହା ସହ ସେ ତାଙ୍କ ସାଥି ଖେଳାଳିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ଆଗକୁ ଆସନ୍ତୁ” । କରୋନାର ଦିତୀୟ ଲହର ଭିତରେ ଆପିଏଲ ମ୍ଯାଚ ଖେଳା ଯାଉଛି । ଅଧିକ ସତର୍କ ଓ ସାବଧାନର ସହ ଏହି ମ୍ଯାଚ ଖେଳା ଯାଉଛି । କିନ୍ତୁ କରୋନାର ଭୟ ଏତେ ବଢିବାରେ ଲାଗିଛି ଯେ ଅନେକ ଖେଳାଳି ମ୍ଯାଚ ଛାଡି ଦେଉଛନ୍ତି । ରବି ଚନ୍ଦ୍ରନ ଅଶ୍ଵିନୀ, ଆଦାମ ଜାପା, କେ ଏମ ରିଚାର୍ଡସନ କରୋନା ଯୋଗୁ ଆପିଏଲରୁ ଓହରି ସାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button