କ୍ରାଇମ

ଦୋକାନକୁ ଧକ୍କା ଦେଇ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

ସମାଜ ଡିଜିଟାଲ ଡେସ୍କ: ରାସ୍ତାକଡ଼ ଦୋକାନକୁ ଧକ୍କା ଦେଇ ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ଵର ଜିଲା ଖଇରା ଥାନା ଅନ୍ତର୍ଗତ ପାଣିସାଉଁଳି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ବସଟି ନୀଳଗିରିରୁ ଔପଦା ଯାଉଥିଲା। ପାଣିସୁଆଁନି ନିକଟରେ ନିୟନ୍ତ୍ରଣ ହରାଇ ଏକ ଦୋକାନ ସହିତ ପିଟି ହୋଇଯାଇଥିଲା। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button