ମନୋରଞ୍ଜନ

ସିଲଭର ସ୍କ୍ରିନ ପରେ ଏବେ OTT ରେ ଧମାଲ କରିବାକୁ ଯାଉଛନ୍ତି Kajol, ନେଟଫ୍ଲିକ୍ସ ରେ ହେବ ଫିଲ୍ମ ରିଲିଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କାଜୋଲ ।

ବନ୍ଧୁଗଣ କାଜୋଲ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ । ଲକଡାଉନ କାରଣରୁ ବଲିଉଡର ଧିକାଂଶ କଳାକାର ମାନେ ନିଜ ଫିଲ୍ମକୁ OTT ପ୍ଲାଟଫର୍ମରେ ରିଲିସ କରୁଛନ୍ତି ।

କାଜୋଲ ମଧ୍ୟ ବହୁତ ଶୀଘ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଓ ଏହି ଫିଲ୍ମଟି OTT ପ୍ଲାଟଫର୍ମରେ ରିଲିସ ହେବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କାଜୋଲଙ୍କର ଏହି ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ । ବନ୍ଧୁଗଣ ଏହି କିଛି ଦିନ ତଳେ କାଜୋଲଙ୍କର ନୂଆ ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରେଲର ଲଞ୍ଚ ହୋଇଛି । ଏହି ଟ୍ରେଲର ପାଇଁ କାଜୋଲ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଏହି ଫିଲ୍ମଟି ତିନୋଟି ମହିଳାଙ୍କ ଜୀବନ ଉପରେ ଆଧାରିତ ହୋଇଛି । ଯେଉଁଥିରେ କାଜୋଲଙ୍କ ମା ହୋଇଛନ୍ତି ତନଭି ଆଜମି ଓ ତାଙ୍କ ଝିଅ ହୋଇଛନ୍ତି ମିଥିଲା ପାଲେକର । ଏହି ତିନିଜଣ କଳାକାର ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କାଜୋଲ ଓଡିଶୀ ଡ୍ୟାନ୍ସର ଭୂମିକାରେ ନଜର ଆସୁଛନ୍ତି ।


କାଜୋଲଙ୍କର ଏହି ଲୁକ୍ କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ବନ୍ଧୁଗଣ ଏହି ଟ୍ରେଲର ବର୍ତ୍ତମାନ ଲଞ୍ଚ ହୋଇସାରିଛି ଓ ଆପଣ ମାନେ ଚାହିଁଲେ ମଧ୍ୟ ଏହି ଟ୍ରେଲରକୁ ଦେଖିପାରିବେ । ପୂର୍ବ ବର୍ଷ ସିଲଭର ସ୍କ୍ରିନରେ ନଜର ଆସିଥିବା କାଜୋଲ ବର୍ତ୍ତମାନ OTTରେ ନଜର ଆସିବେ । OTT ପ୍ଲାଟଫର୍ମରେ ଏଇଟା ତାଙ୍କର ପ୍ରଥମ ଫିଲ୍ମ, ସେଥିପାଇଁ ଦର୍ଶକ ମାନେ ଏହି ଫିଲ୍ମର ଏପେକ୍ଷାରେ ରହିଛନ୍ତି ।


ବନ୍ଧୁଗଣ ଏହି ଫିଲ୍ମରେ ନିର୍ଦେଶକ ମଧ୍ୟ ଜଣେ ମହିଳା ଅଟନ୍ତି ତାଙ୍କ ନାମ ହେଉଛି ରେଣୁକା ସାହାନୀ । କାଜୋଲ ଡାଇରେକ୍ଟର ରେଣୁକାଙ୍କର ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଏହି ଫିଲ୍ମଟି ବହୁତ ଶୀଘ୍ର ନେଟଫ୍ଲିକ୍ସ ୱେବ ସାଇଡରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ପୂର୍ବରୁ କାଜୋଲ ୟୁ ଟ୍ଯୂବର ଏକ ସର୍ଟ ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ଏହି ଫିଲ୍ମରେ କାଜୋଲ, ନେହା ଧୂପିଆ ଓ ଅନ୍ୟ କେତେକ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମର ନାମ ଥିଲା ‘ଦେବୀ’ ଓ ଏହି ଫିଲ୍ମଟି ବହୁତ ଚର୍ଚାରେ ମଧ୍ୟ ରହିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button