ନୀତି

ଖରାପ ସମୟ ଚାଲୁଛି ତ ଘରୁ ତୁରନ୍ତ ବାହାର କରି ଦିଅନ୍ତୁ ଏହି 3 ଟି ଜିନିଷ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ର ଅଷ୍ଟମ ଅଧ୍ୟାୟ ରେ ଚାଣକ୍ୟ କହିଛନ୍ତି କି ଶରୀରରେ ତେଲ ଲଗେଇବା ପରେ। ସ୍ତ୍ରୀ ପ୍ରସଙ୍ଗ କଲାପରେ। ଚୁଟି କାଟିବା ପରେ।ମଣିଷ ସେତେ ପର୍ଯ୍ୟନ୍ତ ଚାଣ୍ଡାଳ ରହିଥାଏ ଅର୍ଥାତ ଅଶୁଦ୍ଧ ରହିଥାଏ ଯେ ପର୍ଯ୍ୟନ୍ତ ସେ ସ୍ନାନ କରି ନ ଥାଏ। ନିକୃଷ୍ଟ ଲୋକ ଧନ ର କାମନା କରିଥାଏ ମଧ୍ୟମ ଲୋକ ଧନ ଓ ସମ୍ମାନ ର କାମନା କରିଥାନ୍ତି ଏବଂ ଧନୀ ବା ଉତ୍ତମ ଲୋକ କେବଳ ସମ୍ମାନ ଚାହିଁଥାନ୍ତି। କାରଣ ମାନ ସମ୍ମାନ ହିଁ ସବୁଠୁ ବଡ଼ ଧନ । ଆଖୁ, ଜଳ,ଦୁଧ,ମୂଳ,ପାନ,ଫଳ ଓ ଔଷଧ ର ସେବନ କରି ମଧ୍ୟ ସ୍ନାନ ଓ ଦାନ କରି ପାରିବେ।

ଦୀପକ ର ପ୍ରକାଶ ଅନ୍ଧକାର କୁ ଖାଇଯାଇ ଥାଏ ଏବଂ କାଳିମା କୁ ଜନ୍ମ କରିଥାଏ। ସେହି ଭଳି ମନୁଷ୍ୟ ମଧ୍ୟ ସର୍ବଦା ଯାହା ଖାଇଥାଏ ତାହାର ସନ୍ତାନ ମଧ୍ୟ ସେହି ଭଳି ହୋଇଥାଏ ।

ହେ ମତୀମାନ ପୁରୁଷ। ଧନ ଗୁଣ ବାନ ଙ୍କୁ ଦିଅନ୍ତୁ ଆଉ କାହାକୁ ନୁହେଁ । ସମୁଦ୍ର ର ଜଳ ମେଘ ପାଖରେ ଯାଇ ମିଠା ହୋଇଯାଏ। ଏବଂ ପୃଥିବୀର ଚର ଅଚର ଜୀବ କୁ ଜୀଵନ ଦାନ ଦେଇ ଫୁଣି ସମୁଦ୍ରରେ ମିଶିଯାଏ।

ଅପଚ ହେଲେ ପାଣି ଔଷଧ ଭଳି କାମ କରେ। ଭୋଜନ ସମୟରେ ଅଳ୍ପ ଅଳ୍ପ ପାଣି ଅମୃତ ଥାଏ।କିନ୍ତୁ ଭୋଜନର ଅନ୍ତ ରେ ତାହା ବିଷ ଭଳି ହୋଇଯାଏ।

ବିନା କ୍ରିୟା ରେ ଜ୍ଞାନ ବ୍ୟର୍ଥ। ଜ୍ଞାନ ହୀନ ମଣିଷ ମୃତକ ସହ ସମାନ। ସେନାପତି ବିନା ସେନା ନଷ୍ଟ ହୋଇ ଯାଇଥାଏ। ଏବଂ ସ୍ୱାମୀ ବିନା ସ୍ତ୍ରୀ।

ବୁଢା ବେଳେ ସ୍ତ୍ରୀ ର ମୁତୟୁ । ବନ୍ଧୁ ର ହାତରୁ ପଇସା ଚୋରି ହେବା ଏବଂ ଅନ୍ୟ ଉପରେ ନିର୍ଭର ରହି ଭୋଜନ କରିବା । ଏହି ୩ ଟି ଜିନିଷ ପୁରୁଷ ଙ୍କ ପାଇଁ ଖୁବ କଷ୍ଟ ଦାୟକ।

ବିନା ଯଜ୍ଞ ରେ ବେଦ ପଢିବା ବ୍ୟର୍ଥ। ବିନା ଦାନ ର ଯଜ୍ଞ କରିବା ବ୍ୟର୍ଥ। ବିନା ଭାବର ସିଦ୍ଧି ହୋଇନଥାଏ। ସେଥିପାଇଁ ପ୍ରେମ ହିଁ ସବୁଠୁ ପ୍ରଧାନ ଥାଏ।

ସୁନା, କାଠି, ଓ ପଥର ରେ ନିର୍ମିତ ମୂର୍ତ୍ତି କୁ ସାକ୍ଷାତ ଭଗବାନ ବୁଝିବା । ଯିଏ ଯେଉଁ ଭାବରେ ମୂର୍ତ୍ତି କୁ ପୂଜା କରିଥାଏ ସେ ସେପରି ସିଦ୍ଧି ପ୍ରାପ୍ତ କରିଥାଏ।

ଭଗବାନ ନା ହିଁ କାଠ ରେ ଅଛନ୍ତି ନା ହି ପଥର କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ରେ। କେବଳ ନିଜର ପ୍ରେମ ଓ ଶୁଦ୍ଧ ଭାବନା ରେ ହିଁ ଈଶ୍ୱର ଙ୍କୁ ପ୍ରାପ୍ତ କରିପାରିବା।ସର୍ବଦା ଈଶ୍ୱର ଆମ ଭାବରେ ହିଁ ନିବାସ କରିଥାନ୍ତି।

ଶାନ୍ତି ଛଡା ଆଉ କୌଣସି ତପ ନାହିଁ। ସନ୍ତୋଷ ଠାରୁ ବଡ଼ ସୁଖ ନାହିଁ। ଲୋଭ ଠୁ ବଡ଼ ରୋଗ ନାହିଁ। ଓ ଦୟା ଠାରୁ ବଡ଼ ଧର୍ମ ଓ କର୍ମ ନାହିଁ।

କ୍ରୋଧ ଯମରାଜ ସହ ସମାନ। ଲୋଭୀ ନଦୀ ସହ ସମାନ। ବିଦ୍ୟା କାମଧେନୁ ଗାଈ ଭଳି।

ଗୁଣ ଦ୍ୱାରା ରୁପ ର ଶୋଭା ବଢିଥାଏ। ସିଦ୍ଧି ବିଦ୍ୟା କୁ ଶୋଭିତ କରିଥାଏ।

ଗୁଣ ହୀନ ବ୍ୟକ୍ତି ର ସୁନ୍ଦରତା ଵ୍ୟର୍ଥ। ଏବଂ ଦୁଷ୍ଟ ସ୍ଵଭାଵ ର ବ୍ୟକ୍ତି ଯୋଗୁଁ କୂଳ ଅପମାନିତ ହୋଇଥାଏ।

ଅସନ୍ତୋଷ ବ୍ରାହ୍ମଣ ନିନ୍ଦିତ ହୋଇଥାଏ। ବିଦ୍ୟା ହୀନ ବ୍ୟକ୍ତି ର ବଡ଼ କୂଳ ହୋଇ କିଛି ଲାଭ ନ ଥାଏ। ବିଦ୍ୱାନ ନୀଚ୍ଚ କୂଳ ର ହୋଇ ମଧ୍ୟ ଦେବତାଙ୍କ ଭଳି ସମ୍ମାନ ପାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button