ବିଚାର

ଆଜି ସରିଯିବ ସବୁ କିଛି ! କୋର୍ଟରେ ପହଞ୍ଚିଲେ Varsha ଓ Anubhav, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାକୁ ନେଇ ଆଜି ପରିବାର ଅଦାଲତ ରେ ଶୁଣାଣି ପାଇଁ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ପ୍ରଥମେ ଅନୁଭବ ମହାନ୍ତି ପହଞ୍ଚିବା ପରେ ପହଞ୍ଚିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ପୂର୍ବରୁ କୋର୍ଟ ଙ୍କ ନିର୍ଦ୍ଧେଶ ଅନୁସାରେ ଆଜି ବର୍ଷା ହାଜର ହୋଇଛନ୍ତି ।

ପାରିବାରିକ କୋର୍ଟ ରେ ହଜାର ହେବା ପାଇଁ ନିର୍ଦ୍ଧେଶ ଦେଇଥିଲା କୋର୍ଟ । ତେବେ ଗତ କିଛି ଦିନ ହେବ ପତି ଆଉ ପତ୍ନୀ ଙ୍କ ବିବାଦ ଭିତରେ ଆଜି କେଉଁ ନିଷ୍ପତ୍ତି ହେବ ତାହାକୁ ନେଇ ଚର୍ଚ୍ଚା । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ସେଦିନ ବିଚାର ପତି କାଊଁସିଲିଙ୍ଗ ମଧ୍ୟ କରିଥିଲେ । କିନ୍ତୁ ତାଙ୍କୁ ସଫଳତା ମିଳିପାରିନଥିଲା ।

ଆଉ ବର୍ତ୍ତମାନ ପୁଣିଥରେ ଉଭୟଙ୍କ ମଧ୍ୟରେ କାଊଁସିଲିଙ୍ଗ ହୋଇପାରେ ଆଉ ସେଥିପାଇଁ ଠିକ ସମୟ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ କଟକ ସ୍ଥିତ ପାରିବାରିକ ଅଦାଲତରେ ହାଜର ହୋଇଛନ୍ତି । ତେବେ ୨୦୧୪ ରେ ସାଂସଦ ଅନୁଭବ ମହାନ୍ତି ଭୁବନେଶ୍ବରରେ ବର୍ଷା ଙ୍କୁ ବିବାହ କରିଥିଲେ । ଆଉ ୨୦୨୦ ରେ ଅନୁଭବ ଦିଲ୍ଲୀ ର ଏକ କୋର୍ଟ ରେ ବିବାହ ବିଚ୍ଛେଦ ନିମନ୍ତେ ଆବେଦନ କରିଥିଲେ ।

ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରି ଆସୁଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନି । ତେବେ ଦେଖିବାକୁ ବାକି ରହିଲା ଯେ ଏହି ଘଟଣା କେଉଁ ମୋଡ ନେଉଛି । ଅଭିନେତ୍ରୀ ବର୍ଷା ଏବଂ ଅନୁଭବ ଙ୍କୁ ଉଭୟଙ୍କ ଫ୍ୟାନ୍ସ ମାନେ ବହୁତ ଭଲ ପାଇବା ଦେବା ସହିତ ଉଭୟ ପୁନ୍ନର୍ବାର ଏକାଠି ହୋଇ ନିଜର ସଂସାର ଆରମ୍ଭ କରନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । ମାତ୍ର କାହା ମନ କାହା ସହିତ ନ ମିଶି ପାରୁଥିବା ବେଳେ ଅଲଗା ହୋଇ ରହିବାକୁ ଚାହୁଁଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାକୁ ନେଇ ଫ୍ୟାନ୍ସ ନାକ ମନରେ ଅସନ୍ତୁଷ୍ଠତା ପ୍ରକାଶ ପାଇଛି ।

ଏହି ଯୋଡି କୁ ଏକାଠି ଅଭିନୟ କରି ଥିବାର ଦେଖି ଯେ କେତେ ଦର୍ଶକ ପସନ୍ଦ କରୁଥିଲେ ତାହା କହିବା ସମ୍ଭବ ନୁହେଁ । ମାତ୍ର ଏଭଳି ଅଲଗା ହେବକକୁ ବସିଥିବାର ଦେଖି ସମସ୍ତେ ଦୁଃଖୀ ହୋଇଯାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button