ଦେଶ ବିଦେଶ

ନିୟମିତ ଖାଆନ୍ତୁ ଏହିସବୁ ଖାଦ୍ୟ, ମଜବୁତ ହେବ କେଶ

ଆଜିକାଲିର ଯୁବତୀ ଏବଂ ମହିଳାମାନେ ନିଜ କେଶ ସମସ୍ୟାକୁ ନେଇ ବେଶୀ ଚିନ୍ତିତ ରହିଛନ୍ତି। ବଢୁଥିବା ପ୍ରଦୂଷଣ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ କେଶ ମଧ୍ୟ ପ୍ରବଳ ମାତ୍ରାରେ ଝଡୁଛି। ଏହାଛଡା କେଶରେ ବିଭିନ୍ନ ପ୍ରକାର କଲର ବ୍ୟବହାର କରିବା ସହିତ ଲୁକ୍‌ ଦେବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ମଧ୍ୟ କେଶ ପାଇଁ ହାନିକାରକ। ଏଥିପାଇଁ ପ୍ରବଳ ମାତ୍ରାରେ କେଶ ଝଡିବା, ଧଳା ହୋଇଯିବା, ରୂପି ହେବା ଭଳିସମସ୍ୟା ଦେଖାଦିଏ। ଯଦି ଆପଣ କେଶକୁ ସୁସ୍ଥ ରଖିବାକୁ ଚାହୁଁଚନ୍ତି ତେବେ ପ୍ରତିଦିନ ଏହି ଖାଦ୍ୟ ଖାଆନ୍ତୁ, କେଶକୁ ମଜବୁତ କରନ୍ତୁ।

Soy products

କେଶକୁ ସୁସ୍ଥ ରଖିବାକୁ ହେଲେ ଆପଣ ପ୍ରତିଦିନ ଡାଲି, ସେୟାବିନ୍‌, ପନିର, କ୍ଷୀର, ଫଳ, ପନିପରିବା, ମାଂସ ଓ ଅଣ୍ଡା ଖାଇବା ଉଚିତ। ଏହାଛଡା ନିୟମିତ ଭାବେ ମସାଜ କରିବା ମଧ୍ୟ ଆବଶ୍ୟକ।

ପ୍ରତିଦିନ ଆପଣ ବାହାରକୁ ଗଲା ବେଳେ କେଶକୁ ଏକ ସ୍କାର୍ଫ ଦ୍ୱାରା ଘୋଡାଇ ହୋଇଯାଆନ୍ତୁ। ଫଳରେ କେଶ ଉପରେ ଧୂଳି ପ୍ରଭାବ କମ୍‌ ରହିବ।

fodd

ସପ୍ତାହକୁ ଅତି କମ୍‌ରେ ଦୁଇ ଥର ମୁଣ୍ଡ ସଫା କରନ୍ତୁ। ଅତ୍ୟଧିକ ଶାମ୍ପୁ କରିବା ମଧ୍ୟ କେଶ ପାଇଁ ହାନିକାରକ।

ବଜାରରେ ମିଳୁଥିବା ବିଭିନ୍ନ ରାସୟାନିକ ଶାମ୍ପୁ ଚୟନ କଲା ବେଳେ କେଶ ବିଶେଷଜ୍ଞଙ୍କ ସହି ପରାମର୍ଶ କରିନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button