ଜୀବନଶୈଳୀ

ନୂଆ ବାହା ହୋଇଥିବା ଓଡିଆ ଅଭିନେତ୍ରୀ Jhilik Bhattacharya ଶାଶୁଘରେ କିପରି ପାଳନ କଲେ ସରସ୍ଵତୀ ପୂଜା, ଦେଖନ୍ତୁ ଭାଇରାଲ ଭିଡିଓ

ଓଲିଉଡ ର ଅନ୍ଯତମ ଫେମସ ଅଭିନେତ୍ରୀ ଅଟନ୍ତି ବଙ୍ଗୀୟ ଝିଅ ଝିଲ୍ଲିକ ଭଟାଚାର୍ଯ । ସେ ବଙ୍ଗୀୟ ହେଲେ ମଧ୍ୟ ସେ ଏବେ ଓଡିଶାର ବୋହୁ ଅଟନ୍ତି । ବିଧାୟକ ଡ୍ୟାନୀ ଙ୍କୁ ବିବାହ କଲା ପରେ ଓଡିଆ ବୋହୁ ପରି ସମସ୍ତ ରୀତି ନୀତି ପାଳନ କରୁଛନ୍ତି ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ଯ ନିକଟରେ ଅନେକ ପୂଜା ଅର୍ଚ୍ଚନା ଓଡିଶାର ପର୍ବ ପର୍ବାଣି ରେ ଝିଲିକ ଙ୍କୁ ସାମିଲ ହେବାର ଆପଣ ମାନେ ଦେଖିଥିବେ ।

ଏବେ ପୁଣି ଥରେ ଓଡିଆ ବୋହୁ ହୋଇ ଝିଲିକ ନିଜ ଶାଶୁ ଘରେ ସରସ୍ଵତୀ ପୂଜା ପାଳନ କରିଛନ୍ତି । ଯେଉଁ ଭିଡିଓ କୁ ସେ ନିଜର ସୋସିଆଲ ମିଡିଆ ଆକାଉନ୍ଟ ରେ ପୋସ୍ଟ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ପ୍ରଥମ ଥର ପାଇଁ ସେ ନିଜ ଶାଶୁଘରେ ସରସ୍ଵତୀ ପୂଜା ନୂଆ କରି ପାଳନ କରିଛନ୍ତି ଓ ତାହାର ଭିଡିଓ ସେ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ସେ ସରସ୍ଵତି ମାତାଙ୍କୁ ଆବାହନ କରି ଶଙ୍ଖ ବଜାଉଛନ୍ତି ।

ଏହି ଭିଡିଓ ରେ ଝିଲିକ ଶଙ୍ଖ ବଜାଇ ସରସ୍ଵତି ମାତା ଙ୍କୁ ଆବାହନ କରିବା ସହିତ ତାଙ୍କୁ ନତମସ୍ତକ ହେବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ ଯେଉଁଥିରେ ଝିଲିକ ସରସ୍ଵତୀ ମାତାଙ୍କୁ ପୂଜା ଅର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି ।

 

ଆପଣଙ୍କୁ କହି ଦେଉଛୁ ଝିଲିକ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡିର ଅଭିନେତ୍ରୀ । ସେ ଖୁବ କମ ସମୟ ମଧ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ସଫଳତା ହାସଲ କରି ପାରିଛନ୍ତି ଓ ନିଜର ନାମ କୁ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ କରିଛନ୍ତି ।

କିନ୍ତୁ ସେ ବିବାହ କରିବା ପରେ ଫିଲ୍ମ ଲାଇନ ରୁ ଦୂରେଇ ଅଛନ୍ତି । ତାଙ୍କୁ ଆଉ କୌଣସି ଫିଲ୍ମ ରେ ଦେଖିବାକୁ ମିଳୁ ନାହିଁ । କିନ୍ତୁ ସେ ଆଗକୁ ଆଉ କୌଣସି ଫିଲ୍ମ କରିବେ କି ନାହିଁ ଏହା ସମୟ ଆସିଲେ ହିଁ ଜଣା ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button