ନୀତି

ସକାଳୁ ଉଠି ଏମାନଙ୍କ ମୁହଁ ଦେଖିବା ଦ୍ଵାରା ହୋଇଥାଏ ବହୁତ ଶୁଭ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳୁ ଉଠିବା ପରେ କେଉଁ ଜିନିଷ ଦେଖିବା ବା ଶୁଣିବା ଦ୍ୱାରା ଆପଣଙ୍କ ଦିନ ଶୁଭ ଏବଂ ମଙ୍ଗଳମୟ ହୋଇଥାଏ। ସକାଳୁ ଉଠିବା ପରେ ଯଦି ପ୍ରଥମେ ଆପଣ କୌଣସି ସକାରାତ୍ମକ ଧ୍ଵନି ର ଶବ୍ଦ ଶୁଣୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ଵାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ।

ଏହା ସହିତ ଯଦି ଆପଣ କୌଣସି ପାତ୍ର ରେ କ୍ଷୀର ବା ଦହି ପୂର୍ଣ ଥିବାର ଦେଖୁଛନ୍ତି ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହାଛଡା ଏଭଳି ଅନେକ କିଛି ଜିନିଷ ରହିଛି ଯାହା ସକାଳୁ ଉଠି ଦେଖିବା ଦ୍ୱାରା ଆପଣଙ୍କ ଦିନ ଶୁଭମୟ ହୋଇଥାଏ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ସକାଳୁ ଉଠିବା ପରେ ପ୍ରଥମେ ଦେଖିବେ ଯେ ଆପଣଙ୍କ ଦ୍ୱାର ସମ୍ମୁଖରେ ଜଣେ ଭିକାରୀ ଆସି ଛିଡ଼ା ହୋଇଛନ୍ତି। ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ବ୍ୟକ୍ତି କୁ ଦେଇଥିବା ଉଦ୍ଧାର ଟଙ୍କା ଫେରସ୍ତ ହେବାକୁ ଯାଉଛି। ତେଣୁ ଆପଣ ନିଜ ଘର ଦ୍ୱାର ସମ୍ମୁଖରେ ଭିକାରୀ କୁ ଦେଖି ଅସ୍ତବ୍ୟସ୍ତ ହୁଅନ୍ତୁ ନାହିଁ ଅଥବା ରାଗି ଯାଆନ୍ତୁ ନାହିଁ। ବରଂ ଆପଣ ଖୁସି ମନରେ ତାଙ୍କୁ ଦାନ କରନ୍ତୁ କାରଣ ଆପଣଙ୍କ ଉଦ୍ଧାର ଥିବା ଟଙ୍କା ଆପଣଙ୍କୁ ମିଳିବାକୁ ଯାଉଛି।

୨. ବନ୍ଧୁଗଣ ଦ୍ଵିତୀୟତଃ, ଯଦି ଆପଣ କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ଯାଉଥିବା ସମୟରେ ଜଣେ ବିବାହିତା ମହିଳା ଅଥବା ଗାଈ କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଶୁଭମୟ ହେବ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ବାହାରକୁ ଯାଉଥିବା ସମୟରେ କୌଣସି ବ୍ୟକ୍ତି କୁ ଗୁଡ଼ ନେଇ ଯାଉଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କାର୍ଯ୍ୟ ରେ ଲାଭ ପ୍ରାପ୍ତି ହେବ। ଆପଣଙ୍କ ଦିନ ମଧ୍ୟ ମଙ୍ଗଳମୟ ହେବ ଏବଂ ଆପଣ ସଫଳତା ର ମାର୍ଗ ରେ ଅଗ୍ରସର ହେବେ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ରାସ୍ତା ରେ ଯାଉଥିବା ସମୟରେ ଯଦି କୌଣସି ସ୍ତ୍ରୀ ବା ପୁରୁଷ କୁ ଏକ ପାତ୍ର ରେ ଜଳ ବା କ୍ଷୀର ପୂର୍ଣ କରି ନେଉଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଦିନ ମଙ୍ଗଳମୟ ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ କରିବେ।

୫. ବନ୍ଧୁଗଣ ପଞ୍ଚମତଃ ବା ଶେଷରେ ରହିଛି ଯଦି ଆପଣ କୌଣସି ହସୁଥିବା ବାଳକ ବା ଫୁଲ ବିକୁଥିବା ବାଳକ କୁ ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଶୁଭ ଓ ମଙ୍ଗଳମୟ ଏବଂ ଏହା ସହିତ ଆପଣଙ୍କ ସମସ୍ତ ମନୋକାମନା ମଧ୍ୟ ପୂର୍ଣ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button