ଦେଶ ବିଦେଶ

ମହିଳାଙ୍କ ଅଜବ ଦାବି, କହିଲେ ଜୋର ରେ ପବନ ଆସି କଲା ମତେ ପ୍ରେଗନେଣ୍ଟ, 15 ମିନିଟ ରେ ହିଁ ଜନ୍ମ ହେଲା ପିଲା

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗୋଟେ ମହିଳା ସେତେବେଳେ ଗର୍ଭବତୀ ହୋଇଥାଏ ଯେତେବେଳେ ସେ କୌଣସି ପୁରୁଷ ସହ ସମ୍ବନ୍ଧ ରଖିଥାଏ । ଏହାପରେ ସେ ୯ ମାସ ପର୍ଯ୍ୟନ୍ତ ନିଜ ଛୁଆକୁ ନିଜ ଗର୍ଭରେ ରଖିଥାଏ ଓ ୯ ମାସ ପରେ ସେ ନିଜ ଛୁଆକୁ ଜନ୍ମ ଦେଇଥାଏ । ପ୍ରାଚୀନ କାଳରୁ ଛୁଆ ଜନ୍ମ କରିବା ପାଇଁ ଏହି ପ୍ରକ୍ରିୟା ହୋଇ ଆସୁଛି ।

ହେଲେ ଖବର ମିଳିଛି ଇଣ୍ଡୋନେସିଆରେ ଥିବା ଏକ ମହିଳା ପବନ ମାଡରେ ଗର୍ଭବତୀ ହୋଇଯାଇଛନ୍ତି ଓ କେବଳ ୧୫ ମିନିଟରେ ତାଙ୍କର ଏକ ଛୁଆ ମଧ୍ୟ ଜନ୍ମ ହୋଇଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ତଳେ ଏକ ମହିଳା କହିଥିଲେ ଯେ, ସେ କୌଣସି ପୁରୁଷ ସହ ସମବନ୍ଧ ରଖି ନାହାଁନ୍ତି। ସେ ହଠାତ ସୋଇଥିବା ସମୟରେ ପବନ ମାଡରେ ଗରଭବତୀ ହୋଇଯାଇଛନ୍ତି । ମହିଳାଙ୍କ ମତରେ, ଖରାବେଳର ପ୍ରାର୍ଥନା ପରେ ସେ ନିଜ ରୁମରେ ଆରମ କରୁଥିଲେ । ସେହି ସମୟରେ ଏକ ପବନ ଆସି ତାଙ୍କ ଶରୀର ମଧ୍ୟରେ ପସିଯାଇଥିଲା । ଏହି ଘଟଣାର ୧୫ ମିନିଟ ପରେ ତାର ପେଟରେ କଷ୍ଟ ହେଲା ଓ ପେଟ ବଡ ହେବାକୁ ଲାଗିଲା ।

ଏହା ପରେ ମହିଳାଙ୍କୁ ଏକ ହସ୍ପିଟାଲ ନିଆଯାଇଥିଲା ଓ ସେ ଏକ ସୁସ୍ଥ ଛୁଆକୁ ନର୍ମାଲ ଡେଲିଭରି ଜରିଆରେ ଜନ୍ମ ଦେଇଥିଲେ । ମହିଳାଙ୍କର ଏହି ଅଜବ କାହାଣୀ ଲୋକ ମାନଙ୍କୁ ହଜମ ହେଉ ନାହିଁ । ଲୋକମାନେ ମହିଳାଙ୍କର ଏହି କଥା ଉପରେ ବିଶ୍ଵାସ କରୁ ନାହାନ୍ତି । ଏହି ଘଟଣାଟି ଭାଇରାଲ ହେବା ପରେ ସ୍ଥାନୀୟ କ୍ଲିନିକ ମହିଳା ପାଖକୁ ସୂଚନା ନେବା ପାଇଁ ଯାଇଥିଲେ । ମହିଳା ସହ କଥା ବାର୍ତା କରିବାରୁ ଜଣା ପଡିଥିଲା ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ । ହେଲେ ମହିଳା ଜଣକ ନିଜ ସ୍ଵାମୀ ସହ ରହୁ ନାହାନ୍ତି ତାଙ୍କର ଏକ ଝିଅ ମଧ୍ୟ ଅଛି ।

ସମୁଦାୟିକ କ୍ଲିନିକର ପ୍ରମୁଖ ଇମାନ ସୁଲେମାନଙ୍କ ମତରେ, ‘ଏହାର ତଦନ୍ତ ଦ୍ଵାରା ଆମେ ମାନେ କରିସାରିଛୁ । ମହିଳା ଓ ଛୁଆ ବର୍ତ୍ତମାନ ସୁସ୍ଥ ଅଛନ୍ତି । ମହିଳା ଜଣକ ନର୍ମାଲ ଡେଲିଭରି ଦ୍ଵାରା ୨.୯ କିଲୋଗ୍ରାମ ଛୁଆକୁ ଜନ୍ମ ଦେଇଛନ୍ତି । ଏହା ଏକ ଗୁପ୍ତ ଗର୍ଭ ଅବସ୍ଥାର କେସ ହୋଇପାରେ । ଏହି କେସରେ ମହିଳା ମାନଙ୍କୁ ନିଜ ଡେଲିଭରି ପୂର୍ବରୁ ନିଜ ଗରଭବତୀ ହେବାର ଅନୁଭବ ହୋଇନଥାଏ’ ।

ବର୍ତ୍ତମାନ ସ୍ଥାନୀୟ ପୋଲିସ ଏହି ମାମଲା ଉପରେ ନିଜର ରୁଚି ଦେଖାଇଛି । ପୋଲିସ ବର୍ତ୍ତମାନ ଏହି ମାମଲାର ସଂପୂର୍ଣ୍ଣ ତଦନ୍ତ କରୁଛନ୍ତି । ଏହା ସହିତ ମହିଳାର ବୈବାହିକ ଜୀବନ ବ୍ଯତୀତ କିଛି ଲଭ ଅଫେୟାର ଓ ମହିଳାର ସାଙ୍ଗ ମାନଙ୍କ ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button