ସ୍ୱାସ୍ଥ୍ୟ

ଶିମ୍ବ ଖାଇବା ଶରୀର ପାଇଁ ବେଶ୍‌ ଉପକାରୀ, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ବର୍ତ୍ତମାନର ଜୀବନଶୈଳୀ ଏବଂ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଲାଗି ଅନେକ ସମସ୍ୟା ଆଣିଦେଇଛି। ଖାସ୍‌ ଏଥିପାଇଁ ବିଭିନ୍ନ ପ୍ରକାରର ରୋଗ, ବ୍ୟାଧି ମଣିଷ ସମାଜକୁ ସଂକ୍ରମିତ କରିବାରେ ଲାଗିଛି। ତନ୍ମଧ୍ୟରୁ ଚର୍ମ ରୋଗ ଅନ୍ୟତମ। ଏହା ପ୍ରଦୂଷଣ ଜଳ ଓ ବାୟୁ ସଂସ୍ପର୍ଶରେ ଆସି ହୋଇଥାଏ। ବେଳେବେଳେ ଏହା ରକ୍ତ ଅପରିଷ୍କାର ହେଲେ ମଧ୍ୟ ହୋଇଥାଏ। ତେବେ ଏହି ଚର୍ମ ରୋଗଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଶିମ୍ବ। ଶିମ୍ବରେ ଭିଟାମିନ ଏ, ସି, କେ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଛି।

dish

ଶିମ୍ବରେ ଏପରି କିଛି ତତ୍ତ୍ୱ ରହିଥାଏ ଯାହା ରକ୍ତକୁ ପରିଷ୍କାର କରିଥାଏ। ରକ୍ତ ସଫା ହେବା ଫଳରେ ତ୍ୱଚା ସମ୍ପର୍କିତ ରୋଗ ହେବା ଆଶଙ୍କା ଦୂର ହୋଇଥାଏ।

ମହିଳାମାନେ ଏହା ଖାଇବା ଉଚିତ। ସ୍ୱତନ୍ତ୍ର ଭାବେ ଯେଉଁମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ, ସେମାନେ ଏହାକୁ ଖାଇବା ଜରୁରୀ।

simba 1

ଶିମ୍ବ କୋଷ୍ଠକାଠିନ୍ୟ ଦୂର କରିବା ସହ ଏହାର ରସକୁ କୌଣସି କୀଟ କାମୁଡିଥିବା ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ।

ଏହାଛଡା ଶିମ୍ବ ହାଡକୁ ମଜବୁତ କରିବା ସହ ଇମ୍ୟୁନିଟକୁ ବୁଷ୍ଟ କରିଥାଏ। ଆଖି ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ ଶିମ୍ବ ଖାଇବା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button