ସ୍ୱାସ୍ଥ୍ୟ

ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ୪ଟି ଜିନିଷ, ଦିଶିବେ ଷ୍ଟାଇଲିଶ୍‌

ଶରୀରର ଅନ୍ୟ ଅଙ୍ଗ ଭଳି କେହି ନାଭିର ଯତ୍ନ ନେଇନଥା’ନ୍ତି। ଅନ୍ୟ ଅଙ୍ଗର ସୁନ୍ଦରତା ଉପରେ ପ୍ରାୟ ସମସ୍ତେ ଧ୍ୟାନ ଦେଉଥିବା ବେଳେ ନାଭିଙ୍କୁ କେହି ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ମାତ୍ର ଜିନ୍ସ, ସର୍ଟ ଟପ୍‌ କିମ୍ବା କିଛି ଖରାଦିନିଆ ପୋଷାକ ପିନ୍ଧିବା ବେଳେ ନାଭି ଦିଶିଥାଏ। ଏହା ବର୍ତ୍ତମାନ ଏକ ଷ୍ଟାଇଲରେ ପରିଣତ ହୋଇଛି। ଏଣୁ ଯଦି ନାଭି କଳା ହୋଇଥିବ ତେବେ ଅନ୍ୟମାନଙ୍କ ସାମ୍ନାରେ ଛୋଟ ଡ୍ରେସ ପିନ୍ଧିବା ବେଳେ ସଙ୍କୋଚ ଲାଗିବା ସ୍ୱାଭାବିକ। ତେଣୁ ନାଭିର ଯତ୍ନ ନେବା ଆବଶ୍ୟକ। ଏହା ଉଭୟ ସ୍ୱାସ୍ଥ୍ୟ ଓ ଫ୍ୟାଶନ ପାଇଁ ବେଶ୍‌ ଜରୁରୀ। ତେବେ ଆସନ୍ତୁ ଜାଣିବା କେଉଁ ଭଳି ଭାବେ ନାଭିକୁ ସୁନ୍ଦର କରିହେବ…

belly button

ବେସନ:

besan

ନାଭିକୁ ସୁନ୍ଦର କରିବା ପାଇଁ ଆପଣ ବେସନ ବ୍ୟବହାର କରିପାରିବେ। ବେସନରେ ଅଳ୍ପ ସୋରିଷ ତେଲ ଓ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ନାଭିରେ ଲଗାଇ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। କିଛି ଦିନ ଏଭଳି କଲେ ନାଭିର କଳାପଣ ଦୂରେଇ ଯିବ।

ହଳଦୀ:

turmeric

ତ୍ୱଚା ପାଇଁ ହଳଦୀ ବେଶ୍‌ ଉପକାରୀ ହୋଇଥାଏ। ନାଭିର କଳାପଣ ଦୂର କରିବାକୁ ମଧ୍ୟ ହଳଦୀକୁ ବ୍ୟବହାର କରିହେବ। ଏଥିପାଇଁ ହଳଦୀରେ ମଲାଇ, କ୍ଷୀର ଓ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ୧୦ ମିନିଟ୍‌ ପାଇଁ ନାଭିରେ ଲଗାନ୍ତୁ। ପ୍ରତିଦିନ ଗାଧୋଇବା ପୂର୍ବରୁ ଏଭଳି କରିବା ଦ୍ୱାରା ନାଭିର କଳାପଣ ଦୂର ହେବ।

ବେକିଂ ସୋଡ଼ା:

Baking Soda

ବେକିଂ ସୋଡ଼ାରେ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ନାଭି ଓ ତଳିପେଟରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ସଫା କରିଦିଅନ୍ତୁ। ଦେଖିବେ ପେଟର ତଳି ଭାଗ ସମେତ ନାଭିର କଳାପଣ ଦୂରେଇଯିବ।

ଅଲିଭ ଅଏଲ:

olive oil

ନାଭିକୁ ମଶ୍ଚରାଇଜ୍‌ ରଖିବା ପାଇଁ ଗାଧୋଇ ସାରିବା ପରେ ଅଲିଭ ଅଏଲ ମସାଜ୍‌ କରନ୍ତୁ। ଏହା ଗୋରା ଓ ସଫା ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button