ନୀତି

ଶରଦ ପୂର୍ଣ୍ଣିମାରେ ଆପଣଙ୍କୁ ମିଳିପାରେ ସାତ ଜନମର ସାଥୀ

ଶରଦ ପୂର୍ଣ୍ଣିମା ଆଶ୍ବିନ ମାସ ଶୁକ୍ଳପକ୍ଷରେ ପଡ଼ିଥାଏ। ପୁରାତନ କାଳରୁ ଏପରି ମାନ୍ୟତା ରହିଛି ଏହି ଦିନ ସମସ୍ତଙ୍କୁ ମିଳିଥାଏ ତାଙ୍କର ପ୍ରକୃତ ପ୍ରେମ। ଖାଲି ତାହା ନୁହଁ ଏଥିପାଇଁ କୁଆଁରୀ କନ୍ୟାମାନେ କରିଥାନ୍ତି ପୂଜା ଏବଂ ବ୍ରତ। ଓଡ଼ିଆ ରୀତିନୀତିରେ ଏହାକୁ କୁଆଁରପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଏହିଦିନ ଉତ୍ତମ ରୁପ ପୂଜା କରିଥିବା ମହିଳାଙ୍କୁ ତାଙ୍କ ମନପସନ୍ଦର ଜୀବନସାଥି ତଥା ପ୍ରକୃତ ପ୍ରେମ ମିଳିଥାଏ। ତେବେ ଯଦି ଆପଣ ମଧ୍ୟ ପ୍ରକୃତ ପ୍ରେମ ପାଇବାପାଇଁ ଚାହୁଁଛନ୍ତି ତେବେ ଏହିରୁପ କରନ୍ତୁ ପୂଜା।

ସର୍ବପ୍ରଥମେ ଶରଦ ପୂର୍ଣ୍ଣିମାରେ ସନ୍ଧ୍ୟା ସମୟରେ ରାଧା- କୃଷ୍ଣଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ। ଏଥିସହ ତାଙ୍କୁ ଗୋଲାପ ଫୁଲର ମାଳ ମଧ୍ୟ ପିନ୍ଧାଯାଇଥାଏ।

girl

ଏହାପରେ ପୂର୍ଣ୍ଣମାର ଅର୍ଦ୍ଧରାତ୍ରରେ ଦୀପଧୂପରେ ଦେଇ ଚନ୍ଦ୍ରମାଙ୍କର ପୂଜା କରବା ସହ “ଓଁ ରାଧାବଳ୍ଲଭାୟ ନମଃ ” ମନ୍ତ୍ରର ଉଚ୍ଚାରଣ କରିବା ଉଚିତ। କମ ସେ କମ ଏହି ମନ୍ତ୍ରର ତିନିଥର ଉଚ୍ଚାରଣ କରନ୍ତୁ।

ଏହାପରେ ମଧୁରାଷ୍ଟ୍ରକର କମ ସେ କମ ୩ଥର ପାଠ କରିବା ପରେ ନିଜର ମନପସନ୍ଦ ଜୀବନସାଥି ପାଇଁ ପ୍ରର୍ଥନା କରିବା ଉଚିତ୍। ଏହାପରେ ଭଗବାନଙ୍କ ନିକଟରେ ଅର୍ପଣ କରାଯାଇଥିବା ଗୋଲାପ ମାଳାକୁ ନିଜ ପାଖରେ ରଖିବା ଉଚିତ୍। ଏହା ଦ୍ବାରା ନିଶ୍ଚିତ ଭାବେ ମନ ପସନ୍ଦର ଜୀବନସାଥି ମିଳିଥାଏ।

କଣ ରହିଛି ଓଡ଼ିଶାରେ ପାରମ୍ପରା ଏବଂ କିପରି ପାଳନ କରିବେ କୁଆଁରପୂର୍ଣ୍ଣମୀ

ଏହି ଦିନର ବିଶେଷତ୍ୱ ହେଉଛି ଆଜିର ଦିନରେ ପ୍ରଭୁ ଶିବ-ପାର୍ବତୀଙ୍କର ପୁତ୍ର କୁମାର କାର୍ତିକେୟଙ୍କର ଜନ୍ମ ହୋଇଥିଲା । ଆଶ୍ୱିନ ମାସର ପୂର୍ଣ୍ଣିମା ତଥା କାର୍ତିକ ମାସର ଆରମ୍ଭରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏହା କୁମାରୀମାନଙ୍କର ଏକ ବିଶେଷ ପର୍ବ ବୋଲି ମଧ୍ୟ ବିବେଚନା କରାଯାଏ ।

girl s

ପୂର୍ଣ୍ଣିମା ଦିନ ବଡି ଭୋର୍‌ରୁ ଉଠି କୁମାରୀମାନେ ଶୁଦ୍ଧପୂତ ଭାବରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଧାନ ଲଗା ଖଇ ବା ଲିଆକୁ ଅର୍ପଣ କରିଥାନ୍ତି । ସାତ ଆଞ୍ଜୁଳା ଖଇରେ ନଡିଆ, ଗୁଆ, କଦଳୀ, ଆଖୁ, ଜହ୍ନି ଆଦି ଦେଇ ଆଞ୍ଜୁଳା ଟେକି ଥାନ୍ତି । ସକାଳୁ ପୂଜା କରାଯାଇଥିବା ଖଇ ବା ଲିଆକୁ ଛେନା କଦଳୀ ନଡିଆ ଦହି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

ଏହାକୁ ସଂଧ୍ୟାରେ ଚଉରା ମୂଳେ ଜହ୍ନି ପତ୍ରରେ ଚନ୍ଦ୍ରର ଆକାର ଦେଇ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ । ‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ..’ ଗୀତ ଗାଇଥାନ୍ତି । ଠିଆ ପୁଚି ସାଙ୍ଗକୁ ବସା ପୁଚି ମଧ୍ୟ ଖେଳିଥାନ୍ତି ଝିଅମାନେ। ପୂଜା ସମୟରେ ଚନ୍ଦ୍ର ଦେବତାଙ୍କୁ କାର୍ତିକେୟଙ୍କ ପରି ସୁନ୍ଦର ବର ମାଗିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button