ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ନିଶ୍ଚୟ ପିଅନ୍ତୁ ଗରମ ପାଣି, ଦେଖାଦେବନି ଏସବୁ ସ୍ୱାସ୍ଥ୍ୟ ସମସ୍ୟା

ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଇବା ପିଇବା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହି ସମୟରେ ଶରୀରକୁ ସଠିକ୍‌ ପରିମାଣରେ ପୋଷଣ ଆବଶ୍ୟକ ହୋଇଥାଏ। ଶରୀରରେ ପାଣିର ଅଭାବ ହେଲେ ଉଭୟ ମା’ ଓ ଛୁଆଙ୍କ ପାଇଁ କ୍ଷତିକାରକ ହୋଇପାରେ। ଗର୍ଭବତୀ ମହିଳା ଗରମ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ। ଏଥିସହ ଗର୍ଭାବସ୍ଥାରେ ବଢ଼ୁଥିବା ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ପାଚନ ତନ୍ତ୍ର:

ଗରମ ପାଣି ପାଚନ ତନ୍ତ୍ରକୁ ଠିକ୍‌ କରିବା ସହ ଶରୀରରେ ଥିବା ଅଦରକାରୀ ପଦାର୍ଥକୁ ନିଷ୍କାସିତ କରିଥାଏ। ଫଳରେ ଗର୍ଭସ୍ଥ ଶିଶୁକୁ ସଠିକ୍‌ ପୋଷଣ ମିଳିଥାଏ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ଅଧିକ ଗରମ ନଥାଏ।

 

କୋଷ୍ଠକାଠିନ୍ୟ:

ଗର୍ଭାବସ୍ଥାରେ ମହିଳାଙ୍କ ଠାରେ ସାଧାରଣତଃ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ। ଏଭଳି ସ୍ଥିତିରେ ଖାଲି ପେଟରେ ଗରମ ପାଣି ପିଇବା ପରେ କିଛି ସମୟ ଚାଲିବା ଆବଶ୍ୟକ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଗରମ ପାଣି ପିଇବା ଦ୍ୱାରା ଏସିଡିଟି ମଧ୍ୟ ଦୂର ହୁଏ।

ଆଳସ୍ୟ ଦୂର କରେ:

ସକାଳୁ ଉଠିବା ପରେ ଗର୍ଭବତୀମାନେ ଆଳସ୍ୟ ଅନୁଭବ କରିଥାନ୍ତି। ଏଣୁ କୌଣସି କାମ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିନଥାନ୍ତି। ଏଭଳି ସମସ୍ୟା ଥିଲେ ସକାଳୁ ଉଠି ଗରମ ପାଣି ପିଇବା ଲାଭଦାୟକ ହୋଇଥାଏ।

ଖାଦ୍ୟ ହଜମ କରେ:

ଗର୍ଭବତୀମାନେ ଭାରୀ କାମ କରିପାରୁନଥିବାରୁ ସେମାନେ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇନଥାଏ। ଖାଇବା ପରେ କିଛି ଗରମ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖାଦିଏ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button