ଦେଶ ବିଦେଶ

କେତେ ପ୍ରକାରର ନାରୀ ହୋଇଥାନ୍ତି ? କେଉଁ ନାରୀ ସର୍ବଶ୍ରେଷ୍ଠ ହୋଇଥାଏ ? ପୁରୁଷ କେଉଁ ନାରୀଙ୍କୁ ବିବାହ କଲେ ଧନବାନ ହୋଇଥାଏ ?

ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ବାହା ହେବା ପୂର୍ବରୁ କୁଆଁରୀ ଝିଅ ମାନେ ନିଜ ବାପଘରର ଲକ୍ଷ୍ମୀ ହୋଇଥିବା ବେଳେ ବାହା ହୋଇକି ଶାଶୁ ଘରକୁ ଗଲେ, ସେଠିକାର ଲକ୍ଷ୍ମୀ ହୋଇଯାଇଥାନ୍ତି । ହେଲେ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ସେମାନଙ୍କର ଗୁଣ, ବ୍ୟବହାର, ଆଚାର ଓ ବିଚାର ଲକ୍ଷ କରି ୪ ଭାଗରେ ବିଭକ୍ତ କରାଯାଇଛି । ଯଥା ନାରୀ ମାନଙ୍କର ୪ ଟି ରୂପ ହେଉଛି ପଦ୍ମିନୀ, ହସ୍ତିନୀ, ଚିତ୍ରିଣୀ ଓ ଶଙ୍ଖିନୀ । ନାରୀ ମାନଙ୍କର ଭଲ ଗୁଣ ଦ୍ଵାରା ସେ ଘରକୁ ସ୍ଵର୍ଗ ବନାଇ ଦେଇପାରନ୍ତି । ଅନ୍ୟ ପକ୍ଷରେ ନାରୀଙ୍କର ଖରାପ ଗୁଣ ଦ୍ଵାରା ସେ ଘରକୁ ନର୍କ ମଧ୍ୟ ବନେଇ ଦେଇପାରନ୍ତି ।

 

ନାରୀଙ୍କର ଏହି ୪ ଟି ରୂପରୁ ପଦ୍ମିନୀ ସ୍ଵଭାବର ନାରୀଙ୍କୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ଏପରି ନାରୀ ଦୁନିଆରେ ବହୁତ କମ୍ ସଂଖ୍ୟକ ଦେଖିବାକୁ ମିଳିଥାନ୍ତି । ଏପରି ଝିଅଙ୍କୁ ବିବାହ କରିବା  ଦ୍ଵାରା ପୁରୁଷଙ୍କର ଭାଗ୍ୟ ବଦଳି ଯାଇଥାଏ । ପଦ୍ମିନୀ ସ୍ଵଭାବର ନାରୀ ମାନେ ସରଳ, ବିଶ୍ଵାସୀ, ପରଉପକରୀ, ସଂସ୍କାରୀ ଓ ଧାର୍ମିକ ମନ ବୃତ୍ତି ଥିବା ନାରୀ ଅଟନ୍ତି । ଏପରି ନାରୀ ମାନେ ଉଭୟ ବାପ ଘର ଓ ଶାଶୁ ଘରର ହିତକାରିଣୀ ହୋଇଥାନ୍ତି । ଏହି ନାରୀ ମାନେ ଅତ୍ୟନ୍ତ ସୁନ୍ଦରୀ ଓ ଏମାନଙ୍କ ଶରୀରରୁ ପଦ୍ମ ଫୁଲର ମହକ ଆସୁଥାଏ  ତେଣୁ ଏମାନଙ୍କୁ ପଦ୍ମିନୀ ନାରୀର ଆକ୍ଷା ମିଳିଥାଏ ।

ଦିତୀୟରେ ଯେଉଁ ନାରୀ ମାନେ ଚିତ୍ରିଣୀ ସ୍ଵଭାବର ହୋଇଥାନ୍ତି । ସେମାନେ ପତିବ୍ରତା ନାରୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ଅନ୍ୟକୁ ସ୍ନେହ ଆଦର କରିଥାନ୍ତି । ଏହି ଝିଅ ମାନେ ନିଜକୁ ସୁସଜ୍ଜିତ କରି ରଖିବାକୁ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କର ଭୋଗବିଳାସ କରିବାରେ ଅଧିକ ମନ ରଖିନଥାନ୍ତି । ଏହି ଝିଅ ମାନେ ପରିଶ୍ରମ କମ୍ କରିଥାନ୍ତି ସତ କିନ୍ତୁ ବିଚକ୍ଷଣ ବୁଦ୍ଧି ଏହି ଝିଅ ମାନଙ୍କ ପାଖରେ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button