ଦେଶ ବିଦେଶ

କେଶ ସାମ୍ପୁ କରିବା ବେଳେ ସବୁବେଳେ ଭୁଲ କରିଥାନ୍ତି ମହିଳା, ଜାଣନ୍ତୁ ମୁଣ୍ଡ ସଫା କରିବାର ଠିକ୍‌ ଶୈଳୀ

ମହିଳାମାନେ କେଶକୁ ଚମକଦାର କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଆପଣାଇଥାନ୍ତି। ଏଥିପାଇଁ କିଏ କେଶରେ ତେଲ ଲଗାଏ ତ ଆଉ କିଏ ମେଥି ଦେଇ ସଫା କରେ। ସେହିପରି ଆଉ କିଏ ସାମ୍ପୁ ମଧ୍ୟ କରିଥାଏ। କିନ୍ତୁ ଭୁଲ ଉପାୟରେ ସାମ୍ପୁ କରିବା ଯୋଗୁ ମହିଳାଙ୍କ କେଶ ଚମକଦାର ହେବା ବଦଳରେ ପ୍ରବଳ ଝଡ଼େ। ବର୍ତ୍ତମାନ ବଜାରରେ ବହୁ ପ୍ରଡକ୍ଟ ମିଳୁଥିଲେ ବି ସବୁ ପ୍ରଡକ୍ଟ ସମସ୍ତଙ୍କୁ ସୁଟ୍‌ କରିନଥାଏ । ଏଣୁ କେଶ ସମସ୍ୟା ପୂର୍ବ ପରି ରହିଥାଏ। ତେବେ ଆଜି ଆସନ୍ତୁ ଜାଣିବା ଚୁଟି ସଫା କରିବା ବେଳେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଜରୁରୀ।

shampoo

  • ମୁଣ୍ଡ ଧୋଇବା ବେଳେ ମହିଳାମାନେ ପ୍ରାୟତଃ ଗରମ ପାଣି ବ୍ୟବହାର କରିଥାନ୍ତି। ମାତ୍ର ଏଭଳି କରିବା ଅନୁଚିତ। କାରଣ ଗରମ ପାଣି କେଶ ମୂଳକୁ ଦୁର୍ବଳ କରିଦିଏ। ଫଳରେ କେଶ ଉପୁଡ଼େ। ଏଣୁ କେଶ ସାମ୍ପୁ କରିବା ବେଳେ ସବୁବେଳେ ନର୍ମାଲ ପାଣି ବ୍ୟବହାର କରିବା ଉଚିତ।
  • ଯଦି ଆପଣ ଥଣ୍ଡା ସ୍ଥାନରେ ରହୁଛନ୍ତି ତେବେ ନଖ ଉଷୁମ ପାଣି ବ୍ୟବହାର କରିପାରନ୍ତି।
  • ସେହିପରି କେଶ ଧୋଇବା ବେଳେ ଗୋଟିଏ ସ୍ଥାନକୁ ଦୀର୍ଘ ସମୟ ଧରି ରଗଡ଼ିବା ବି ଚୁଟି ଉପୁଡ଼ିବାର ଅନ୍ୟ ଏକ କାରଣ। ଏଣୁ ମୁଣ୍ଡ ସଫା କରିବା ବେଳେ କେବେ ବି ଗୋଟିଏ ଜାଗାକୁ ଘଷନ୍ତୁ ନାହିଁ। ଏହା ଦ୍ୱାରା ଚୁଟିଗୁଡ଼ିକ ପରସ୍ପର ସହ ବାନ୍ଧି ହୋଇଯାଏ ଓ ଉପୁଡ଼େ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button