ଦେଶ ବିଦେଶ

SBI ଗ୍ରାହକ ମାନଙ୍କ ପାଇଁ ଆସିଲା ସବୁଠୁ ବଡ ଖବର, SBI ରେ ଆକାଉଣ୍ଟ ଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ SBI ଗ୍ରାହକ ଙ୍କ ପାଇଁ ବଡ଼ ଖବର। ଜୁଲାଇ ୧ ରୁ ହେବ ବଡ଼ ପରିବର୍ତ୍ତନ। SBI ଗ୍ରାହକ ଙ୍କ ପାଇଁ ଆସନ୍ତା ଜୁଲାଇ ପହିଲାରୁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେବ। ATM ରୁ ଟଙ୍କା ଉଠାଣ,ଖାତା ରୁ ନଗଦ ଟଙ୍କା ଉଠା ଣ ,ଏବଂ ଚେକ ବୁକ ଇସୁ ଆଦି ଏଥିରେ ସାମିଲ ରହିଛି।

ଏଣିକି ଟଙ୍କା ଉଠାଣ ପରେ ଲାଗିବ ଅଧିକ ଚାର୍ଜ। ବେସିକ ସେଭିଂ ବ୍ୟାଙ୍କ ଡ଼ିପୋଜିଟ ଆକାଉଣ୍ଟ ଧାରୀ ଙ୍କ ପାଇଁ ଏହି ନୂତନ ଦେୟ ଲାଗୁ ହେବ। ତେବେ ଆସନ୍ତୁ ଜାଣିବା କଣ ସବୁ ନୂତନ ନିୟମ ରହିଛି। SBI ର ବେସିକ ସେଭିଂ ବ୍ୟାଙ୍କ ଡ଼ିପୋଜିଟ ଆକାଉଣ୍ଟ ସମାଜ ର ଗରିବ ଶ୍ରେଣୀ ଙ୍କ ପାଇଁ ଉଦିଷ୍ଟ। ଯେଉଁ ମାନେ ବିନା କୌଣସି ଶୁଳ୍କ ରେ ଆକାଉଣ୍ଟ ଖୋଲି ପାରିବେ।ଏହାକୁ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ ମଧ୍ୟ କୁହାଯାଏ।

ତେବେ ଯେ କୌଣସି ବ୍ୟକ୍ତି ଯାହାଙ୍କ ପାଖରେ ବୈଧ KYC ଡକ୍ୟୁମେଣ୍ଟ ରହିଥିବ ସେମାନେ SBI ର ବେସିକ ସେଭିଂ ବ୍ୟାଙ୍କ ଡ଼ିପୋଜିଟ ରେ ଖାତା ଖୋଲି ପାରିବେ। ତେବେ ଏହି ଖାତା ଧରି ମାସରେ ମାତ୍ର ୪ଥର ମାଗଣା ରେ ଟଙ୍କା ଉଠାନ କରି ପାରିବେ। ଏଥିରେ ATMରୁ ଟଙ୍କା ନେବା ଆଦି ସାମିଲ ରହିବ। ଏହି ଲିମିଟ ଶେଷ ହେବା ପରେ ଅର୍ଥାତ ଚାରିଥର ଟଙ୍କା ଉଠାଇ ସାରିବା ପରେ ପ୍ରତିଟି ଟ୍ରାନଯକସନ ରେ ୧୫ ଟଙ୍କା ଚାର୍ଜ କଟିବ।

SBI ବେସିକ ବ୍ୟାଙ୍କ ଡ଼ିପୋଜିଟ ଆକାଉଣ୍ଟ ଧାରୀ କୁ ଗୋଟିଏ ଆର୍ଥିକ ବର୍ଷ ରେ ଦଶ ଟି ଚେକ କପି ଦିଆ ଯାଇଥାଏ। ଏହା ଛଡା ଚେକ ବୁକ ପାଇଁ ମଧ୍ୟ ଚାର୍ଜ କରିବ ବ୍ୟାଙ୍କ। ଏହି ଚେକ ବୁକ ପାଇଁ ବ୍ୟାଙ୍କ ୪୦ ଟଙ୍କା ସହ ଜି ଏସ ଟି ଚାର୍ଜ କରିବ। ସେହି ପରି ଜରୁରୀ କାଳୀନ ଚେକ ପାଇଁ ୫୦ ଟଙ୍କା ଚାର୍ଜ ସହ ଜି ଏସ ଟି ଚାର୍ଜ କରିବ ବ୍ୟାଙ୍କ।

ଏହି ସବୁ ନିୟମ ସହ ATM ରୁ ଟଙ୍କା ଉଠାଣ ନିୟମ ରେ ମଧ୍ୟ ପରିବର୍ତ୍ତନ କରିଛି ବ୍ୟାଙ୍କ। SBI ବ୍ରାଞ୍ଚ ରୁ ଆପଣ ଚାରି ଥର ଟଙ୍କା ଉଠାଇ ପାରିବେ କିନ୍ତୁ ଏହାର ଲିମିଟ ଶେଷ ହେବା ପରେ ପ୍ରତ୍ୟକ ଟ୍ରାନଯକସନ ପାଇଁ ୧୫ ଟଙ୍କା ଏବଂ ଜି ଏସ୍ ଟି ଚାର୍ଜ କରିବ ବ୍ୟାଙ୍କ। ତେବେ ଚେକ ମାଧ୍ୟମରେ ଟଙ୍କା ଉଠାଇବା ସୀମା କୁ ବଢ଼ାଇ ଦିଆଯାଇଛି। ବ୍ୟାଙ୍କ ରୁ ଗୋଟିଏ ଦିନରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରି ହେବ। ତେବେ ଆପଣ ଯଦି ଏହି SBI ବ୍ୟଙ୍କ ର ଗ୍ରାହକ ତେବେ ଆପଣ ସୂଚିତ ହୋଇ ଯାଆନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button