TV ସିରିଏଲ “ପୁନର୍ବିବାହ” ରୁ ଫେମସ ହୋଇଥିବା ଅଭିନେତ୍ରୀ Kratika Sengar ଙ୍କ ଇଏ ହେଉଛି ରିଅଲ ଲାଇଫ Family

ନମସ୍କାର ବନ୍ଧୁଗଣ ଆଜି କାଲି ଘରେ ଘରେ ସମସ୍ତେ ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରବାହିକ କୁ ଦେଖିବା କୁ ବେଶୀ ପସନ୍ଦ କରୁଛନ୍ତି ସିନେମା ଅପେକ୍ଷା । ଏବଂ ନିଜର ସମସ୍ତ କାର୍ଯ୍ୟ କଳାପ କୁ ଶେଷ କରି ବସି ଯାଉଛନ୍ତି ଟିଭି ଆଗରେ ସେହି ଧାରାବାହିକ ଗୁଡିକ କୁ ଦେଖିବା ପାଇଁ ।
ପ୍ରସାରିତ ହେଉଥିବା ଧାରାବାହିକ ଏବେ ଘରେ ଘରେ ପରିଚିତ । ଏବଂ ସେଥିରେ ଅଭିନୟ କରୁଥିଲେ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ବହୁତ ଲୋକପ୍ରିୟତା ପାଉଛନ୍ତି । ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି । ଏବଂ ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି ।

ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କୃତିକା ସେଙ୍ଗର ଙ୍କ ବିଷୟରେ କିଛି କଥା ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ତାଙ୍କ ବିଷୟରେ ।
ଟିଭି ଜଗତ ର ସବୁଠାରୁ ରୋମାଣ୍ଟିକ ଏବଂ ଲୋକପ୍ରିୟ ଧାରାବାହିକ ‘କସମ ତେରେ ପ୍ୟାର କି’ ବର୍ତ୍ତମାନ ପ୍ରସାରିତ ନ ହୋଇ ପାରେ କିନ୍ତୁ ଆଜି ବି ଲୋକମାନେ ସେହି ଧାରାବାହିକ କୁ ଏବଂ ସେଥିରେ ଅଭିନୟ କରିଥିବା କଳାକାର ମାନଂକୁ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ଭଲପାଇବା ଦେଉଛନ୍ତି ।

ତେବେ ଏହି ଧାରାବାହିକ ରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ କୃତିକା ସେଙ୍ଗର ଦର୍ଶକ ମାନଙ୍କ ର ବହୁତ ପ୍ରିୟ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ତାଙ୍କୁ ବହୁତ ମନ ମଧ୍ୟ ପକାଉଛନ୍ତି । ତେବେ ସେ ପୁନର୍ବିବାହ ଏବଂ ରାଣୀ ଲକ୍ଷ୍ମୀ ବାଇ ଧାରାବାହିକ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

କୃତିକା ଙ୍କ ପିତାଙ୍କ ନାମ ହେଉଛି ବେଦାନ୍ତ ସେଙ୍ଗର ଏବଂ ମାତା ଙ୍କ ନାମ ହେଉଛି କଳ୍ପନା ସେଙ୍ଗର । ସେ ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବ୍ୟବସାୟୀ ଏବଂ ମାତା ଗୃହିଣୀ ଏବଂ ତାଙ୍କ ର ସାନ ଭାଇ ହେଉଛନ୍ତି ଅନୁରାଗ ସେଙ୍ଗର ଯିଏ ଏବେ ପାଠ ପଢୁଛନ୍ତି । ତାଙ୍କ ପରିବାର ରୁ କେହି ବି ଏହି ଅଭିନୟ ଦୁନିଆର ନଥିଲେ କିନ୍ତୁ ସେ ନିଜ ଅଭିନୟ କ୍ୟାରିଅର ବାଛି ୨୦୦୭ ରେ କିୟୁଙ୍କି ଶାସ୍ ଭି କଭି ବହୁ ଥି ଏହି ଧାରାବାହିକ ରୁ ଅଭିନୟ କରି ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଥିଲେ ଏବଂ ଏହା ପରେ ସେ ଆହୁରି ଅନେକ ଧାରା ବାହିକ ରେ ଅଭିନୟ ମଧ୍ୟ କରିଛନ୍ତି ।

ନିଜର କ୍ୟାରିଅର ରେ ସଫଳ ହେବା ପରେ ସେ ୨୦୧୪ ରେ ଅଭିନେତା ନିକେତନ ଧୀର ଙ୍କ ସହ ବିବାହ କରିଛନ୍ତି । ନିକେତନ ଅଭିନେତା ପଙ୍କଜ ଧୀର ଏବଂ ଅନିତା ଦେବ ଙ୍କ ପୁତ୍ର । ଏହା ଏକ ଆରେଞ୍ଜ ମ୍ୟାରେଜ ଅଟେ । ଏହା ଛଡା କୃତିକା ଙ୍କ ଜଣେ ନଣନ୍ଦ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ନୀତିକା ଶାହା । ବର୍ତ୍ତମାନ କୃତିକା ନିଜ ସଂସାର ରେ ବହୁତ ଖୁସି ଅଛନ୍ତି ଏବଂ ନିଜ ଅଭିନୟ କ୍ୟାରିଅର କୁ ଜାରି ମଧ୍ୟ ରଖିଛନ୍ତି ।



