ଜୀବନଶୈଳୀ

ନେତା ହେବ ତ ଏମିତି, 4 ଥର MLA ହେଇ ସାରିଲେଣି, କିନ୍ତୁ ଆଜି ଯାଏ ନିଜ ଘର ଛାତର ଟିଣ ବଦଳେଇ ପାରିଲେନି

ନିଉ ଦିଲ୍ଲୀ : କୌଣସି ବିଧାନସଭା ରେ ବାରମ୍ବାର 4 ଥର ବିଧାୟକ ହେବା ସହଜ କଥା ନୁହେଁ, ସେ ବି ପୁଣି ସତ୍ୟତାର ସହ । କୌଣସି ବି ପାର୍ଟି ଏହି ନେତାଙ୍କୁ ନିଜର ମୁଣ୍ଡରେ ବସେଇବ, ଯଦି ଚାହିଁବେ ତ। କିନ୍ତୁ ଏହା ହୋଇ ନଥିଲା ।

ଖଂଡୱା ର ବିଧାୟକ ରଘୁରାଜ ସିଂହ ତୋମାର ଏତେ ବର୍ଷ ବିଧାୟକ ରହିବା ପରେ ମଧ୍ୟ ତାଙ୍କୁ ପାର୍ଟି ରୁ ଟିକଟ ଦିଆଯାଇ ନଥିଲା । ସେ ୨୦୦୩ ରୁ ସେ କୌଣସି ନିର୍ବାଚନ ଲଢିନଥିଲେ । ଆଜି ସେ ଏକ ସାଧାରଣ ଜୀବନ ଜାପାନ କରୁଛନ୍ତି । ନେତା ମାନଙ୍କର ଗାଡି, ଘର ଏବଂ ରହଣି ସହଣୀ ର ମଧ୍ୟରେ ଜିଲ୍ଲା ରେ ଆଜି ବି ଏମିତି ଏକ ନେତା ଅଛନ୍ତି ଯାହାଙ୍କର ସତ୍ୟତା ସମାଜର ସେବାର ଛବି ରୂପରେ ଅଛି । ରାଣା ରଘୁରାଜ ସିଂହ ତୋମାର ଚାରି ଥର ବିଜେପି ରୁ ବିଧାୟକ ରହିଥିବା ପରେ ମଧ୍ୟ ୨୦୦୩ ପର ଠାରୁ ସେ ପୁଣି ଟିକେଟ ପାଇଁ ଆବେଦନ କଲେ କିନ୍ତୁ ଏଥିପାଇଁ ତାଙ୍କୁ ୧୪ ଲକ୍ଷ ଟଙ୍କା ମଗା ଯାଇଥିଲା ।

ସେ ଟଙ୍କା ଦେବାପାଇଁ ମନା କରି ଦେଇଥିଲେ ଯାହା ଫଳରେ ତାଙ୍କୁ ଟିକେଟ ଦିଆ ଗଲା ନାହିଁ । ସେ ଏତେ ବର୍ଷ ବିଧାୟକ ରହିବା ପରେ ମଧ୍ୟ ତାଙ୍କର ଅବସ୍ଥା ଏତେ ଖରାପ କି ସେ ନିଜ ଘରର ଟିଣ ମଧ୍ୟ ବଦଳେଇ ପାରିଲେ ନାହିଁ । ଘରଟି ଖରାପ ଅବସ୍ଥାରେ ଅଛି । ଘର ବାହାର ଛିଡା ହୋଇଥିବା ବ୍ୟାଙ୍କ ରୁ ଲୋନ ନେଇ କରିଥିବା ଗାଡି ରେ ଆଜି ମଧ୍ୟ ବିଧାୟକ ଲେଖାହୋଇଛି ।

ସେତେବେଳେ ନିମାଡଖେଡି ବିଧାନସଭା ରୁ ୧୯୭୭ ରୁ ୧୯୯୭ ବିଧାୟକ ଥିବା ରଘୁରାଜ ଆଜି ପୁନାସା ବ୍ଲକ ମୁଖ୍ୟାଳୟ ର ୧୦ କିଲୋମିଟର ଗାଁ ରିଛାଫଳ ରେ ଏକ ଖରାପ ଅବସ୍ଥାରେ ଥିବା ଘରେ ରହୁଛନ୍ତି । ପେଂଶନ ୩୫ ହଜାର ଟଙ୍କା ମିଳୁଛି । ଏହି ଟଙ୍କାରେ ସେ ନିଜର ର ଶରୀରରେ ଏବଂ ନାତି-ନାତୁଣୀ ଙ୍କ ପଢାପଢି ରେ ଖର୍ଚ୍ଚ କରୁଛନ୍ତି । ଚାଷୀ ପୁଅ ନାରାୟଣ ସିଂହ ତାଙ୍କ ସହ ରହୁଛନ୍ତି । ଲୋକମାନଙ୍କର ଭଲ କରିବା ହେତୁ ସେ ଅନଶନ ମଧ୍ୟ କରିଥିଲେ । ୧୯୭୧ ମସିହାରେ ସେ ଜେଲ ମଧ୍ୟ ଯାଇଥିଲେ । ବିଧାୟକ ଥିଲେ ବି ସେ ଟିକେଟ କିଣି ବସ ରେ ଯିବା ଆସିବା କରୁଥିଲେ । ସେ କହିଲେ କି ତାଙ୍କ ପାଖରେ ତାଙ୍କ ବାପା ଙ୍କର ୧୪୦ ଏକର ଜମି ଅଛି ।

ସେ ବିଧାୟକ ଥିବା ସମୟରେ ବହୁତ ଲୋକ ତାଙ୍କୁ ଟଙ୍କା ଲାଞ୍ଚ ଦେବାର ଚେଷ୍ଟା କରିଛନ୍ତି । କିନ୍ତୁ ସେ ତାଙ୍କୁ ଗାଳି କରି ବିଦା କରି ଦିଅନ୍ତି। ସେ ତାଙ୍କ ସମୟରେ ଲୋକଙ୍କ ହିତ ପାଇଁ ବହୁତ କିଛି କାମ କରିଛନ୍ତି କିନ୍ତୁ କାହା ଠାରୁ ଗୋଟେ କପ ଚା ବି ପି ନାହାନ୍ତି।

ଏଭଳି ଏକ ସଚ୍ଚୋଟ ବିଧାୟକଙ୍କ ପାଇଁ ଆପଣଙ୍କ ର ମତାମତ କଣ କମେଣ୍ଟ ବକ୍ସ ରେ ନିଜର ମତାମତ ନିଶ୍ଚୟ ଦେବ। ଆପଣଙ୍କ ରାୟ ଆମ ପାଇଁ ମହତ୍ଵ ପୂର୍ଣ୍ଣ ଅଟେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button