କ୍ରୀଡା

ହାରି କି ବି ଜିତିଗଲେ ସତୀଶ, ଦେଶ ପାଇଁ ବୁହାଇଦେଲେ ରକ୍ତ, Olympics ଦେଖିଲା ଭାରତୀୟ ବକ୍ସରଙ୍କ ଦମ୍, ପୁରା Video ଦେଖିଲେ ଆପଣ ବି ଦେବେ ସାବାସି

ପଛଘୁଞ୍ଚା ନାହିଁ ବୀରର ଜାତକେ” ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଭାରତୀୟ ବକ୍ସର ସତିଶ କୁମାର । ଟୋକିଓରେ ଚାଲିଥିବା ଅଲମ୍ପିକ ଉପରେ ଏବେ ସାରା ଦୁନିଆର ନଜର । କେଉଁ ଦେଶ କେତେ ମେଡାଲ ଜିତିଲା ଏହା ନେଇ ସବୁ ଦେଶରେ ଚାଲିଛି ଚର୍ଚ୍ଚା ।

ଆମ ଦେଶର କିଛି ଖେଳାଳି ଏହି ଅଲମ୍ପିକରେ ସ୍ଵର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତତି ସାରିଥିବା ବେଳେ, କୌଣସି ପଦକ ନ ଜିତି ମଧ୍ୟ ଏବେ ଦେଶ ପାଇଁ ଗର୍ବ ଓ ଗୌରବର କାରଣ ହୋଇଛନ୍ତି ବକ୍ସର ସତୀଶ କୁମାର । ମୁହଁ ଫା-ଟି-ଥି-ଲା ଓ ହାତରେ ମଧ୍ୟ ଲାଗିଥିଲା ଗ-ଭୀ-ର ଆ-ଘା-ତ । ତଥାପି ଦେଶ ପାଇଁ ରିଙ୍ଗ କୁ ଓହ୍ଲାଇବାକୁ ତିଳେ ହେଲେ ଭୟ କରି ନ ଥିଲେ ଭାରତର ପୁଅ ସତୀଶ କୁମାର । ଇଂରେଜମାନେ ଆମ ଦେଶକୁ ଶାସନ କରୁଥିବା ସମୟରେ ଏ ମୁଣ୍ଡ ନଇଁ ନ ଥିଲା କି ଆଜି ମଧ୍ୟ ନଇଁ ନାହିଁ ।

ଟୋକିଓ ଅଲମ୍ପିକରେ ଏବେ ସାରା ବିଶ୍ଵ ଦେଖିବାକୁ ପାଇଲା ଭାରତୀୟ ବକ୍ସର ସତୀଶ କୁମାରଙ୍କ ପରାକ୍ରମ । ସତୀଶ କୁମାର ପ୍ରଥମ ହେଭି ୱେଟ ବକ୍ସର ଥିଲେ ଯିଏ କି ଅଲମ୍ପିକରେ ସୁପର ହେଭି ୱେଟ ଚମ୍ପିୟାନଶିପ ପାଇଁ କ୍ଵାଲିଫାଏ କରିଥିଲେ । ଭଲ ପ୍ରଦର୍ଶନ ସତ୍ତ୍ଵେ କ୍ଵାର୍ଟର ଫାଇନାଳରେ ସତୀଶ ହାରି ଯାଇଛନ୍ତି ସତ କିନ୍ତୁ ପ୍ରତିଦ୍ଵନ୍ଦୀଙ୍କ ସହ ସାରା ଦେଶବାସୀଙ୍କ ମନ ଜିଣି ନେଇଛନ୍ତି ସତୀଶ । ଅଲମ୍ପିକରେ ପ୍ରଥମରୁ ଭଲ ପ୍ରଦର୍ଶନ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ସତୀଶ କୁମାର ।

କ୍ଵାର୍ଟର ଫାଇନାଲରେ ତାଙ୍କର ସିଧାସଳଖ ମୁକାବିଲା ହୋଇଥିଲା ଉଦବେକିସ୍ଥାନର ଜଣେ ୱାର୍ଲ୍ଡ ଚମ୍ପିୟାନ ବକ୍ସରଙ୍କ ସହ । ମୁହଁରେ ସମୁଦାୟ ୧୩ଟି ଷ୍ଟିଜ ଥିଲା । କେବଳ ଆଖିପତାରେ ୬ଟି ଷ୍ଟିଜ ଲାଗିଥିବା ବେଳେ ଓଠରେ ପଡିଥିଲା ୭ଟି ଷ୍ଟିଜ । ହାତରେ ମଧ୍ୟ ତାଙ୍କର ଗଭୀର ଆ-ଘା-ତ ଲାଗିଥିଲା । ତାଙ୍କ ମା ଏବଂ ସ୍ତ୍ରୀ ମଧ୍ୟ ତାଙ୍କୁ ଲ-ଢି-ବା ପାଇଁ ବାରଣ କରିଥିଲେ । କିନ୍ତୁ ତାଙ୍କ ବାପା ତାଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରି କହିଥିଲେ କି ସୁଯୋଗ ବାରମ୍ବାର ଆସେ ନାହିଁ ।

ତେବେ ଜୀବନ ପ୍ରତି ବିପଦ ଅଛି ବୋଲି ଜାଣି ମଧ୍ୟ କ୍ଵାର୍ଟର ଫାଇନାଲରେ ଲଢିବା ପାଇଁ ରିଙ୍ଗକୁ ଓହ୍ଲାଇଥିଲେ ସତୀଶ କୁମାର । ସତୀଶ ଜଣେ ବକ୍ସର ହେବା ସହ ଭାରତୀୟ ସେନାର ଜଣେ ଯବାନ ମଧ୍ୟ । ସେଥିପାଇଁ ତାଙ୍କ ଭିତରେ ଦେଶ ପାଇଁ ଲ-ଢି-ବା-କୁ ଅଦମ୍ୟ ସାହାସ ଓ ଶକ୍ତି ରହିଛି । ସତୀଶଙ୍କ ସ୍ଥାନରେ ଆଉ କିଏ ଥିଲେ ହୁଏତ ଏହି ପ୍ରତିଯୋଗୀତାରୁ ଓହରି ଯାଇଥାନ୍ତେ । କିନ୍ତୁ ଏପରି କରି ନ ଥିଲେ ସତୀଶ । ଶରୀରରେ ଗଭୀର ଆଘାତ ସତ୍ତ୍ୱେ ମଧ୍ୟ ରିଙ୍ଗରେ ପ୍ରତିଦ୍ଵନ୍ଦୀ ବକ୍ସରଙ୍କୁ ସେ କଡା ଟକ୍କର ଦେଇଥିଲେ ।

ଆଉ ଭାରତୀୟ ରକ୍ତରେ କେଟ ପରାକ୍ରମ ରହିଛି ତାହା ପ୍ରମାଣ କରି ଦେଖାଇ ଦେଇଥିଲେ । ଭାରତ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଯେତେ କଠୋର ପରିସ୍ଥିତି ଆସିଲେ ମଧ୍ୟ ତାକୁ ସାମ୍ନା କରି ଆଗକୁ ବଢି ପାରନ୍ତି । ଦେଶ କଥା ଉଠିଲେ କେବଳ ସତୀଶ ନୁହେଁ, ବରଂ ପ୍ରତ୍ଯେକ ଭାରତୀୟ ଏକାଠି ହୋଇ ଯାଆନ୍ତି ।

ଜାତି, ବର୍ଣ୍ଣ ଧର୍ମକୁ ଭୁଲି ହାତରେ ହାତ ମିଳାଇ ସବୁ ସଙ୍କଟର ସାମ୍ନା କରନ୍ତି । ଆଉ ଏହା ହିଁ ଭାରତୀୟ ବୋଲି ପ୍ରମାଣ କରିବାକୁ ଯଥେଷ୍ଟ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button