ସ୍ୱାସ୍ଥ୍ୟ

ଗର୍ଭାବସ୍ଥା ସମୟରେ କାଶ ହେଉଛି କି? ପ୍ରଥମେ ଭଲ ନିଦରେ ଶୁଅନ୍ତୁ, ଜାଣନ୍ତୁ ଏହିପରି ୫ଟି ଘରୋଇ ଉପଚାର ବିଷୟରେ

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜର ସବୁ ପ୍ରକାର ଯତ୍ନ ନେବା ଉଚିତ। ଏହା ଏମିତି ଏକ ଅବସ୍ଥା, ଯେଉଁଥିରେ ମହିଳାଙ୍କଠାରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ତେଣୁ ଏହି ସମୟରେ ଯେକୌଣସି ରୋଗ ସହ ଜଡ଼ିତ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଠିକ୍‌ ସମୟରେ ଉପଚାର ନ କଲେ, ସଂକ୍ରମଣ ଭଳି ଏହା ବ୍ୟାପିଯାଇଥାଏ। ଆଜି ଆମେ ଆପଣଙ୍କୁ ଗର୍ଭାବସ୍ଥା ସମୟରେ କାଶର ଘରୋଇ ଉପଚାର ବିଷୟରେ ଜଣାଇବୁ।

p88

୧. ଗର୍ଭାବସ୍ଥା ସମୟରେ କାଶ ହେଲେ, ଆପଣ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଅନ୍ତୁ, ଏହାଦ୍ୱାରା ତୁରନ୍ତ ଲାଭ ମିଳିପାରିବ।

୨. ଆପଣ ଏହି ସମୟରେ ଯଥାସମ୍ଭବ ଗରମ ପାଣି ସେବନ କରନ୍ତୁ। କାରଣ, ଏହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ। ଏହାସହିତ ଗଳା ଦରଜ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

p2

୩. କାଶରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଭୋଜନରେ ସବୁଜ ପନିପରିବା ଓ କମଳାକୁ ନିଶ୍ଚିତ ସାମିଲ କରନ୍ତୁ। କାରଣ, ଏହା ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇଥାଏ। ଏହାସହିତ ଏଥିରେ ଭିଟାମିନ୍‌ ଏବଂ ଫାଇବରର ମାତ୍ର ମହଜୁଦ୍‌ ଥିବାରୁ ଏହା ସଂକ୍ରମଣରୁ ରକ୍ଷା କରିଥାଏ।

୪. ଗର୍ଭାବସ୍ଥା ସମୟରେ ଯଥେଷ୍ଟ ମାତ୍ରାରେ ଗରମ ତରଳ ପଦାର୍ଥ ସେବନ କରନ୍ତୁ। ଗରମ ଲୁଣ ପାଣିକୁ ନେଇ ଗର୍ଗଲ କଲେ, ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଭଲ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ। କାରଣ, ଏହା ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button