ବିଚାର

କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

କଣ ଆପଣଙ୍କୁ ଜଣାଅଛି ପ୍ରତି ଛଅ ମାସରେ ବଦଳିଯାଇଥାଏ ଆପଣଙ୍କ କେଶ। କେଶର ନିର୍ମାଣରେ ମୁଖ୍ୟ ଭୂମିକା ନେଇଥାଏ ହର୍ମୋନ। ମୁଣ୍ଡରେ କେଶ ବା ବାଳ ପ୍ରତି ଛଅ ମାସରେ ଦେଢ଼ ଇଞ୍ଚ ବଢ଼ିଥାଏ। ଏହାର ଆୟୁଷ ଦୁଇ ରୁ ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାପରେ ପୁଣିଥରେ ନୂଆ କେଶ ଆସିଥାଏ।

man chest hairବୈଜ୍ଞାନିକମାନେ କହିଛନ୍ତି ଯେ କେଶର ନିର୍ମାଣ ପାଇଁ ଅନେକ କାରକ ଦାୟୀ ଅଟନ୍ତି। ଯେପରିକି କେଶର ୯୫ ପ୍ରତିଶତ ଅଂଶ କ୍ୟାରୋଟିନ୍‌ ନାମକ ପ୍ରୋଟୀନ ଦ୍ୱାରା ତିଆରି ହୋଇଥାଏ। କ୍ୟାରୋଟୀନ ଏକ ଏମିତି ହର୍ମୋନ ଯାହା ୧୮ ପ୍ରକାର ଆମିନୋ ଏସିଡ୍‌ ଦ୍ୱାରା ତିଆରି ହୋଇଥାଏ। କେଶରେ କାର୍ବନ, ଅକ୍ସିଜେନ, ନାଇଟ୍ରୋଜେନ, ହାଇଡ୍ରୋଜେନ ଏବଂ ସଲଫର ରହିଥାଏ। ସେହିପରି ମୁଣ୍ଡର ଭିତର ପାଖ ଅଂଶକୁ ହେୟାର ଫଲିକଲ କୁହନ୍ତି ଏବଂ ଉପର ଭାଗ ଅଂଶକୁ ହେୟାର ଶଫ୍ଟ କୁହାଯାଏ। ହେୟାର ଫଲିକଲ ତିଆରି ହେବାରେ ୨୨ ସପ୍ତାହ ସମୟ ନେଇଥାଏ।

hairଶରୀରରେ ପ୍ରାୟ୫ ମିଲିୟନ (୫୦ ଲକ୍ଷ) ହେୟାର ଫଲିକଲ ରହିଥାଏ। ମୁଣ୍ଡରେ ମୋଟ ଦଶ ଲକ୍ଷ ଫଲିକଲ ରହିଥାଏ। ଯେମିତି ଯେମିତି ଆମେ ବଡ ହୁଅନ୍ତି ଆମ ମୁଣ୍ଡର ବାଳ ମଧ୍ୟ ଘନତ୍ୱ ହେବା କମ୍‌ କରିଥାଏ। ଏହାର କାରଣ ହେଉଛି ଆମ ବୟସ ବଢ଼ିବା ସହିତ ମୁଣ୍ଡର ଆକାର ମଧ୍ୟ ବଢ଼ୁଛି। କେଶ ରଖିବା ଦ୍ୱାରା ଆମର ମନୋବଳ ବଢ଼ିଥାଏ ଏବଂ ଦ୍ରୁଢ଼ତା ଆସିଥାଏ। ଏହି ଦ୍ରୁଢ଼ତା କାରଣରୁ ସାଧୁବାବା ବା ସାଧକ ନିଜର କାଯ୍ୟର୍କ୍ରମକୁ ଦ୍ରୁଢ଼ କରି ନିଜ କାମକୁ ପୂରା କରିବାରେ ସକ୍ଷମ ହୋଇଥାନ୍ତି। କେଶ ମଧ୍ୟ ଲୋକଙ୍କର ସ୍ୱାଭିମାନକୁ ଯୋଡି ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button