ଓଡିଶା

ଏ ପର୍ଯ୍ୟନ୍ତ ବି ପ୍ରକୃତିଙ୍କ ମନରୁ ଲିଭିନି ବିବାଦର ନିଆଁ ? ବାବୁଶାନଙ୍କ ନାଁ ଶୁଣି ଚିହିଁକି ଉଠିଲେ ଓ କହିଲେ ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ପ୍ରକୃତି ମିଶ୍ର ବାବୁଶାନ ଙ୍କୁ ଅମେରୁଦଣ୍ଡୀ କହିଛନ୍ତି । ପ୍ରକୃତି ବାବୁଶାନ ଙ୍କ ନାମ ଶୁଣି ଇଗନୋର କରିଲେ ଏବଂ ଚିହିକି ଉଠିଲେ । ତେବେ ବାବୁଶାନ-ପ୍ରକୃତି ବିବାଦକୁ ଅନେକ ଦିନ ବିତିଛି ସତ, କିନ୍ତୁ ଏହି ବିବାଦର ନିଆଁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଭିନାହିଁ । ଆଉ ଏହି କଥା ପ୍ରକୃତି ଙ୍କ କଥାରୁ ସ୍ପଷ୍ଟ ହୋଇଛି । ପ୍ରକୃତି ଙ୍କ ନୂଆ ଓଡିଆ ଚଳଚିତ୍ର “କଫି ସପ ପ୍ରେମର ଆରମ୍ଭ” ର ପ୍ରମୋଶନ ସମୟରେ ପ୍ରକୃତି ଓଡିଆ ଚଳଚିତ୍ର ସମ୍ବନ୍ଧରେ ଅନେକ କଥା କହିଥିଲେ ।

ଏହା ସହିତ “ଦମନ” ଚଳଚିତ୍ର ଦେଖିଛନ୍ତି କି ନାହିଁ ପଚାରିବାରୁ ତାଙ୍କୁ ସମୟ ମିଳି ନଥିବାରୁ ସେ ଏହି ଚଳଚିତ୍ର କୁ ଦେଖି ନାହାଁନ୍ତି ବୋଲି କହିଥିଲେ । ଦମନ ଫିଲ୍ମ ସମ୍ବନ୍ଧରେ ଅଧିକ ପଚାରିବାରୁ ସେ ତାଙ୍କୁ ତାଙ୍କ ଚଳଚିତ୍ର ସମ୍ବନ୍ଧରେ ପଚାରିବାକୁ କହିଥିଲେ । ଏହା ସହିତ ବାବୁଶାନ ଙ୍କ ନାମ ଶୁଣି ଅଜବ ରିଆକସନ ଦେଇଥିଲେ ପ୍ରକୃତି ମିଶ୍ର । ବାବୁଶାନ ଙ୍କ ନାମ ଶୁଣିବା ପରେ ସେ କିଏ କିଏ ବୋଲି ବାରମ୍ବାର ପଚାରୁଥିଲେ । ଏଥିରୁ ଏହା ଜଣାପଡୁଛି ଯେ ବାବୁଶାନ ଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନାରାଜ ଅଛନ୍ତି ପ୍ରକୃତି ମିଶ୍ର ।

ପ୍ରକୃତି ମି-ଡି-ଆ ଙ୍କୁ ଏହା କହିଥିଲେ ଯେ ବାବୁଶାନ ଙ୍କୁ ଶୁଭେଛା ଦେବାପାଇଁ ତାଙ୍କ ଟିମ ଅଛନ୍ତି ମୁଁ ଦେଲେ କି ନ ଦେଲେ ସେଥିରେ କିଛି ଯାଏ ଆସେ ନାହିଁ । ମି-ଡି-ଆ ଙ୍କୁ ଏହା ମଧ୍ୟ କହିଥିଲେ ପ୍ରକୃତି ମିଶ୍ର ଯେ ବାବୁଶାନ ଙ୍କ ସହିତ କଥା ହେଉଛି କି ନ ହେଉଛି ଏହା ଆପଣ ଜାଣି କ’ଣ କରିବେ ? ଆପଣ ମୋ ଫୋନ ରିଚାର୍ଜ କରାଇବେ କି ?

ମି-ଡି-ଆ ଭାଇ କହିଥିଲେ ଯେ ଆମେ ଲୋକଙ୍କୁ ଜଣାଇବୁ, ଏହାକୁ ଶୁଣି ପ୍ରକୃତି ହାତ ଯୋଡି କହିଥିଲେ ଯେ ଲୋକମାନେ ବହୁତ ମଜା ନେଇସାରିଛନ୍ତି, ବର୍ତ୍ତମାନ ତାଙ୍କୁ କାମ କରିବାକୁ ଦିଅନ୍ତୁ । ସେ କାମ କରିବା ପାଇଁ ଆସିଛନ୍ତି ଓଡିଶାକୁ ବୋଲି କହିଥିଲେ । ଏହା ସହିତ କହିଥିଲେ ଯେ ମୋତେ ଆପଣ ଅମେରୁଦଣ୍ଡୀ ଲୋକ ମାନଙ୍କ ବିଷୟରେ ପଚାରନ୍ତୁ ନାହିଁ ।

କିଛି ମାସ ପୂର୍ବରୁ ଅଭିନେତା ବାବୁଶାନ ଏବଂ ପ୍ରକୃତି ଚେନ୍ନାଇ ଯାଉଥିବା ବେଳେ ବାବୁଶାନ ଙ୍କ ପତ୍ନୀ ଏବଂ ପ୍ରକୃତି ଙ୍କ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା ପରେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା ପ୍ରକୃତି ଙ୍କ ନାମରେ ବାବୁଶାନ ଙ୍କ ପତ୍ନୀ ଅନେକ ଅଭିଯୋଗ ଆଣିଥିଲେ । ଏହି ଘଟଣା ଟି କିଛି ଦିନ ପରେ ଶାନ୍ତା ପଡିଥିଲା କିନ୍ତୁ ସେହି ଘଟଣାର ନିଆଁ ବର୍ତ୍ତମାନ ମଧ୍ୟ ପ୍ରକୃତି ଙ୍କ ମନରେ ଘର କରିଥିବା ସ୍ପଷ୍ଟ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button