ବିଚାର

ଏ ପର୍ଯ୍ୟନ୍ତ ଚୁପ ଥିଲା ସିଂହ, ଏବେ ଗର୍ଜିଲା…?

ବନ୍ଧୁଗଣ, ସୂଚନା ଅନୁଯାୟୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେବେଠାରୁ ସତ୍ତା ସମ୍ଭାଳିଲେ ଲଗାତାର ସେ ଇତିହାସ ରଚନା କରିଛନ୍ତି । କେତେବେଳେ କାଶ୍ମୀର କୁ ରକ୍ଷା କରିଲେଣି ତ ଆଉ କେତେବେଳେ ୩ ତଲାଖ କରି ମୁସ୍ଲିମ ମହିଳା ମାନଙ୍କର କଲ୍ୟାଣ କରୁଛନ୍ତି । ଏହିଭଳି ନିଷ୍ପତ୍ତି ନେଉଥିବା ମୋଦୀ ସରକାର ବର୍ଷ ୨୦୨୦ ରେ ଦେଶକୁ ଏକ ନୂତନ ସାଂସଦ ଦେବାର ନିଷ୍ପତ୍ତି ନେଲେ । ଏବଂ ଏହାପରେ ଆରମ୍ଭ ହେଲା ଏହି ନୂଆ ସଂସଦ ଭାବନର ନିର୍ମାଣ ।

ଧୀରେ ଧୀରେ ନିର୍ମାଣର ସମୟ ବିତିବାକୁ ଲାଗିଲା ଏବଂ ସେହି ସମୟ ଆସିଲା ଯେଉଁଦିନ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧିମତ ଭାବରେ ନୂଆ ସଂସଦ ଭାବନର ଛାତ ଉପରେ ନିର୍ମିତ ବନିଥିବା ବିଶାଳକାୟ ରାଷ୍ଟ୍ରପ୍ରତୀକ ଚିହ୍ନ ଅଶୋକ ସ୍ତମ୍ଭର ଅନାବରଣ କରିଲେ । ମାତ୍ର ମୋଦୀ ସରକାର ଦେଶର ଭଲ ନିମନ୍ତେ ଯେଉଁ କାର୍ଯ୍ୟ କରିଲେ ମଧ୍ୟ ବିରୋଧୀ ତାହା ଉପରେ ତୃଟି ବାହାର କରିବାକୁ ପଛାନ୍ତି ନାହିଁ ।

ରାଜଧାନୀ ଦିଲ୍ଲୀ ରେ ନୂଆ ସଂସଦ ଭବନର ଛାତ ଉପରେ ଲାଗିଥିବା ବିଶାଳକାୟ ଅଶୋକସ୍ତମ୍ଭ କୁ ଦେଖି ଲୋକମାନେ ଏଭଳି ଭାବରେ ଖୁସି ଅଛନ୍ତି ଯେ ଏହି ଅଶୋକସ୍ତମ୍ଭର ବାହାନରେ କଂଗ୍ରେସ ଉପରେ ନିଶାନ କରିବାକୁ ଲାଗିଲେଣି । ଏଥିପାଇଁ ହିନ୍ଦୁ ଯୁବବାହିନୀର ଗୁଜୁରାଟ ପ୍ରଭାରୀ ଯୋଗୀ ଦେବନାଥ ଦୁଇଟି ଫଟୋ କୁ ଟ୍ଵୀଟ କରି ଲେଖିଲେ ବାଘ ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ ଥିଲା ବର୍ତ୍ତମାନ ଗର୍ଜନ କରିବାକୁ ଲାଗିଲାଣି ।

ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ବାଘ ଚୁପ ଥିବାର ନଜର ଆସିଛି ଆଉ ଏକ ପଟେ ବାଘ ଗର୍ଜନ ଛାଡୁଥିବାର ଫଟୋ ନଜରକୁ ଆସିଛି । ସେହିଭଳି ଉତ୍ତର ପ୍ରଦେଶର ଡେପୁଟି CM କେଶବ ପ୍ରସାଦ ମୋରୟା ଲେଖିଛନ୍ତି ଯେ ନୂଆ ସଂସଦ ଭବନର ଶିଖରରେ ଅଶୋକସ୍ତମ୍ଭ ଦେଖି ଦେଶତ ଗର୍ବଅନୁଭବ କରୁଛି ଏହା ସହିତ ସମ୍ରାଟ ଅଶୋକ ମହାରାଜଙ୍କ ଯୁଗର ପ୍ରାରମ୍ଭର ଅନୁଭୂତି ହେଉଅଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ହାର୍ଦ୍ଧିକ ଧନ୍ୟବାଦ । ବିଜେପି ସାଂସଦ ଡାକ୍ତର ରାଧାମୋହନ ଦାସ ଅଗ୍ରୱାଲ PM ମୋଦୀ ଙ୍କୁ ୪ର୍ଥ ବାଘ କହି କହିଛନ୍ତି ଯେ ଦେଖ ଧ୍ୟାନରେ ଦେଖ ! ଆଜି ଏଠାରେ ଉପସ୍ଥିତ ଅଛନ୍ତି ଅଶୋକ ସ୍ତମ୍ଭର କେବେ ମଧ୍ୟ ଦେଖାନଯାଉଥିବା ୪ର୍ଥ ବାଘ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button