ମନୋରଞ୍ଜନ

ଦେଖନ୍ତୁ America ରେ କେମିତି ସୁନ୍ଦର ଓଡିଶୀ ନାଚିଲେ Ollywood ହିରୋଇନ Archita ଓ Elina…

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଅର୍ଚିତା ସବ୍ୟସାଚୀ ଏବଂ ସଂପୂର୍ଣ୍ଣ ଟିମ ଆମେରିକା ଗ୍ରସ୍ତ କରିଥିଲେ । ତେବେ ପ୍ରବାସୀ ଓଡିଆଙ୍କୁ ମନୋରଞ୍ଜନର ବୁଷ୍ଟର ଡୋସ ଦେବାକୁ ଆମେରିକା ଅଭିମୁଖେ ଯାଇଥିଲେ ତରଙ୍ଗ ପ୍ଲସ ଟିମ । ଜୁଲାଇ ୨ ତାରିଖରେ ଆମେରିକାର କାର୍ଲ୍ଲିଫର୍ଣ୍ଣିଆରେ ଓଡିଶା ସୋସାଇଟି ଅଫ ଆମେରିକାର ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ଯୋଗ ଦେଇ ଭବ୍ୟ ସାଙ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ତେବେ ଓଡିଶୀ ନୃତ୍ୟକୁ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଏଲିନା ନାଚିଥିଲେ ।

ତରଙ୍ଗ ପ୍ଲସ ପକ୍ଷରୁ ଏହି କାର୍ଯ୍ୟକ୍ରମର ନାମ ରହିଅଛି ରଙ୍ଗତରଙ୍ଗ । ଏଲିନା କହିଛନ୍ତି ଯେ ଓଡ଼ିଶାକୁ ଆମ୍ଭେ ରିପ୍ରେଜେନ୍ଟିଭ କରିଥିଲୁ ଏହା ଆମ୍ଭ ପାଇଁ ବହୁତ ଗର୍ବର କଥା । ଏହି ଇଭେଣ୍ଟରେ ବହୁତ ପରିଶ୍ରମ କରିବାକୁ ପଡିଛି । ଏବଂ ପ୍ରଥମ ଥର ଅର୍ଚ୍ଚିତାଙ୍କ ସହିତ ଓଡିଶୀ ନୃତ୍ୟ ପରିବେଷଣ କରିବାକୁ ପାଇଛି । ଅର୍ଚ୍ଚିତା ଏବଂ ଏଲିନା ଏହି ନୃତ୍ୟର ଭରପୁର ଆନନ୍ଦ ଉଠାଇଥିବର ଉଭୟ କହିଛନ୍ତି ।

ଏହା ସହିତ ଟିମ ତରଫରୁ ଏକ ଗ୍ରୁପ ପ୍ରୋଫର୍ମ ମଧ୍ୟ ହୋଇଥିଲା ଏବଂ ଏହା କୋଭିଡ ଭାଇରସ କୁ ନେଇ ଥିଲା । ଏବଂ ଏହା ବର୍ତ୍ତମାନ ତରଙ୍ଗ ଚ୍ୟାନେଲରେ ଦେଖିବାକୁ ମିଳିଛି । ଏହି ଟିମରେ ଓଡିଶା ଟେଲିଭିଜନ ଲିମିଟେଡର କ୍ରିଏଟିଭ ହେଡ ରଞ୍ଜନ ଶତପଥିଙ୍କ ସହିତ ଅର୍ଚ୍ଚିତା ସାହୁ, ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବୁଦ୍ଧଦିତ୍ୟ ମହାନ୍ତି, ସୋମନାଥ ପଣ୍ଡା, ସରୋଜ କୁମାର ନାୟକ, ଅଳକା ଶତପଥି, ଅଶୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଶାନ୍ତନୁ କୁମାର, ଏବଂ ଯୋଜଙ୍କ ସମେତ ବହୁ କଳାକାର ସାମିଲ ହୋଇଥିଲେ ।

ଏକ ଭିଡିଓ ବାର୍ତ୍ତା ଜାରିକରି ସବ୍ୟସାଚୀ କହିଥିଲେ ଯେ ଓଡିଶା ଶୋଷାଇଟିରେ ଏକ ଧମାକାଦାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ତେବେ ଓଡିଶା ଶୋଷାଇଟି ଅଫ ଆମେରିକାର ବାର୍ଷିକ ଉତ୍ସବରେ ତରଙ୍ଗ ପ୍ଲସ ଟିମ ଏଣ୍ଟଟେରମେଣ୍ଟର ଏକ ନୂଆ ଧମାକା କରିଥିଲା । ଯାହା କାରଣରୁ ସଂପୂର୍ଣ୍ଣ ଟିମ ପ୍ରବାସୀ ଓଡିଆଙ୍କ ସହିତ କନେକ୍ଟ ହୋଇଥିଲା । ଏହା ସହିତ ସଂପୂର୍ଣ୍ଣ ଟିମ ମଧ୍ୟ ଏହି କାର୍ଯ୍ୟକୁ ବହୁତ ଉତ୍ସାହିତ ତଥା ଆଗ୍ରହ ହୋଇ କରିଥିଲେ ।

ଏବଂ ସେମାନେ କହିଥିଲେ ଯେ ଆମ୍ଭେମାନେ ଆମ୍ଭର ୧୦୦ ପ୍ରତିଶତ ଦେଇ ଇଭେଣ୍ଟ କୁ କରିଅଛୁ ଏବଂ ଦର୍ଶକ ମାନଙ୍କୁ ମଧ୍ୟ ଏହା ନିଶ୍ଚିତ ଭାବରେ ଭଲ ଲାଗିଥିବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button