ବିଚାର

ତାଜ ମହଲ ର କିଛି ଏମିତି ରହସ୍ୟ ଯାହା ଆଜି ବି ଜାଣନ୍ତି ନାହିଁ ଲୋକ (Secrets of Taj Mahal)

ନମସ୍କାର ବନ୍ଧୁଗଣ ତେବେ ପୃଥିବୀର ପ୍ରସିଦ୍ଧ ସପ୍ତଶ୍ଚର୍ଯ୍ୟା ମଧ୍ୟରୁ ଆଗ୍ରାର ତାଜମହଲ ହେଉଛି ଅନ୍ୟତମ । ଧଳା ମାର୍ବଲରେ ତିଆରି ଏହି ମହଲର କାରୁକାର୍ଯ୍ୟ ବହୁତ ଉଚ୍ଚ କୋଟିର । ମୋଗଲ ସମ୍ରାଟ ଶାହାଜାହାନଙ୍କ ପ୍ରେମର ପ୍ରତୀକ ରୂପରେ ନିଜ ସ୍ତ୍ରୀ ମମତାଜ ପାଇଁ ତିଆରି କରିଛନ୍ତି । ତାଜମହଲରେ ଅନେକ ରହସ୍ୟ ଲୁଚି ରହିଛି । ଯାହା ଜାଣିବା ବହୁତ ମୁସ୍କିଲ । ଏହି ଠାରେ ଲାଇଟର ବ୍ୟବସ୍ଥା କାହିଁକି ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିନେବା ।

ତେବେ ତାଜମହଲ ଧଳା ସଂଗମରମର ନାମକ ପଥର ରେ ବନା ହୋଇଛି ଯାହା ବହୁତ ସୁନ୍ଦର ଓ ଦାମୀ ଅଟେ, ଏହାର ଚାରୋଟି ମିନାର ଅଛି । ତେବେ ତାଜମହଲ ମୂଲ୍ୟବାନ ପଥରର କରୁକାଯ୍ୟ ଦେଖିବାକୁ ମିଳେ ଏବଂ ସବୁ ପଥର ଭୀର୍ଣ୍ଣ ଭୀର୍ଣ୍ଣ ଦେଶ ରୁ ସଂଗ୍ରହ କରାଯାଇଛି ଯେପରିକି ଚୀନ,ଉତ୍ତରପ୍ରଦେଶ, ସାଉଥିଆରବ । ସେତେବେଳ ସମୟରେ ଏସବୁକୁ ସଂଗ୍ରହ କରିବା ଅତ୍ୟାନ୍ତ କଷ୍ଟକର ବିଷୟ । ତେବେ ତାଜମହଲ ପାଇଁ  ୧୬୩୦ରେ କାମ ଆରମ୍ଭ ହେଲା ଏବଂ ଏହାକୁ ପୂର୍ଣ ହବା ପାଇଁ ୨୨ବର୍ଷ ଲାଗିଲା ।

ଏହାର ତିଆରି ପାଇଁ ୨୦ହଜାର ମଜଦୁର ଯୋଗଦାନ କରିଥିଲେ । ସେମାନେ ଏକ ପ୍ରକାର ପେଷ୍ଟ କିମ୍ବା ମିଶ୍ରଣ ପ୍ରସ୍ତୁତ କରିଥିଲେ ଯାହା ଦ୍ୱାରା ଆଜିବି ତାଜମହଲ ମଜବୁତ ରହିଛି । ତେବେ ତାଜମହଲର ମୂଳଦୁଆ କାଠରେ ତିଆରି, ଏତେଦିନ ଏହା ସୁରକ୍ଷିତ ରହିବା ଅସମ୍ଭବ । ଏହା କେବଳ ସମ୍ଭବ ହୋଇ ପାରିଛି ଯମୁନା ନଦୀ ପାଇଁ । ନଦୀ ପାଣିର ଆଦ୍ରତା କାଠକୁ ଅଧିକ ମଜଭୁତ କରିଥାଏ ।


ତାଜମହଲ ଗମ୍ବୁଜ ରେ ଏକ କଣା ଅଛି ଯାହା ଦ୍ଵାରା ସବୁବେଳେ ପାଣି ଗଳୁ ଥାଏ । ତାଜମହଲର ଚାରୋଟି ମିନାର କୁ ମଧ୍ୟ କଣେଇକି ରଖା ଯାଇଛି । ଯାହା ଭୂମିକମ୍ପ ହେବ ପରେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ । ତାଜମହଲ ଗୋଟିଏ ଦିନରେ ତିନି ପ୍ରକାର ରଙ୍ଗ ଧାରଣ କରି ଥାଏ । ଏହି ତାଜମହଲ ନାରୀର ମନକୁ ଛୁଇଁ ଯାଇଥାଏ । ସକାଳେ ଗୋଲାପୀ ଦିନରେ ଧଳା ଏବଂ ରାତିରେ ସୁନେଲି ରଙ୍ଗ ଧାରଣ କରି ଥାଏ । ଏହାର ଗୋଟିଏ କାନ୍ଥରେ ଛୋଟ ଛୋଟ ଅକ୍ଷରରେ ଆଲ୍ହା ଙ୍କର ଅନେଶ୍ୱତ ନାମ ଲେଖା ହୋଇଛି । ଯାହା କେବେ ଅନୁଧ୍ୟାନ କରାଯାଇ ନପାରେ ।


ତେବେ ତାଜମହଲ ରେ କେବେବି ଲାଇଟ ଲଗାଯାଏ ନାହିଁ କାରଣ ତାଜମହଲ ହେଉଛି ଧଳା ରଙ୍ଗ ଏବଂ ଯଦି ସେଥିରେ ଲାଇଟ ଲଗାଯିବ ତେବେ ସେ ଆହୁରି ଝଲସିବ ଏବଂ ପୋକ ମାନେ ଆକର୍ଷିତ ହୋଇ ସେଠାରେ ବସିବେ ଏବଂ ତାର ସୌନ୍ଦର୍ଯ୍ୟ କୁ ନଷ୍ଟ କରିବେ । ତେଣୁ ଏହି ଥରେ ଲାଇଟ ଲଗାଯାଇ ନାହିଁ । ତେବେ ଏହି ତାଜମହଲ କୁ ଦେଖିବା ପାଇଁ ଦୁର ଦୁରାନ୍ତରୁ ଲୋକମାନେ ଆସନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button