ସ୍ୱାସ୍ଥ୍ୟ

ଗଳା, ନାକ, ଛାତି ରେ ଜମା ହୋଇଥିବା କଫ ତୁରନ୍ତ ବାହାରିଯିବ, ପିଲା ଠାରୁ ବୁଢା ପର୍ଯ୍ୟନ୍ତ କରନ୍ତୁ ଏହି ଦେଶୀ ଉପାୟ- Health Tips

ଯଦି ଆପଣ ଙ୍କ ଛାତିରେ ବଲଗମ ଅଛି କିମ୍ବା ମୋଟା କଫ ଅଛି ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି,  ଯଦି ଆପଣ କାଢା ପିଇ ପାରନ୍ତି ନାହିଁ, ଯଦି ଛୋଟ ପିଲା ଅଛି ତେବେ ତାକୁ କିପରି କାଢା ଦିଆ ଯାଇ ପାରିବ ।

ସେ ଉପାୟ ବିଷୟରେ ଆଜି ଆମେ ଜାଣିବା । ଯେତେବେଳେ ଆମ ଫୁସଫୁସ ରେ ଯନ୍ତ୍ରଣା ହେବାକୁ ଆରମ୍ଭ ହୋଇ ଥାଏ । ଏବଂ କାଶ ହେବା ଆରମ୍ଭ ହୁଏ । ଏବଂ ଗଳାରେ ବହୁତ କଫ ରହିଛି । କିମ୍ବା ଶରୀର ଦୁର୍ବଳ ହୋଇ ପଡୁଛି କିମ୍ବା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା କମ ଅଛି ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି ।

ତେବେ ଏହାର ସହଜ ଉପାୟ କଣ ତେବେ ଆସନ୍ତୁ ଜାଣିନେବା ଏହାର ସହଜ ଉପାୟ ବିଷୟରେ । ଏବଂ ତା ସହିତ ନିଜ ଅମ୍ଳଜାନ ର ମାତ୍ରା କୁ କିପରି ବୃଦ୍ଧି କରି ପାରିବା ସେ ବିଷୟରେ ମଧ୍ୟ ଆଲୋଚନା କରି ପାରିବା । ଏହି କରୋନା ମହାମାରୀ ସମୟରେ ମଧ୍ୟ ଅମ୍ଳଜାନ ର ବହୁତ ଆବଶ୍ୟକତା ରହିଛି ଆମ ଶରୀର କୁ । ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ । ଏବଂ ନିଜ ଗଳା ରେ ଥିବା କଫକୁ କିପରି ବାହାର କରିବା ସେ ବିଷୟରେ ମଧ୍ୟ ଆଲୋଚନା କରିବା ।

ଏହି ଉପାୟ ଟି ଆପଣ ଘରେ ଆରାମ ରେ କରି ପାରିବେ କୌଣସି ଖର୍ଚ୍ଚ ମଧ୍ୟ ହୁଏ ନାହିଁ । ଏହାକୁ ଶ୍ୱାସ ରୋଗୀ ମାନେ ମଧ୍ୟ ବ୍ୟବହାର କରି ପାରିବେ । ଆପଣ ଙ୍କ ଘରେ ଡାଲଚିନି ତ ନିଶ୍ଚିତ ଥିବ ଏହା ଆମ ଖାଦ୍ୟ ର ସ୍ୱାଦ କୁ ବଢ଼ାଇ ଥାଏ ଏବଂ ତା ସହିତ ଏହା ଆମ ଅନେକ ରୋଗ ର ମଧ୍ୟ ଚିକିତ୍ସା କରି ପାରିବ ।

ତେବେ ପ୍ରଥମେ ଆପଣ ଡାଲଚିନି ନେବେ ଏହି ଡାଲଚିନି ରେ ଆଂଟିଫଁଗଲ, ଆଣ୍ଟିବ୍ୟାକଟ୍ରେରୀୟଲ, ଆଦି ଥାଏ ଯାହା ଆମ ରୋଗ କୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ଡାଲଚିନି କୁ ଆପଣ ଭଲ ଭାବରେ ପେଷି ନିଅନ୍ତୁ । ତା ପରେ ଏକ ଚାମଚ ସେହି ଡାଲଚିନି ଗୁଣ୍ଡ କୁ ନେବେ ତା ପରେ ସେଥିରେ ଆପଣ ଟିକେ ମହୁ ପକାଇ ଦିଅନ୍ତୁ ମହୁ କୁ ଦୁଇ ଚାମଚ ପକାଇ ଦିଅନ୍ତୁ ।

ତାପରେ ଏହାକୁ ଭଲ ରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏବଂ ତା ପରେ ସେଥିରେ ସେନ୍ଧା ଲୁଣ କିମ୍ବା କଳା ଲୁଣ ମଧ୍ୟ ପକାଇ ପାରିବେ । ଏବଂ ଭଲ ଭାବରେ ମିଶ୍ରଣ କରି ନିଅନ୍ତୁ । ଏବଂ ତାହା ପ୍ରସ୍ତୁତ ହୋଇ ଯିବ । ଯଦି କେହି ଛୋଟ ପିଲା ଅଛନ୍ତି ତେବେ ସେମାନଂକୁ ଆପଣ ନିଜ ଆଙ୍ଗୁଠି ରେ ନେଇ ଚଖେଇ ପାରିବେ । ଏବଂ ଯେଉଁମାନେ ବଡ଼ ଲୋକ ଅଛନ୍ତି ସେମାନେ ଏହାକୁ ଗୋଟିଏ ଚାମଚ ନେଇ ପାରିବେ ସକାଳେ ଏବଂ ସନ୍ଧ୍ୟାରେ ।

ଏହାକୁ ଆପଣ ସକାଳ ଖାଇବା ପରେ ଏଵଂ ରାତି ରେ ଶୋଇବା ପୂର୍ବରୁ ନେବେ । ଏହା ଦ୍ୱାରା ଆପଣ ଙ୍କ ର କଫ ରହିବ ନାହିଁ ଏବଂ ଆପଣ ଙ୍କୁ ନିଶ୍ୱାସ ନେବାରେ କୌଣସି ଅସୁବିଧା ମଧ୍ୟ ହେବ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button