ସ୍ୱାସ୍ଥ୍ୟ

ମାତ୍ର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ସମୟରେ 2 ପାଖୁଡା ରସୁଣ ଖାଇବା ଦ୍ଵାରା ହେଲା କିଛି ଏମିତି, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରସୁଣ କୁ ଆମେ ଆମ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁକ୍ତି ପାଇଁ ପାରିବେ। ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ।ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅମୃତ ଠାରୁ ମଧ୍ୟ କମ ନୁହେଁ।

ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ। ଏବଂ ତାହା ସହ ଅନେକ ପ୍ରକାର ରୋଗ ଯେପରି କି ଅର୍ସ,କବ୍ଜ ଆଦି ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ। ଭୋକ ବଢେଇବା, ମଧୁମେହ, ରକ୍ତ ଚାପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ। ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ।

ପ୍ରତିଦିନ ସକାଳେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ନଷ୍ଟ ହୋଇଯିବ। ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ଫୁସଫୁସ ରେ ଥିବା ସମସ୍ତ ରୋଗ କୁ ମଧ୍ୟ ଏହା କୁ ସେବନ କଲେ ତାହା ଦୂର ହୋଇଥାଏ।ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ। ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ।ତେବେ ଆସନ୍ତୁ ଜାଣିବା ରସୁଣ ସେବନ ଦ୍ୱାରା ଆମକୁ କେଉଁ ସବୁ ଲାଭ ପ୍ରାପ୍ତ ହୋଇଥାଏ।

୧. ସକାଳୁ ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ଯୌନଗତ ସମସ୍ୟା ଦୂର ହୋଇଥାଏ। ମହିଳା ମାନଙ୍କ ମାସିକ ଧର୍ମ ସଠିକ ସମୟରେ ହୋଇଥାଏ ଏବଂ ପୁରୁଷ ମାନଙ୍କ ନାଇଟ ଫଲ ସମସ୍ୟା ମଧ୍ୟ ଦୁର ହୋଇଥାଏ।

୨.ଏହା ଉଚ୍ଚ ରକ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ। ରସୁଣ ଖାଇବା ଦ୍ଵାରା ଆମ ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ। ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ।ଏବଂ ଆମ ଶରୀର ରେ ରକ୍ତ ମଧ୍ୟ ଶୁଦ୍ଧ କରିଥାଏ।

୩.ପେଟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯେମିତିକି ଡାଇରେଇଆ। ଏବଂ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ। କିମ୍ବା ଗ୍ୟାସ ଓ କବ୍ଜ ଆଦି କୁ ମଧ୍ୟ ଦୂର କରିଥାଏ।
ଏକ କଞ୍ଚା ରସୁଣ କୁ ଚୋବାଇ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।

୪.ଆସ୍ଥମା ପାଇଁ ମଧ୍ୟ ଏହା ଲାଭଦାୟକ। ଏବଂ ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ। ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି ତେବେ ଆପଣ ମଧ୍ୟ ରସୁଣ ର ସେବନ କରି ପାରିବେ। ଏହାକୁ ଖାଲି ପେଟରେ ସକାଳ ଖାଇବା ଦ୍ବାରା ନିଜ ମଧୁମେହ ରୋଗ କୁ ନିୟନ୍ତ୍ରଣ ରେ ରଖି ପାରିବେ। ଯଦି ଆପଣଙ୍କ ଦାନ୍ତ ମାଢି ରେ ସମସ୍ୟା ଦେଖାଯାଉଛି ତେବେ ତାହା ମଧ୍ୟ ଏହି ରସୁଣ ଦ୍ୱାରା ହିଁ ଭଲ ହୋଇଯିବ। ଯଦି ଆପଣଙ୍କୁ ଭୋକ ଲାଗୁନି ତେବେ ଆପଣ ଏହି ରସୁଣ ର ସେବନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button