ଦେଶ ବିଦେଶ

କେବେ ଆରମ୍ଭ ହେବ ପ୍ରଥମ ମାସିକ ଧର୍ମ? ଏହି ୩ ଟି ସଙ୍କେତ ଦିଏ ଆଗୁଆ ସୂଚନା

ଉଭୟେ ପୁଅ ଓ ଝିଅ ଏକ ନିର୍ଦ୍ଦିଷ୍ଟ ବୟସରେ କିଶୋରବସ୍ଥାରେ ପାଦ ଦେଇଥାନ୍ତି। ଏହି ସମୟରେ ସେମାନଙ୍କ ଶରୀରରେ ନାନା ପରିବର୍ତ୍ତନ ଘଟିଥାଏ ଯାହାକୁ ନେଇ ସେମାନେ ବିଚଳିତ ହୋଇପଡ଼ିଥାନ୍ତି। ପୁଅପିଲାଙ୍କ ନିଶ ଦାଢ଼ି ଉଠିବା ସହ ସ୍ୱର କର୍କଶ ହୋଇଥାଏ। କିନ୍ତୁ ଝିଅଙ୍କ ଶରୀରରେ ଅନେକ ଆଖିଦୃଶିଆ ପରିବର୍ତ୍ତନ ଘଟେ। ଏହି ସବୁ ମଧ୍ୟରେ ଗୋଟିଏ ହେଉଛି ପିରିୟଡ୍‌ସ୍‌ ବା ମାସିକ ଧର୍ମର ଆରମ୍ଭ। ଝିଅମାନଙ୍କୁ ମାସିକ ଧର୍ମ ସମ୍ପର୍କରେ ଆଗରୁ କେହି ସଚେତନ କରିନଥିବାରୁ ସେହି ସମୟରେ ସେମାନେ ଭୟ କରିଯାଆନ୍ତି ଓ ପରିସ୍ଥିତିକୁ କେମିତି ମୁକାବିଲା କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ବେଳେବେଳେ ସ୍କୁଲରେ ଥିବା ବେଳେ ଝିଅଙ୍କ ପିରିୟଡସ୍‌ ହୋଇଥାଏ, ଏ ବାବଦରେ ସେମାନେ ପୂର୍ବରୁ ଜାଣିନଥିବାରୁ ଲଜ୍ଜା ଅନୁଭବ କରିଥାନ୍ତି ଓ କାହାକୁ କିଛି କହିପାରିନଥାନ୍ତି।

ତେବେ ପିଲାଙ୍କ ଶରୀରରେ ହେଉଥିବା କେତେକ ପରିବର୍ତ୍ତନ ପ୍ରତି ଧ୍ୟାନ ଦେଲେ ଆପଣ ପୂର୍ବରୁ ହିଁ ଝିଅଙ୍କୁ ମାସିକଧର୍ମ କେବେ ହେବ ସେ ନେଇ ଜାଣିପାରିବେ। ଆସନ୍ତୁ ଜାଣିବା ମାସିକ ଧର୍ମ ପୂର୍ବରୁ ଝିଅଙ୍କ ଶରୀରରେ କି କି ସଙ୍କେତ ଦେଖାଯାଏ…

ସ୍ତନର ଆକାର ବୃଦ୍ଧି ପାଏ:

ପିଲାଙ୍କୁ ବୁଝାନ୍ତୁ ଯଦି ସେମାନଙ୍କ ସ୍ତନର ଆକାର ବୃଦ୍ଧିପାଉଛି ତେବେ ସେମାନଙ୍କ ମାସିକ ଧର୍ମ ଆରମ୍ଭ ହେବା ସମୟ ନିକଟତର ହେଲା। ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ସେମାନଙ୍କୁ ପ୍ୟାଡ୍‌ ପିନ୍ଧିବା, ପରିଷ୍କାର ରହିବା ଆଦି ଶିଖାନ୍ତୁ। ସ୍ତନ ପୂର୍ଣ୍ଣ ଆକାରକୁ ଆସିବାକୁ ୪ରୁ ୫ ବର୍ଷ ସମୟ ଲାଗିଥାଏ। କିନ୍ତୁ କିଶୋର ଅବସ୍ଥାରୁ ହିଁ ଏହି ଶାରୀରିକ ଅଭିବୃଦ୍ଧି ଆରମ୍ଭ ହୁଏ।

ଯୌନାଙ୍ଗରେ ବାଳ ଉଠିବା:

ଝିଅ ୧୦ ବର୍ଷର ହୋଇଗଲେ ତାଙ୍କୁ ଯୌନାଙ୍ଗ ଆଖପାଖ ଅଞ୍ଚଳରେ ବାଳ ଉଠୁଛି କି ନାହିଁ ବୋଲି ଧ୍ୟାନ ଦେବାକୁ କୁହନ୍ତୁ। ଯଦି ସେଠାରେ ହେୟାର ଗ୍ରୋ କରୁଛି ତେବେ ତାକୁ ପିରିୟଡ୍‌ସ୍‌ ବିଷୟରେ କୁହନ୍ତୁ। ମାସିକ ଧର୍ମ ବେଳେ କେମିତି ପ୍ୟାଡ୍‌ ବ୍ୟବହାର କରିବେ ସେ ନେଇ ପୂର୍ବରୁ ହିଁ ତାଙ୍କୁ ବୁଝାନ୍ତୁ।

ଧଳାସ୍ରାବ ଆରମ୍ଭ ହେବା:

ପିରିୟଡ୍‌ସ୍‌ ଆରମ୍ଭ ହେବାର ସଙ୍କେତ ଧଳାସ୍ରାବରୁ ମଧ୍ୟ ହୋଇଥାଏ। ଝିଅର ଯଦି ଧଳାସ୍ରାବ ବା ହ୍ଵାଇଟ୍‌ ଡିସ୍‌ଚାର୍ଜ ଆରମ୍ଭ ହୋଇଛି ତେବେ ଖୁବ୍‌ଶୀଘ୍ର ପିରିୟଡ୍‌ସ୍‌ ଆରମ୍ଭ ହେବ ବୋଲି ତାଙ୍କୁ କୁହନ୍ତୁ। ଏଭଳି ସ୍ଥିତିରେ ତାଙ୍କୁ ସ୍କୁଲ ବ୍ୟାଗ୍‌ରେ ଏକ ପ୍ୟାଡ୍‌ ରଖିବାକୁ ପରାମର୍ଶ ଦିଅନ୍ତୁ। ଏହାଦ୍ୱାରା ପ୍ରଥମ ମାସିକଧର୍ମ ବେଳେ ସେ ଆଶ୍ଚର୍ଯ୍ୟ ହେବନି କି ଲଜ୍ଜା ଅନୁଭବ କରିବେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button