ବିଚାର

ଘରେ ଝାଡୁର ସଠିକ ବ୍ୟବହାର ଥରେ ଜାଣିଗଲେ, ଜୀବନରେ କେବେବି ଟଙ୍କାର ଅଭାବ ହେବନି – Astrology

ବନ୍ଧୁଗଣ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି, ତେଣୁ ତାଙ୍କୁ ଆମେ ଧନଦେବୀ ବୋଲି କହିଥାଉ । ତେବେ ବନ୍ଧୁଗଣ ଆପଣ ମାନେ ହୁଏତ ଜାଣିଥିବେ । ଯେ ଘରେ ବ୍ଯବହ୍ରୁତ ହୋଇଥିବା ଝାଡୁ ସହ ମାତା ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥାଏ । ସେଥିପାଇଁ ଘରେ ଝାଡୁର ଭୂମିକା ମହତ୍ଵପୂର୍ଣ୍ଣ ଅଟେ । ମାତା ଲକ୍ଷ୍ମୀ ଘର ସଫା ନଥିଲେ ଘରେ ପ୍ରବେଶ କରନ୍ତି ନାହିଁ । ତେଣୁ ଘରକୁ ପରିଷ୍କାର ଓ ପରିଚ୍ଛନ କରି ସବୁବେଳେ ରଖିବା ଉଚିତ ।

ଏଥିସହ ଘର ମଧ୍ୟରେ ଝାଡୁର କିପରି ଭାବେ ସଠିକ ଉପଯୋଗ କରିପାରିବେ ସେ ସମ୍ପର୍କରେ ମଧ୍ୟ ଆଜି ଆମେ ଏଠାରେ ଆଲୋଚନା କରିବା । ଆଜି ଆମେ ଆପଣଙ୍କୁ ଝାଡୁ ରଖିବାର ସଠିକ ଜାଗା ଓ ଘର ସଫା କରିବାର ସଠିକ ସମୟ ମଧ୍ୟ କହିବାକୁ ଯାଉଛୁ । ଯାହା ଦ୍ଵାରା ଆପଣଙ୍କୁ ଅନେକ ତଥ୍ୟ ଆଜି ଏଥିରୁ ମିଳିପାରିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ ଝାଡୁ କେବେ କିଣିବା ଉଚିତ, କେବେ ଛାଡୁ ଲଗେଇବା ଉଚିତ ଏବଂ ଝାଡୁ କେଉଁ ଜାଗାରେ ରଖିବା ଉଚିତ ।

ତେବେ ସକାଳ ସୂର୍ଯ୍ୟ ଉଦୟ ହେବା ଆଗରୁ ଝାଡୁ ଲଗେଇବା ଉତ୍ତମ ହୋଇଥାଏ । ଏଥିସହ ସୂର୍ଯ୍ୟ ଅସ୍ତ ହେବା 10 ମିନିଟ ପୂର୍ବରୁ ଝାଡୁ ଲଗେଇବା ଉଚିତ ଏହା ଦ୍ଵାରା ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ । ମାତା ଲକ୍ଷ୍ମୀ ସେହି ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି । ଯିଏ ସଠିକ ସମୟରେ ଝାଡୁ ଲଗେଇ ଥାନ୍ତି ଓ ଶାସ୍ତ୍ର ଅନୁଯାଇ ଝାଡୁ ଲୁଚେଇ ରଖିବା ଦରକାର ।

ଝାଡୁ କେବେ ସାମ୍ନାରେ ରଖନ୍ତୁ ନାହିଁ । ଯେମିତି ଘରକୁ ଯେଉଁ ଲୋକ ଆସୁଥିବେ । ତାଙ୍କ ନଜରରେ ଯେମିତି ଝାଡୁ ନପଡେ । କାରଣ ଘରର ଝାଡୁ ସହିତ ମାତା ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥାଏ ବୋଲି ଆମେ ଆଗରୁ ଆପଣଙ୍କୁ କହିଛୁ । ତେଣୁ ଯଦି ବାରମ୍ବାର ଆପଣଙ୍କ ଘରର ଝାଡୁ ଉପରେ କାହାର ନଜର ପଡେ । ତେବେ ଆପଣଙ୍କ ଅର୍ଥ ହାନୀ ହେବାର ସମ୍ଭାବନା ରହିଥାଏ ।

ଝାଡୁକୁ କବାଟ ବା କୌଣସି ଜିନିଷ ପଛରେ ରଖନ୍ତୁ ଏହା ଆପଣଙ୍କ ପାଇଁ ତଥା ଆପଣଙ୍କ ପରିବାର ପାଇଁ ବହୁତ ଭଲ ଅଟେ। ଶନିବାର, ସୋମବାର ଏବଂ ବୁଧବାରକୁ ଝାଡୁ କିଣିବାର ଶୁଭ ଦିନ ମାନାଯାଉଥିବା ବେଳେ ଶନିବାର ଏବଂ ଅମାବାସ୍ୟା ତିଥିରେ ପୁରୁଣା ଝାଡୁ ଘରୁ ବାହାର କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button