ସ୍ୱାସ୍ଥ୍ୟ

ରାତିରେ ନିଦ ଆସୁ ନି କି ! ଗଭୀର ନିଦ୍ରାରେ ଶୋଇବାର 5 ଟି ଜବରଦସ୍ତ ଟିପ୍ସ ! How to deep sleep at night

ବନ୍ଧୁଗଣ ଶରୀର ସୁସ୍ଥ, ସବଳ ଏବଂ ଦୀର୍ଘାୟୁ ରହିବା ପାଇଁ ନିଦ୍ରା ପ୍ରମୁଖ ଭୂମକା ଗ୍ରହଣ କରିଥାଏ । ବ୍ୟକ୍ତି ଯଦି ରାତିରେ ସୁଖଦାୟକ ନିଦ୍ରା କରିଥାଏ ତେବେ ଦିନରେ ପୂର୍ତ୍ତି ଓ ଉତ୍ସାହର ସହ କାମ କରିବାର ଶକ୍ତି ମିଳିଥାଏ । ରାତିରେ ଶୋଇଲା ସମୟରେ ଶରୀରକୁ  ଆରାମ ମିଳିବା ସହ ଅଧିକ ଶକ୍ତିଯୁକ୍ତ ମଧ୍ୟ ହୁଏ । ବୈଜ୍ଞାନିକ ରିସର୍ଚରୁ ଜଣାଯାଏ ଯେ ଘୋର ନିଦ୍ରା ବେଳେ ଆମ ଶରୀର ଜୀବାଣୁ ସହ ତ୍ରିବତାର ସହ ଯୁଦ୍ଧ କରିଥାନ୍ତି । ରାତିର ନିଦ୍ରା ଆପଣଙ୍କ ଦିନର କ୍ରିୟାକୁ ନିର୍ଣ୍ଣୟ କରିଥାଏ ।

ଯଦି ଆପଣ ଜୀବନସାରା ଯବାନ ଓ ସୁନ୍ଦର ଦେଖିବାକୁ ଚାହାନ୍ତି । ତେବେ ଗଭୀର ନିଦ୍ରାରେ ଶୋଇବା ଉଚିତ୍ । ଗଭୀର ନିଦ୍ରା କରିବା ଦ୍ଵାରା ଆପଣ ସୁସ୍ଥ ରହିଥାନ୍ତି । ଯଦି କୋଣସି କାରଣ ହେତୁ ଆପଣଙ୍କୁ ରାତିର ନିଦ୍ରା ଭଲରେ ହୁଏ ନାହିଁ, ଏହା ଯୋଗୁ ଶରୀରରେ ଦୁର୍ବଳତା, ଚର୍ମ ଜନିତ ସାମସ୍ୟା, ଇମ୍ମ୍ନୁନିଟିର ଅଭାବ ଆଦି ଦେଖାଯାଇଥାଏ ।ତେବେ ରାତିରେ ଭଲ ଭାବେ ଗଭୀର ନିଦ୍ରାରେ ଶୋଇବାକୁ ହେଲେ । ଆପଣଙ୍କୁ ନିନ୍ମରେ କୁହାଯାଇଥିବା ଏହି 5 ଟି ଟିପ୍ସକୁ ଆପଣାଇବାକୁ ପଡିବ ।

1- ପ୍ରାଚୀନ କାଳରେ ଲୋକମାନଙ୍କ ଘରମାନଙ୍କରେ ଆଲୁଅ ନ ଥିବା କାରଣ ରୁ ସେମାନେ ଅନ୍ଧାରରେ ଶୋଉଥିଲେ ଓ ଦୀର୍ଘାୟୁ ଜୀବନ କାଟୁଥିଲେ । ତେଣୁ ଆପଣମାନଙ୍କୁ ମଧ୍ୟ ଶୋଇବା ପୂବାରୁ ଶୋଇବା କୋଠରୀକୁ ଅନ୍ଧାର କରିକି ଶୋଇବା ଦ୍ଵାରା ଗଭୀର ନିଦ୍ରା ହୋଇଥାଏ ।

2- ଆପଣ ମାନଙ୍କୁ ଶୋଇଲା ସମୟରେ ଆଧୁନିକ ଯନ୍ତ୍ର ଯଥା ମୋବାଇଲ, ଲାପଟପ୍ ର ବ୍ୟବହାର ଘଣ୍ଟାଏ ପୂର୍ବରୁ ବନ୍ଦ କରିକି ଶୋଇବା ଠିକ ହୋଇଥାଏ, ମାତ୍ର ଆଜି କାଲି ଆମ ସବୁ କାମ ଫୋନ, ଲାପଟପ ଭଳି ବୈଦୁତିକ ଜନ୍ତ୍ର ମାଧ୍ୟମରେ ହେଉଛି, କିନ୍ତୁ ଆପଣକୁ ଶୋଇବା ପୂର୍ବରୁ ଏହାକୁ ବନ୍ଦ କରିବା ଦ୍ଵାରା ଘୋର ନିଦ୍ରା ହୁଏ ।

3 – ଆପଣମାନଙ୍କୁ ଶୋଇବା ପୂର୍ବରୁ ଗରମ ପାଣିରେ ପାଦକୁ ରଖି  ଏବଂ ପାଦକୁ ଭଲରେ ପୋଛି ଦେଇ ଶୋଇବା ଦ୍ଵାରା ଆପଣଙ୍କୁ ଭଲ ନିଦ୍ରା ହୋଇଥାଏ । ଗରମ ପାଣିରେ ପାଦକୁ ରଖିବା ଦ୍ଵାରା ଆପଣଙ୍କ ଦିନ ସାରା ଚିନ୍ତା  ଦୂର ହୋଇ ଭଲ ନିଦ ହୋଇଥାଏ ।

4- ଆପଣ ସବୁବେଳେ ମନେ ରଖିବେ ଯେ ଖାଇବା ଓ ଶୋଇଲା ସମୟ ଭିତରେ 2 – 3 ଘଣ୍ଟା ପାର୍ଥକ୍ୟ  ରହିବା ଦରକାର, ଖାଇବାର ତୁରନ୍ତ ଶୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଶରୀର ହଜମ କରିବା ପାଇଁ ସମୟ ନେଇଥାଏ ଯଦି ଆପଣ ଖାଇବା ସାଙ୍ଗେ ଶୋଇବେ ତେବେ ଆପଣଙ୍କୁ ଗଭୀର ନିଦ୍ରା ହୋଇନଥାଏ ।

5- ଶୋଇବା ପୂର୍ବରୁ ଯେପରି ଆମେ ଆମ ଗ୍ରହଣା , ଦେହରେ ଥିବା ଜିନିଷ କୁ ବାହାର କରିକି ଶୋଇଥାଉ, ଠିକ୍ ସେହିପରି ପୁରା ଦିନର ଆମ ମନରେ ଥିବା ଚିନ୍ତା, ରାଗ୍ମ ହିଂସା ଏ ସବୁକୁ ପରିତ୍ୟାଗ କରିକି ଶୋଇଲେ ଘୋର ନିଦ୍ରା ହୁଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button