ଓଡିଶା

ମଣ୍ଡିରୁ ଉଠି ପାରିଲାନି ଧାନ; ଛତିଶଗଡ଼ରେ ବିକ୍ରି ପାଇଁ ଅନୁମତି ମାଗିଲେ ଚାଷୀ

ଝରିଗାଁ: ଚାଷୀମାନେ ସୁବିଧା ଓ ଉଚିତ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ଝରିଗାଁ ଠାରେ ସୋମବାର ଧାନ ମଣ୍ଡି ଉଦଘାଟନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଥମେ ଦିନରେ ହିଁ ଚାଷୀମାନେ ଧାନ ବିକ୍ରିକୁ ନେଇ ହୋହାଲ୍ଲା କରିଥିଲେ। ଧାନର ଏଫଏକ୍ୟୁ ମାନକୁ ନେଇ ବିବାଦ ହୋଇଥିଲା। ଶେଷରେ ସୋମବାର କୌଣସି ଚାଷୀଙ୍କ ଠାରୁ ଧାନ କିଣା ଯାଇ ନଥିବା ବେଳେ ସନ୍ଧ୍ୟାରେ ଏକ ବୈଠକରେ ଧାନ କିଣିବା ନେଇ ନିଷ୍ପତ୍ତି ହେବା ପରେ ଚାଷୀମାନେ ଧାନ ମଣ୍ଡିରୁ ଉଠିଥିଲେ। ଝରିଗାଁ ଧାନ ମଣ୍ଡିରେ ୫୫ ଜଣ ଚାଷୀ ୫୮୮୬ ବସ୍ତା ଧାନ ବିକ୍ରି ପାଇଁ ଆସି ନିରାଶ ହୋଇ ଫେରିଥିଲେ।

ଏହି ଖବର ପଢ଼ନ୍ତୁ: ସାପ୍ତାହିକ ହାଟ ନିକଟରେ ପଡ଼ିରହିଛି ଦରପୋଡ଼ା ଶଵ

ସ୍ଥାନୀୟ ବରିଷ୍ଟ ଚାଷୀ ପ୍ରେମାନନ୍ଦ ପାଣ୍ଡେଙ୍କ ଧାନ ବିକିବା ପାଇଁ ଧାନ ମଣ୍ଡିକୁ ନେଇ ଥିଲେ। ଧାନରମାନ ପରୀକ୍ଷା କରି ଏଫଏକ୍ୟୁ ମାନର ଧାନ ନଥିବା କହିଥିଲେ। ଏହା ଶୁଣିବା ପରେ ସ୍ଥାନୀୟ ଚାଷୀ ଏହି ଧାନ ଏଫଏକ୍ୟୁ ମାନର ନାହିଁ ଯଦି ଝରିଗାଁ ବ୍ଲକରେ ଏଫଏକ୍ୟୁ ମାନର ଧାନ ମିଳିବ ନାହିଁ ବୋଲି କହିବା ସହ ଏଫଏକ୍ୟୁ ଧାନ ପାଇଁ କଣ କରିବା ପାଇଁ ପଡିବ ବୋଲି ପ୍ରଶ୍ନ କରିଥିଲେ।କିଛି ସମୟ ପାଇଁ ଚାଷୀମାନେ ହୋହାଲ୍ଲା କରିଥିଲେ। ପରେ ମିଲରମାନେ ମଣ୍ଡି ଛାଡ଼ି ଚାଲିଯାଇଥିଲେ। ଫଳରେ ଚାଷୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ କୌଣସି ମିଲର ଆସିନଥିଲେ। ଶେଷରେ ସ୍ଥାନୀୟ ଚାଷୀ ଘଟଣା ନେଇ ସ୍ଥାନୀୟ ତହସିଲଦାର ଶଙ୍କର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲଦାର ଶଙ୍କର ପଟ୍ଟନାୟକଙ୍କ ଧାନ ମଣ୍ଡି ଯିବା ପରେ ମଧ୍ୟ କୌଣସି ମିଲର ଆସିନଥିଲେ।

ଯୋଗାଣ ନିରୀକ୍ଷକ ସଚିନ ମୟ ରଥ ମଧ୍ୟ ଉଦଘାଟନରେ ନଥିଲେ। ଶେଷରେ ଯୋଗାଣ ନିରୀକ୍ଷକ ଆସିବା ପରେ ସ୍ଥାନୀୟ ଚାଷୀମାନଙ୍କୁ ନେଇ ତହସିଲଦାର ଏକ ବୈଠକ କରିଥିଲେ। ବୈଠକରେ ଲାମ୍ପସ ପରିଚାଳକ ନରସିଂହ ଗୌଡ଼, ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ପ୍ରମୁଖ ସହ ଚାଷୀମାନେ ଉପସ୍ଥିତ ଥିଲେ। ବୈଠକରେ ଚାଷୀମାନେ ଉପସ୍ଥିତ ରହି ଏଫଏକ୍ୟୁ ମାନର ଧନ ପାଇଁ ଚାଷୀ କଣ କରିବା ପାଇଁ ପଡିବ ବୋଲି କହିଥିଲେ।
ସେହିପରି ଉମରକୋଟର ଦୁଇଟି ରାଇସ ମିଲ ଶୁଭମ ଏବଂ ଭଗବତୀ ରାଇସ ମିଳକୁ ଝରିଗାଁ ଧାନ ମଣ୍ଡିରୁ ବାଦ ଦେବା ପାଇଁ ଦାବି କରିଥିଲେ। ଝରିଗାଁ ମଣ୍ଡିରେ ଉଚିତ ମୂଲ୍ୟରେ ଧାନ ବିକ୍ରି ହୋଇ ନପାରିଲେ ଚାଷୀମାନଙ୍କୁ ଛତିଶଗଡ଼ ଧାନ ବିକ୍ରି କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ। ଶେଷରେ ଆସନ୍ତା କାଲି ୧୦ ଘଣ୍ଟା ସମୟରେ ଚାଷୀ, ମିଲର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଏକ ବୈଠକ କରି ଧାନ କିଣିବା ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏହି ଖବର ପଢ଼ନ୍ତୁ: ବିବାହର ୪୪ବର୍ଷ ପରେ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ବୃଦ୍ଧ

ଚାଷୀମାନେ ବୈଠକରେ ଆରଏମ୍‌ସି କର୍ତ୍ତୃପକ୍ଷ ସହଯୋଗ କରୁନଥିବା ଅଭିଯୋଗ କରିଥିଲେ। ଚାଷୀମାନଙ୍କ ବିଭିନ୍ନ ସୁବିଧା ପାଇଁ ଆରଏମ୍‌ସି ଟଙ୍କା ନେଉଥିବା ବେଳେ ଝରିଗାଁ ଧାନ ମଣ୍ଡିରେ ଆରଏମ୍‌ସି ପକ୍ଷରୁ ଚାଷୀ ମାନଙ୍କ ପାଇଁ ପାଣି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଥିଲା। ସକାଳୁ ଆସି ଚାଷୀ ମାନେ ସନ୍ଧ୍ୟା ସାତ ଘଣ୍ଟା ପର୍ଯ୍ୟନ୍ତ ରହିଥିବା ବେଳେ କୌଣସି ଆଲୋକ ବ୍ୟବସ୍ଥା ନଥିବା ଚାଷୀମାନେ କହିଛନ୍ତି। ଚାଷୀ ଧାନ ରଖିବା ସ୍ଥାନ ସଫାସୁତରା ନଥିବା ଯୋଗୁଁ ନିଜେ ଚାଷୀ ସଫା କରି ଧାନ ରଖୁଥିବା ଅଭିଯୋଗ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button