ସ୍ୱାସ୍ଥ୍ୟ

୫୦ବର୍ଷ ବୟସରେ ପୁରୁଷମାନେ ବି ଦେଖାଯିବେ ଯୁବକ- ଯଦି କରନ୍ତି ଏହି ୪ଟି କାମ:

, ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସ୍ୱାସ୍ଥ୍ୟ ଟିପ୍ସ ଯାହା କରିବା ଦ୍ଵାରା ଆପଣ ୫୦ ବର୍ଷ ବୟସରେ ମଧ୍ୟ ଯୁବକ ଭଳି ଦେଖା ଯିବା ସହ ଖୁବ ଶକ୍ତି ଶାଳି ମଧ୍ୟ ଅନୁଭବ କରିବେ । ଏହି ସ୍ୱାସ୍ଥ୍ୟ ଟିପ୍ସ ଅବଲମ୍ବନ କରି ଆପଣ ବହତ ଦିନ ଯାଏ ଯୁବକ ଭଳି ରହି ପାରିବେ । ଆଜିକାଲି ଯୁବକ ମାନେ ମଧ୍ୟ ଖାଇବା ଶୋଇବା ଠିକ ନ ରଖି  ଅସୁସ୍ଥ ହୋଇ ପଡ଼ୁଛନ୍ତି । ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ କେହି ବି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉ ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ ଦେବାକୁ ଯାଉଛୁ ଯାହା ଦ୍ଵାରା ଆପଣ ସବୁବେଳେ ଏଭରଗ୍ରୀନ ରହିବେ ।

 

ଚିନ୍ତାମୁକ୍ତ ରହିବା :

ସାଧାରଣତଃ ସମସ୍ତଙ୍କ ଜୀବନରେ କିଛି ନା କିଛି କାରଣରୁ ଚିନ୍ତା ଲାଗି ରହେ । ଆଉ ଯେମିତିକି ଆପଣ ଜାଣିଛନ୍ତି ଚିନ୍ତା କାରଣନରୁ ଅନେକ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦିଏ । ସେଥିପାଇଁ ଯଦି ଆପଣ ଚିନ୍ତା ମୁକ୍ତ ରହିବେ ତେବେ ରୋଗ ମଧ୍ୟ ଆପଣଙ୍କଠୁ ଦୂରେଇ ରହିବ ଓ ଆପଣ ଫିଟ ରହିବେ । ଏଥିପାଇଁ ଆପଣ ପ୍ରାଣାୟମ କରନ୍ତୁ, ସନ୍ଧ୍ୟା ସମୟରେ ଚାଲିବାକୁ ଯାଅନ୍ତୁ, ସାଙ୍ଗ ସାଥିଙ୍କ ସହ ସମୟ ବିତାନ୍ତୁ ।

 

ଯୋଗ ବା ବ୍ୟାୟାମ :

ପ୍ରତ୍ୟକ ଦିନ ସକାଳୁ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ । ଯୋଗ ବା ବ୍ୟାୟାମ ଦ୍ଵାରା ଆମର ଶରୀର ରୋଗ ମୁକ୍ତ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ ହୁଏ । ସେଥିପାଇଁ ପ୍ରତ୍ୟକ ଦିନ ନିଶ୍ଚୟ ବ୍ୟାୟାମ କରନ୍ତୁ ।

 

ଶୋଇବା ଠିକ ରଖନ୍ତୁ

ରାତିରେ ଅଧିକା ସମୟ ପର୍ଯ୍ୟନ୍ତ ଚାହିଁ ରହିବା ଆଜିକାଲି ପିଲାଙ୍କର ଗୋଟେ ବଡ ବଦ୍ ଅଭ୍ୟସ ହୋଇଗଲାଣି । କିନ୍ତୁ ଆପଣଙ୍କୁ ୬ ରୁ ୭ ଘଣ୍ଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ ।

 

ସନ୍ତୁଳିତ ଆହାର:

ବୃଦ୍ଧାବସ୍ଥାଠୁ ମୁକ୍ତି ପାଇବା ପାଇଁ ଆହାରର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆବଶ୍ୟକତାଠୁ ଅଧିକ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ରାତ୍ରିର ଖାଦ୍ୟ ୭ଟା ବେଳେ ଖାଇନେବା ଉଚିତ୍।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button