ଜୀବନଶୈଳୀ

ନବବିବାହିତ ଯୋଡି ଭୁଲ୍‌ରେ ମଧ୍ୟ ବେଡରୁମ୍‌ରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ସମ୍ପର୍କରେ ଆସିବ ତିକ୍ତତା

ପ୍ରତ୍ୟେକ ନବବିବାହିତ ଯୋଡି ନିଜ ବୈବାହିକ ଜୀବନକୁ ସୁଖଶାନ୍ତିରେ ଅତିବାହିତ କରିବାକୁ ଚାହାନ୍ତି। ସେମାନେ ପରସ୍ପର ସହିତ ନଲଢି ସବୁବେଳେ ଖୁସିରେ ରହିବାକୁ ଚାହାନ୍ତି। ନିଜ ବୈବାହିକ ଜୀବନରେ ପ୍ରେମ ବଜାୟ ରଖିବା ପାଇଁ ଅନେକ ବାସ୍ତୁ ଉପାୟ ମଧ୍ୟ କରନ୍ତି। କୁହାଯାଏ, ବାସ୍ତୁ ନିର୍ଦ୍ଦେଶ ପାଳନ କରିବା ଦ୍ୱାରା ବୈବାହିତ ଜୀବନରେ ସର୍ବଦା ଖୁସି ଭରି ରହିଥାଏ। ଆଜି ଆମେ ଜଣାଇବୁ, ନବବିବାହିତ ନିଜ ବେଡରୁମରେ କ’ଣ ରଖିବା ଉଚିତ ଏବଂ ଉଚିତ ନୁହେଁ। ନବବିବାହିତ ନିଜ ରୁମରେ ଏହି ୫ଟି ଜିନିଷ ରଖିବା ଉଚିତ ନୁହେଁ।

bedroom

– ବାସ୍ତୁ ଶାସ୍ତ୍ର ଅନୁଯାୟୀ, ନବବିବାହିତ ଯୋଡି ନିଜ ବେଡରୁମରେ ଏକରୁ ଅଧିକ ଗଦି ରଖିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ଭଲପାଇବା ବାଣ୍ଟିହୋଇଯାଏ। ପତି-ପତ୍ନୀ ମଧ୍ୟରେ ଦୂରତା ଆସିଥାଏ।

– ଏହାଛଡା ନବବିବାହିତ ଯୋଡି ନିଜ ବେଡରୁମରେ ଅଧିକ ଆଲୋକ ପ୍ରଦାନ କରୁଥିବା ବଲବ ଲଗାଇବା ଉଚିତ ନୁହେଁ। ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଦୂରତ୍ୱ ବଢିଯାଏ। ତେଣୁକରି ବେଡରୁମରେ ହାଲକା ଆଲୋକ ଦେଉଥିବା ବ୍ଲୁ, ଗ୍ରୀନ କିମ୍ବା ପିଙ୍କ କଲର ବଲ୍‌ବ ଲଗାଇବା ଉଚିତ।

55

– ବାସ୍ତୁ ଶାସ୍ତ୍ର ଅନୁଯାୟୀ, ନବବିବାହିତ ଯୋଡି ନିଜ ବେଡରୁମରେ ଇଲେକ୍ଟ୍ରନିକ ଜିନିଷ ରଖିବା ଉଚିତ ନୁହେଁ। ଏହାକୁ ରଖିବା ଦ୍ୱାରା ରୁମ୍‌ରେ ନକରାତ୍ମକ ଶକ୍ତି ବଢିଥାଏ, ଯାହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ କମ୍‌ କରିଦିଏ।

– ନବବିବାହିତ ଯୋଡି ନିଜ ବେଡରୁମରେ ଜୋତା କିମ୍ବା ଚପଲ ରଖିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ରରେ କୁହାଯାଇଛି କି, ଏପରି କଲେ ନବଦମ୍ପତିଙ୍କ ମୁଡ ଖରାପ ହୁଏ। ସେମାନଙ୍କ ମନ ବେଡରୁମ୍‌ରେ ଲାଗେ ନାହିଁ।

rr

– ଆଇନା ବା ଦର୍ପଣକୁ ଆପଣ ବେଡରୁମରେ ରଖିପାରିବେ। କିନ୍ତୁ ବାସ୍ତୁ ଅନୁଯାୟୀ, ଏହାକୁ ଆପଣ ବେଡ ସାମ୍ନାରେ ରଖିବା ଉଚିତ ନୁହେଁ। ଏମିତି ହେଲେ ପତି ପତ୍ନୀଙ୍କ ମଧ୍ୟରେ ଅନ୍ତରଙ୍ଗତା ବଢେ ନାହିଁ। ସେମାନଙ୍କ ମଧ୍ୟରେ ଦୂରତା ବଢିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button