ନିୟମିତ ସେଭିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏସବୁ ସମସ୍ୟା

ପରିଷ୍କାର ରହିବା ଦ୍ୱାରା ସ୍ୱାସ୍ଥ୍ୟ ନିରୋଗ ରହେ। କିନ୍ତୁ ବେଳେବେଳେ ଅଧିକ ସଫାସୁତୁରା ରହିବା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। କିଛି ଲୋକଙ୍କୁ ଲାଗିଥାଏ ଯେ ପ୍ରତିଦିନ ସେଭିଂ ହେବା ସ୍ୱଚ୍ଛତାର ପ୍ରତୀକ ହୋଇଥାଏ। କିନ୍ତୁ ପ୍ରକୃତରେ ଏଭଳି ହୋଇନଥାଏ। ପ୍ରତିଦିନ ସେଭିଂ ହେବା ଦ୍ୱାରା ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ନିୟମିତ ସେଭିଂ ହେଲେ କି କି ସମସ୍ୟା ଦେଖାଦିଏ…
ପ୍ରତିଦିନ ସେଭିଂ କରିବା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳାଂଶ ନଷ୍ଟ ହୋଇଯାଏ। ଫଳରେ ଚେହେରା ଶୁଷ୍କ ହୋଇଯାଏ। ଏଣୁ ସପ୍ତାହରେ ୫ ଦିନ ସେଭିଂ କରିବା ଉଚିତ।

ସେଭିଂ କରିବା ବେଳେ ମୁହଁ ଧୋଇବା ପାଇଁ ସବୁବେଳେ ଉଷୁମ ପାଣି ବ୍ୟବହାର କରନ୍ତୁ। ଥଣ୍ଡା ପାଣି ବ୍ୟବହାର କଲେ ଲୋମଛିଦ୍ର ବନ୍ଦ ହୋଇଯାଏ। ଫଳରେ ଦାଢ଼ି କାଟିବା ବେଳେ ସମସ୍ୟା ହୋଇଥାଏ। ଏଣୁ ସବୁବେଳେ ଉଷୁମ ପାଣି ବ୍ୟବହାର କରନ୍ତୁ।
ଉଷୁମ ପାଣିରେ ମୁହଁ ଧୋଇବା ପରେ ଗ୍ଲିସରିନ୍ଯୁକ୍ତ ମଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ। ଏହା ଦ୍ୱାରା ମୁହଁରେ ଜ୍ୱଳନ କମ୍ ହେବା ସହ ତ୍ୱଚା କୋମଳ ରହିବ।

ସେଭିଂ ସବୁବେଳେ ଗୋଟିଏ ଦିଗରେ କରନ୍ତୁ। ବିପରୀତ ଦିଗରେ ସେଭିଂ କରିବା ଦ୍ୱାରା ହେୟାର ଫଲିକଲ ହେବା ସମ୍ଭାବନା ରହିଛି। ଏହା ଦ୍ୱାରା ମୁହଁରେ ଦାନା ଦାନା ଫଳିଯାଏ। ଏଣୁ ସବୁବେଳେ ଆରାମରେ ସେଭିଂ କରନ୍ତୁ।
ଘରେ ସେଭିଂ କରୁଥିଲେ ନିୟମିତ ବ୍ୟବଧାନରେ ବ୍ଲେଡ୍ ବଦଳାନ୍ତୁ। ଥରେ ସେଭିଂ ହେବା ପରେ ରେଜରକୁ ପାଣିରେ ବୁଡ଼ାଇ ପୁନର୍ବାର ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ବ୍ଲେଡ୍ର ସାର୍ପନେସ୍ ବା ଦାଢ଼ ବଜାୟ ରହେ।

ସେଭିଂ ପରେ ମୁହଁରେ ଲୋସନ୍ ବଦଳରେ ସେଭିଂ ବାମ୍ ଲଗାନ୍ତୁ। ଏହା ଆଲକହଲ ଫ୍ରି ହୋଇଥିବାରୁ କୌଣସି ସାଇଡ୍ ଇଫେକ୍ଟ ନଥାଏ।



