ଦେଶ ବିଦେଶ

ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରାଇ ନ ଥିଲେ କେଉଁ କେଉଁ କ୍ଷେତ୍ରରେ ସମସ୍ଯା ହୋଇପାରେ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ….

ଆଧାର ସହ ପ୍ୟାନ ଲିଙ୍କ ହୋଇ ନ ଥିଲେ ଖାତା କୁ ଆସିବା କି ଦରମା ? ଅନଲାଇନ ଲେନଦେନ ରେ ହେବ କି ସମସ୍ଯା ? ହଁ ଦର୍ଶକ ବନ୍ଧୁ ଆଧାର ସହ ପ୍ୟାନ ଲିଙ୍କ କରି ନ ଥିଲେ ଏବେ ଅନେକ କ୍ଷେତ୍ରରେ ସମସ୍ଯା ର ସମୁଖିନ୍ନ ହେବାକୁ ପଡିପାରେ । ଜୁନ 30 2023 ଥିଲା ଆଧାର ସହ ପ୍ୟାନ ଲିଙ୍କ କରିବାର ଶେଷ ତାରିଖ । ଯେଉଁ ମାନେ ଏହି ସମୟ ସୀମା ମଧ୍ୟରେ ଆଧାର ସହ ପ୍ୟାନ ଲିଙ୍କ କରାଇ ନାହାନ୍ତି ତେବେ ସେମାନଙ୍କ ପ୍ୟାନ କାର୍ଡ କୁ ନିଷ୍କ୍ରିୟ ବୋଲି ମାନାଯିବ ଅର୍ଥାତ ସେହି ବ୍ୟକ୍ତିଙ୍କ ପ୍ୟାନ କାର୍ଡ ଆଉ କୌଣସି କାର୍ଯ୍ୟ ରେ ଲାଗିବ ନାହିଁ ।

ଆସନ୍ତୁ ଜଣାଇବା ଯଦି ଆଧାର ସହ ପ୍ୟାନ ଲିଙ୍କ ନ ହୋଇଥିବ ତେବେ କେଉଁ କେଉଁ ସମସ୍ଯା ହୋଇପାରେ । ସୂଚନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆଧାର ସହ ପ୍ୟାନ ଲିଙ୍କ କରାଇ ନ ଥିବେ ତେବେ ସେମାନଙ୍କ ପ୍ୟାନ କାର୍ଡ କୁ ନିଷ୍କ୍ରିୟ କରାଯିବ ସତ ହେଲେ ସେମାନଙ୍କ ଦରମା ଖାତା କୁ ଟଙ୍କା ଆସିବାରେ କୌଣସି ସମସ୍ଯା ହେବ ନାହିଁ ।

ପ୍ୟାନ କାର୍ଡ ନିଷ୍କ୍ରିୟ ସ୍ଥିତି ରେ ବି ବ୍ଯାଙ୍କ ଖାତା ରେ ଟଙ୍କା ଜମା କରା ଯାଇ ପାରିବ କିମ୍ବା ଲେନଦେନ ସମୟରେ କୌଣସି ସମସ୍ଯା ହେବ ନାହିଁ । ତେବେ କେଉଁ କେଉଁ କ୍ଷେତ୍ରରେ ସମସ୍ଯା ସୃଷ୍ଟି ହେବ ଆସନ୍ତୁ ଜାଣି ନେବା । ଆଧାର ସହ ପ୍ୟାନ ଲିଙ୍କ ନ ଥିଲେ ବ୍ୟକ୍ତି ବ୍ୟାଙ୍କରେ ଖାତା ଖୋଲି ପାରିବେନି । ପାସ ପୋର୍ଟ କରିବାକୁ ଚାହୁଁ ଥିଲେ ପ୍ୟାନ କାର୍ଡ ନିହାତି ଆବଶ୍ୟକ ପଡିବ ।

ଏକକାଳୀନ 50 ହଜାର ରୁ ଅଧିକ ବା 1 ବର୍ଷରେ ଦୁଇ ଲକ୍ଷ 50 ହଜାର ଟଙ୍କା ରୁ ଅଧିକ ଜମା କରି ପାରିବରନି । 50 ହଜାର ଟଙ୍କାର ଅଧିକ ବସ୍ତୁ କୁ କିଣି ପାରିବେନି ବା ବିକ୍ରି କରି ପାରିବେନି । ନୂଆ ଡେବିଟ ବା କ୍ରେଡିଟ କାର୍ଡ ମିଳି ପାରିବନି । ପୂର୍ବରୁ ଅନେକ ଥର ଲୋକଙ୍କୁ ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ପରାମର୍ଶ ଦିଆ ଯାଇଛି ।

କିନ୍ତୁ ଅନେକ ଲୋକ ଏବେ ସୁଧା ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରାଇ ନାହାନ୍ତି । ଏପରିକି ଯେଉଁ ସମୟରେ ଆଧାର ସହ ପ୍ୟାନ ଲିଙ୍କ କରିବା ସଂପୂର୍ଣ୍ଣ ମାଗଣା ଥିଲା ସେତେବେଳେ ମଧ୍ୟ ଲୋକେ ଆଧାର ସହ ପ୍ୟାନ ଲିଙ୍କ କରାଇ ନ ଥିଲେ । ବର୍ତ୍ତମାନ ଆଧାର ସହ ପ୍ୟାନ ଲିଙ୍କ କରାଇବା ପାଇଁ 1000 ଟଙ୍କା ଆବ ସେଥିରୁ ଅଧିକ ଶୁଳ୍କ ଦେବାକୁ ପଡୁଛି ।

ବର୍ତ୍ତମାନ ଆଧାର ସହ ପ୍ୟାନ ଲିଙ୍କ ନ କରାଇଲେ ଆଗକୁ ଅନେକ ସମସ୍ଯା ହୋଇପାରେ । ତେଣୁ ତୁରନ୍ତ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରାଇ ନେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button