ଦେଶ ବିଦେଶ

ସକାଳେ ଉଠିବା ପରେ ଥକ୍କା ଅନୁଭବ କରୁଛନ୍ତିକି, ତେବେ ନିୟମିତ ପିଅନ୍ତୁ ଏହି ହୋମ ମେଡ଼ ଡ୍ରିଙ୍କ

କର୍ମ ବ୍ୟସ୍ତତା ଦିନ କୁ ଦିନ ବଢି ଚାଲିଥିବାରୁ ସାଧାରଣ ଲୋକେ ଆଉ ନିଜ ଖାଦ୍ୟ ପେୟ, ଦିନଚର୍ଯ୍ୟା ଉପରେ ସେତେଟା ଧ୍ୟାନ ଦେଇ ପାରୁନାହାନ୍ତି । ଏମିତି ନିୟମିତ ଲାଗି ରହିବା କାରଣରୁ ଧରିର ଦୁର୍ବଳ ହେବା ସହିତ ଥକ୍କାପଣ ଅନୁଭବ ହୋଇଥାଏ । ଏଥିପାଇଁ ଆପଣଙ୍କୁ ନିଜ ଡାଏଟ ଉପରେ ଖାସ ଧ୍ୟାନ ରଖିବାକୁ ପଡିବ । ଯଦି ହେଲଦି ଡାଏଟ ଚାଟ ଫଲୋ କରାନଯାଏ ତେବେ ଥକ୍କା ପଣ ସହ କେଶ ଝଡ଼ିବା, ହିମୋଗ୍ଲୋବିନ କମିବା ପରି ସମସ୍ୟା ବି ଦେଖାଦିଏ । କିନ୍ତୁ ଆପଣ ବି ଏହି ସମାନ ସମସ୍ୟା ଭୋଗୁଥାନ୍ତି ତେବେ ଜମା ବ୍ୟସ୍ତ ନ ହୋଇ ଘରେ ପ୍ରସ୍ତୁତ ଖାଦ୍ୟ ପାନୀୟ ଦ୍ୱାରା ଆପଣ ଏହାର ଚିକିତ୍ସା କରିପାରିବେ ।

ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଗାଜର- ୧

ଡାଳିମ୍ବ- ୧

ଧନିଆ ପତ୍ର- ୭ ରୁ ୮  ଟି

ଅଦା- ଖଣ୍ଡେ

juice

ଭୃଷୁଙ୍ଗା ପତ୍ର- କିଛି

ପୋଦିନା ପତ୍ର- କିଛି

ପ୍ରସ୍ତୁତି ପ୍ରଣାଳୀ-

1. ଏହି ସମସ୍ତ ସାମଗ୍ରୀକୁ ସାଥିରେ ଗ୍ରାଇଣ୍ଡରରେ କିଛି ପାଣି ଦେଇ ଗ୍ରାଇଣ୍ଡ କରି ଦିଅନ୍ତୁ ।

2. ଏହା ପରେ ତାଙ୍କୁ ଜାଳି ଛାଣି ନିଅନ୍ତୁ ।

3. ଏହା ଉପରେ କିଛି ଲେମ୍ବୁ ରସ ମିଶାଇ ପିଇ ଦିଅନ୍ତୁ ।

4. ଆପଣ ଅନୁଭବ କରିବେ ଏହାକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କୁ ଦିନ ତମାମ ଥକ୍କା ପଣ ଅନୁଭବ ହେବ ନାହିଁ ।

ଏଥିରେ ଥିବା ଗାଜର, ଡାଳିମ୍ବ ଜୁସ ଶରୀରର ମେଟାବୋଲିକ ରେଟ ବଢାଇବା ସହ ରକ୍ତ ପରିସ୍କାର କରିଥାଏ । ଏହା ସହ ତ୍ୱଚାର ଏକ ଚମକ ବି ଆସିଥାଏ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button