କ୍ରୀଡା

ବିଶ୍ବକପରେ ଆଉ ଏକ ବିପର୍ଯ୍ୟୟ : ଦକ୍ଷିଣ ଆଫ୍ରିକାକୁ ୩୮ ରନ୍‌ରେ ହରାଇଲା ନେଦରଲାଣ୍ଡସ୍ – Utkal Mail


ଧର୍ମଶାଳା : ଚଳିତ ଆଇସିସି ବିଶ୍ବକପରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଦେଇଛି ନେଦରଲାଣ୍ଡସ। ଧର୍ମଶାଳା ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୬ ରନର ଲକ୍ଷ୍ୟ ରଖିଥିଲା ନେଦରଲାଣ୍ଡସ। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୦୭ ରନ୍‌ କରିପାରିଛି। ଫଳରେ ଏହି ମ୍ୟାଚ୍‌ ୩୮ ରନ୍‌ରେ ହାରିଛି। ବର୍ଷାବାଧିତ ମ୍ୟାଚ୍‌ରେ ଦଳ ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୪୩ରନ କରିଥିବାବେଳେ ଗେରାଲ୍ଡ କୋଜି ୨୨ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।

ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମ୍ୟାଚର ଓଭର ସଂଖ୍ୟାକୁ ୪୩କୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡସ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବୋଲିଂର ସାମନା କରିପାରିନଥିଲେ। ଏପରିକି ଦଳ ୮୨ ରନରେ ୪ଟି ଓ୍ବିକେଟ ଓ ୧୪୦ ରନରେ ୭ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ସ୍କଟ୍ ଏଡଓ୍ବାଡସ ଅଧିନାୟକ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ। ସେ ୬୯ଟି ବଲ ଖେଳି ଅପରାଜିତ ୭୮ ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୪୩ ଓଭରରେ ୮ ଓ୍ବିକେଟ ହରାଇ ୨୪୫ ରନ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button