ଦେଶ ବିଦେଶ

ପ୍ୟାନ କାର୍ଡ ର ନୂଆ ନିୟମ ୫ ଡିସେମ୍ବର ଠାରୁ ଲାଗୁ ହୋଇଛି, ଜାଣି ନିଅନ୍ତୁ ନଚେତ ପସ୍ତେଇବେ – ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଯଦି ଆପଣ ପ୍ୟାନ କାର୍ଡ ବ୍ୟବହାର କରୁଛନ୍ତି କିମ୍ବା ପ୍ୟାନ କାର୍ଡ ତିଆରି କରିବା ପାଇଁ ଭାବୁଛନ୍ତି ଏହା ପୂର୍ବରୁ ପ୍ୟାନ କାର୍ଡର ନୂଆ ନିୟମ ବିଷୟରେ ଜାଣି ନିଅନ୍ତୁ ଏହି ମାସ ଠାରୁ ପ୍ୟାନ କାର୍ଡ ସମ୍ଭନ୍ଦିତ ନିୟମ ଗୁଡିକୁ ବଦଳାଇ ଦିଆ ଯାଉଛି । ଆୟକର ବିଭାଗ ପ୍ୟାନ କାର୍ଡକୁ ନେଇ ଏକ ନୂଆ ନିୟମ ଜାରି କରିସାରିଛନ୍ତି । ୫ ଡିସେମ୍ବର ୨୦୧୮ରୁ ଏହି ନିୟମ ଗୁଡିକ ଲାଗୁ ହୋଇଯାଇଛି । ନୂଆ ନିୟମ ଅନ୍ତର୍ଗତ ଆସନ୍ତା ବର୍ଷରେ ଯେଉଁମାନେ ୨୫୦୦୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ଲେନଦେନ କରୁଛନ୍ତି ତେବେ ସେମାନଙ୍କ ପାଇଁ ପ୍ୟାନ କାର୍ଡ ଜରୁରୀ ଅଟେ ।

ସବୁ ସଂସ୍ଥା ଗୁଡିକୁ ୩୧ ମାର୍ଚ ୨୦୧୯ ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ ଡାୟରେକ୍ଟର ଟୈକ୍ସେସରେ ପ୍ୟାନ କାର୍ଡ ପାଇଁ ଆବେଦନ କରିବାକୁ ପଡିବ । ଏହି ବିଷୟରେ ଆୟକର ବିଭାଗ ତରଫରୁ ନୂଆ ସୂଚନା ଜାରି କାରା ଯାଇଛି । ପ୍ୟାନ କାର୍ଡ ପାଇଁ କଣ ନୂଆ ନିୟମ ତିଆରି ହୋଇଛି ଏବଂ ନୂଆ ପ୍ୟାନ କାର୍ଡ ଆବେଦନ କରିବା ପାଇଁ କଣ ନିୟମ କରା ଯାଇଛି? ଏହି ସବୁ କଥା ଜାଣିବା ବହୁତ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ –

ଚାଲନ୍ତୁ ଜାଣିବା କଣ ଅଟେ ନୂଆ ନିୟମ

·    ଯଦି ଆପଣ କୌଣସି କମ୍ପାନୀର ମ୍ୟାନେଜିଂଗ ଡାୟରେକ୍ଟର, ଡାୟରେକ୍ଟର, ପାର୍ଟନର, ଟ୍ରସ୍ଟୀ, ଚୀଫ ଏଗ୍ଜୀକ୍ଯୂଟିୱ, ଅଧିକାରୀ, ମୁଖ୍ଯ ଅଧିକାରୀ କିମ୍ବା କମ୍ପାନୀର ମାଲିକ ଅଟନ୍ତି ଏବଂ ସେହି କମ୍ପାନୀର ପ୍ୟାନ କାର୍ଡ ନାହିଁ ତେବେ ଆପଣଙ୍କ ପାଇଁ ପ୍ୟାନ କାର୍ଡ ଆବେଦନ କରିବା ଜରୁରୀ ଅଟେ । ଏହା ୩୧ ମାର୍ଚ ୨୦୧୯ ପୂର୍ବରୁ ଆବେଦନ କରିବା ଆବଶ୍ୟକ ଅଟେ ।

·    ଆୟକର ବିଭାଗର ନୂଆ ନିୟମ ଅନୁସାରେ ସ୍ଥାନୀୟ କମ୍ପାନୀ କିମ୍ବା ଦୋକାନଦାର ଯେଉଁ ମାନଙ୍କର ଟର୍ନଓୱର ୫ ଲକ୍ଷ ପ୍ରତି ବର୍ଷ ଅଟେ କିମ୍ବା ତାହା ଠାରୁ ଅଧିକ ଅଟେ ସେମାନଙ୍କୁ ପ୍ୟାନ କାର୍ଡ ଆବେଦନ କରିବା ଜରୁରୀ ଅଟେ ।

·    ନୂଆ ନିୟମ ଅନୁସାରେ ଆୟକର ବିଭାଗ ପ୍ୟାନ କାର୍ଡର ଆବେଦନ ଫର୍ମରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଆପଣଙ୍କୁ ନିଜର ପିତାଙ୍କର ନାମ ଲେଖିବା ଦରକାର ନାହିଁ । ଯଦି ଆପଣ ନିଜ ବାପାଙ୍କର ନାଁ ଦେଉ ନାହାନ୍ତି ତଥାପି ଆପଣଙ୍କର ଆବେଦନକୁ ସ୍ଵୀକାର କରାଯିବ । ସୀବୀଡୀଟୀର ନୋଟିଫିକେଶନର ଅନ୍ତର୍ଗତ ଏହି ନିୟମ ୫ ଡିସେମ୍ବର ଠାରୁ ଲାଗୁ ହୋଇ ଯାଇଛି ।

ପ୍ୟାନ କାର୍ଡ ଦେଶର କର ଜମା କରିବା ପାଇଁ ବହୁତ ଜରୁରୀ ଅଟେ । ଯଦି ଆପଣ ବ୍ୟାଙ୍କ ଖାତା ଖୋଲିଛନ୍ତି କିମ୍ବା ଆୟକର ରିଟର୍ନ ଭରୁଛନ୍ତି ତେବ ଏଥିରେ ଆପଣଙ୍କୁ ପ୍ୟାନ କାର୍ଡ ଆବଶ୍ୟକତା ହୋଇଥାଏ ।

ପାଖାପାଖି ୧୩୫ କୋଟି ଜନସଂଖ୍ୟା ଥିବା ଦେଶରେ କରଦାତାର ସଂଖ୍ୟା ବହୁତ କମ ଅଟେ । ବର୍ଷ ୨୦୧୪ରେ ପଖାପାଖି ୩.୮୦ କୋଟି ଥିଲା କିନ୍ତୁ ୨୦୧୭ରେ ଏହା ୬.୮୬ କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆଶାକରୁଛି କି ଏହି ସଂଖ୍ୟା ଆସନ୍ତା ବର୍ଷ ୭.୬ କୋଟି ପର୍ଯ୍ୟନ୍ତ ପହଞ୍ଚି ଯିବ । ସରକାର ଅନୁସାରେ କରଦାତାର ସଂଖ୍ୟା ବଢିଲେ କଳାଧନରେ ଅଙ୍କୁଶ ହୋଇପାରିବ । ଯଦି ଆପଣ ପ୍ୟାନ କାର୍ଡ ଆବେଦନ କରିବାକୁ ଯାଉଛନ୍ତି ତେବେ ଏହି ନିୟମ ଗୁଡିକ ଠିକ ପ୍ରକାରରେ ନିଶ୍ଚିତ ଜାଣିନିଅନ୍ତୁ ।

ଆଶାକରୁଛୁ ଯେ ଏହି ପ୍ୟାନ କାର୍ଡ ସମ୍ବନ୍ଧିତ ସୂଚନା ଆପଣ ମାନଙ୍କୁ ସାହାଯ୍ୟ କରିବ । ଏହି ସମ୍ବନ୍ଧରେ ନିଜର ଅତି ମୂଲ୍ୟବାନ ତଥ୍ୟ ଦେବା ପାଇଁ ଏବଂ ଆମ ସହିତ ସହଯୋଗ କରିବା ପାଇଁ ତଳେ ଥିବା କମେଣ୍ଟ ବକ୍ସରେ ଲେଖନ୍ତୁ । ଏହି ପ୍ୟାନ କାର୍ଡ ର ସୂଚନାକୁ ଶେୟାର କରି ଲୋକମାନଙ୍କୁ ଜାଗୃତ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button