ଦେଶ ବିଦେଶ

ଆପଣଙ୍କ ସବୁଠୁ ଛୋଟ ଆଙ୍ଗୁଠି ଖୋଲିବ ବହୁତ ଗୁଡିଏ ରାଜ୍, ଜାଣନ୍ତୁ କଣ କହୁଛି ଆପଣଙ୍କ ‘ପିଙ୍କି ଫିଙ୍ଗର’ ??

ଭାରତରେ ଲୋକମାନଙ୍କ ମଧ୍ୟରେ ନିଜର ଭବିଷ୍ୟତ ଜାଣିବା ପାଇଁ ବହୁତ ଆଗ୍ରହ ଦେଖିବାକୁ  ମିଳିଥାଏ । ଏମିତିରେ ବହୁତ ଲୋକମାନେ ଅଛନ୍ତି ଯେଉଁମାନେ ହସ୍ତ ବିଦ୍ୟା ଜାଣିଥିବା ଲୋକଙ୍କ ପାଖକୁ ଯାଆନ୍ତି । ସେହି ଲୋକମାନେ ଆପଣଙ୍କର ହାତର ରେଖା ଦେଖି ଆପଣଙ୍କ ବିଷୟରେ କିଛି କଥା କୁହନ୍ତି । ଏଥିରେ କେତେ ଥର ଆପଣଙ୍କ ଭବିଷ୍ୟତକୁ ନେଇ ସୂଚନା ଏବଂ ଆପଣଙ୍କର ବ୍ୟକ୍ତିତ୍ବକୁ ନେଇ କିଛି କଥା ଲୁଚିଥାଏ । ଯଦି ଆପଣ ବି ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କର ପିଙ୍କୀ ଫିଙ୍ଗର ମାନେ କାଣି ଆଙ୍ଗୁଠି ସହ ଜଡିତ କିଛି ରୋଚକ କଥା କହିବୁ ।

ଆପଣଙ୍କ କାଣୀଆଙ୍ଗୁଠିରେ ଲୁଚି ଅଛି ରହସ୍ୟ

ପିଙ୍କୀ ଫିଙ୍ଗର ବା ଯାହାକୁ ଆମେ ସାଧାରଣ ଭାଷାରେ ଛୋଟ ଆଙ୍ଗୁଠି ବା କାଣିଆଙ୍ଗୁଠି କହିଥାଉ। ଏହି ଛୋଟିଆ ଆଙ୍ଗୁଠି ରେ ଆପଣଙ୍କର ବହୁତ ଗୁଡିଏ ରହସ୍ୟ ଜଡିତ ଅଛି। ଏହା ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି ରାଜ୍ ଖୋଲିଥାଏ। । ଏହାର ୩ଟି ଉପାୟ ଅଛି,  ଯାହାକୁ ଆମେ ୩ ଭାଗ   A, B, C ନାମ ଦେଇଛୁ ।

Type A

ଯଦି ଆପଣଙ୍କର କାଣି ଆଙ୍ଗୁଠି ଆପଣଙ୍କର ପାଖରେ ଥିବା ଆଙ୍ଗୁଠିର ଲାଇନରୁ ଆରମ୍ଭ ହୋଇଥାଏ ତେବେ ଏହା ଟାଇପ Aରେ ଆସିଥାଏ । ଏହି ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କ ସହ ମିଶିବାକୁ କମ ପସନ୍ଦ କରନ୍ତି । ଏହି ଲୋକମାନେ ନିଜ ବିଷୟରେ ଜଲ୍ଦି କାହାକୁ ଜାଣିବାକୁ ଦିଅନ୍ତି ନାହିଁ । ଏହି ଲୋକମାନଙ୍କ ପାଇଁ ବିଶ୍ଵାସ ସବୁକିଛି ହୋଇଥାଏ ଏବଂ ବିଶ୍ଵାସଘାତକତା ଏମାନଙ୍କୁ ପସନ୍ଦ ନୁହେଁ । ଏହି ଲୋକମାନଙ୍କୁ ଭଲ ଭାବରେ ଜାଣି ନଥିବା ଲୋକ ଏମାନଙ୍କୁ ବହୁତ ଗର୍ବୀ ବୋଲି ଭାବନ୍ତି ।

Type B

ଯଦି ଆପଙ୍କର କାଣି ଆଙ୍ଗୁଠି ପାଖ ଆଙ୍ଗୁଠି ଠାରୁ ଅଳ୍ପ ବଡ ଅଟେ ତେବେ ଏହା ଆପଣଙ୍କର ପର୍ସନାଲିଟୀ କ୍ୟାଟେଗୋରୀ Bରେ ଆସିଥାଏ । ଏହି ଲୋକମାନେ ନିଜର ବନ୍ଧୁଙ୍କ ସହିତ ଭଲ ମିତ୍ରତା ନିଭାଇ ଥାନ୍ତି । ଏହି ଲୋକମାନେ ନିଜର ଭଲପାଇବା ସହିତ ମନର ଗଭୀରତା ସହିତ ପ୍ରେମ କରନ୍ତି । ଟାଇପ Bର ଲୋକମାନେ ସବୁ କାମରେ ନିଜକୁ ସମର୍ପିତ ରଖିଥାନ୍ତି । ଗୋଟିଏ ଲକ୍ଷ୍ୟକୁ ନେଇ ଜୀବନରେ ଚାଲନ୍ତି । ଏମାନେ ବହୁତ ଶାନ୍ତ ଅଟନ୍ତି ଏବଂ ସରଳ ସ୍ଵଭାବର  ଅଟନ୍ତି ।

Type C

ଯଦି ଆପଣଙ୍କର ଆଙ୍ଗୁଠି, ପାଖ ଆଙ୍ଗୁଠି ଠାରୁ ଛୋଟ ଅଟେ ତେବେ ଆପଣ କ୍ୟାଟେଗୋରୀ Cରେ ଆସିବେ । ଏହି ଲୋକମାନେ ବହୁତ ସକରାତ୍ମକ ଲୋକ ଅଟନ୍ତି । ଏମାନଙ୍କୁ ନକାରାତ୍ମକ ଛୁଇଁ ବି ପାରେ ନାହିଁ । ଏହି ଲୋକମାନେ ବହୁତ ଜଲ୍ଦି କ୍ଷମା କରିଦିଅନ୍ତି ଏବଂ କଥାଗୁଡ଼ିକୁ ମଧ୍ୟ ଭୁଲି ଯାଆନ୍ତି । ଏହି ଲୋକମାନେ କୌଣସି ଝଗଡାରୁ ବହୁତ ଜଲ୍ଦି ବାହାରି ଆସନ୍ତି । ବାହାର ଦୁନିଆରେ ଏହି ଲୋକମାନେ ବହୁତ ଚୁଲବୁଲ ପ୍ରକୃତିର ଦେଖାଯାଆନ୍ତି । ଅନ୍ୟ ଲୋକମାନେ ଏହି ଲୋକମାନଙ୍କ ଆଦର୍ଶର ସମ୍ମାନ କରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button