ଜୀବନଶୈଳୀ

ଗ୍ରାମର ଲୋକମାନେ କହୁଥିଲେ ଡାହାଣୀ, କିନ୍ତୁ ଏହା ସତ୍ଵେ ବି ଏହି ବ୍ୟକ୍ତି ଜଣକ ବାହା ହେଇଗଲେ ସେହି ଝିଅକୁ, ଆଉ ତା ପରେ…

କୁହନ୍ତି କି କଳିଯୁଗରେ ସମସ୍ତେ ନିଜ ବିଷୟରେ ଏବଂ ନିଜ ପାଇଁ ହିଁ ଚିନ୍ତା କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ଠାରୁ ଅନ୍ୟ ଲୋକମାନଙ୍କ ବିଷୟରେ ଚିନ୍ତା କରିଥାନ୍ତି । ଏବଂ ତାଙ୍କର ଖୁସି ପ୍ରତି ଧ୍ୟାନ ରଖନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲା ପରେ ଆପଣ ବି ମଣିଷତ୍ଵ ଉପରେ ବିଶ୍ଵାସ କରିବେ ।

ଏହି କାହାଣୀ ଆଫଗାନିସ୍ତାନର ଜଲାଲାବାଦ ଗ୍ରାମର ଅଟେ । ସେହି ଗ୍ରାମର ରହୁଥିବା ବ୍ୟକ୍ତି ସଲମାନ ପୁରା ୯ ବର୍ଷ ପରେ ସହରରୁ ନିଜ ଗାଁକୁ ଫେରୁଥିଲା । ଯେମିତି ହିଁ ସଲମାନ ଗାଁ ପାଖ ବସ ଷ୍ଟାଣ୍ଡରେ ଓଲହାଇଲେ ଏବଂ ଦେଖିଲେ କି ପାଖରେ କୌଣସି ଗାଡି ଗାଁକୁ ଯିବା ପାଇଁ ନଥିଲା । ସେଥିପାଇଁ ସେ ନିଜର ଜିନିଷପତ୍ରକୁ କାନ୍ଧରେ ପକାଇ ନିଜ ଗ୍ରାମ ଆଡକୁ ବହୁତ ଖୁସିରେ ଚାଲିଲା ।

ଏବଂ ନିଜ ପରିବାର ସହିତ ଦେଖା କରିବା ପାଇଁ ତାହା ମନରେ ଉତ୍କଣ୍ଠା ଥିଲା । ଏହା ସହିତ ଏହି ଝିଅର ଫଟୋ ଯାହାକୁ ସେ ପ୍ରେମ କରୁଥିଲେ କିନ୍ତୁ ତାକୁ କେବେ ବି କିଛି କହି ନଥିଲେ ।

ସେହି ଯୁବତୀର ନାମ ଥିଲା ଅଫସାନା, ନା ହିଁ ସଲମାନ କେବେ ତାଙ୍କ ସହିତ କଥା ହୋଇଛନ୍ତି, ନା ହିଁ ସେହି ଯୁବତୀ ବି କେବେ ତାଙ୍କ ସହିତ କଥା ହୋଇଛନ୍ତି । ଜଣା ନାହିଁ ତାହାର ବାହାଘର ହୋଇଯାଇଛି ନା ନାହିଁ । ଏବଂ ସଲମାନଙ୍କ ଆଖି ସାମନାରେ ସେହି ଝିଅର ଚେହେରା ବୁଲୁଥିଲା । ଏହା ପରେ ସଲମାନ ଗ୍ରାମର ଭିତରକୁ ଆସିଲା ତେବେ ସେ ଦେଖିଲା କି ଓସ୍ଥ ଗଛ ତଳେ ଜଣେ ଧଳା ରଙ୍ଗର ଶାଢୀ ପିନ୍ଧି ଏକ ଯୁବତୀ ବସିଛି । ଏବଂ ସେ ସେହି ଯୁବତୀ ଥିଲା ଯାହାକୁ ସଲମାନ ଭଲ ପାଉଥିଲେ ।

ସଲମାନ ଅଫସାନା ପାଖକୁ ଯାଇ ତାଙ୍କ ସହିତ କଥାବାର୍ତ୍ତା ହେବାକୁ ଲାଗିଲା । ଠିକ ସେହି ସମୟରେ ସଲମାନଙ୍କର ମା ସଲମାନ ପାଖକୁ ଆସି ତାଙ୍କୁ କହିଲେ କି – ପୁଅ ତୁ ଏହି ଡାହାଣୀ ପାଖରେ କଣ କରୁଛୁ ?

ଏବଂ କହିଲେ କି ଏହି ଡାହାଣୀ ନିଜର ସ୍ଵାମୀକୁ ଖାଇ ଯାଇଛି । ସଲମାନ ଏହି ସବୁ କଥା ଉପରେ ବିଶ୍ଵାସ କରିଲେ ନାହିଁ । କହିବାକୁ ଗଲେ ଅଫସାନାଙ୍କର ସ୍ଵାମୀ ଆର୍ମୀରେ ଥିଲେ ଏବଂ ସେ ସହିଦ ହୋଇ ଯାଇଥିଲେ । ଏହା ପରେ ସଲମାନ ପୁଣି ଥରେ ସନ୍ଧ୍ୟା ସମୟରେ ଅଫସାନାଙ୍କ ପାଖକୁ ଆସିଲେ । ସଲମାନ କହିଲେ କି ତୁ ନିଜର ଅବସ୍ଥା ଏହିଭଳି କାହିଁକି କରିଛୁ । ଏବଂ ଏହି ଗ୍ରାମବାସୀଙ୍କର କଥା କାହିଁକି ଶୁଣୁଛୁ । ଅଫସାନା କାନ୍ଦି କାନ୍ଦି କହିଲେ କି ଏହା ସବୁ ମୋ ଭାଗ୍ୟର ଖେଳ ଅଟେ, ଯଦି ସେ ସହିଦ ହେଇ ଗଲେ ଏଥିରେ ମୋର କଣ ଦୋଷ, ମୁ କେମିତ ବୁଝେଇବି ଏହି ଗାଁ ଲୋକଙ୍କୁ ।

ଏହା ପରେ ସଲମାନ ଏବଂ ଅଫସାନା କଥାବାର୍ତ୍ତା ହେବାକୁ ଲାଗିଲେ । ଏହା ମଧ୍ୟରେ ସଲମାନଙ୍କର ଗ୍ରାମକୁ ଆସିବାର ସାତ ଦିନ ହୋଇଗଲାଣି । ବର୍ତ୍ତମାନ ସେ ସହରକୁ ଫେରିଯିବେ । ଫେରିବା ସମୟରେ ସଲମାନଙ୍କ ଆଖି ସାମନାରେ କେବଳ ଅଫସାନାଙ୍କର ଚେହେରା ବୁଲୁଥିଲା । ଏବଂ ପୁଣି ଥରେ ସେ ଗ୍ରାମକୁ ଫେରିଯାଇ ଅଫସାନାଙ୍କ ପାଖକୁ ଗଲେ ।

ଏବଂ କହିଲେ କି ସେ ସହରକୁ ଫେରିଯାଉଛନ୍ତି । ଏବଂ ଆଗକୁ କହିଲେ କି ତୁମେ ମୋ ସହିତ ବିବାହ କରିବ ? ଏହା ପରେ ଅଫସାନା ସଲମାନଙ୍କୁ ଆଶ୍ଚର୍ଯ୍ୟ ସହିତ ଦେଖି କାନ୍ଦିବାକୁ ଲାଗିଲେ । ଏବଂ କିଛି ସମୟ ପରେ ଅଫସାନା ସଲମାନଙ୍କୁ ଆଲିଙ୍ଗନ କଲେ ଏବଂ କାନ୍ଦିଲେ । ଏହା ପରେ ଦୁଇଜଣ ସହରକୁ ଚାଲିଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button