ମନୋରଞ୍ଜନ

ଝିଅ ବେଦାଙ୍କ ବର୍ଥ ଡେ ସେଲିବ୍ରେସନ୍ କଲେ ବତ୍ସଲ-ଇଶିତା, ସେୟାର କଲେ ପ୍ରଥମ ଝଲକ

ଟାର୍ଜନ୍ ଦି ୱଣ୍ଡର କାରର ଅଭିନେତା ବତ୍ସଲ ସେଠ୍ ଏବଂ ତାଙ୍କ ପତ୍ନୀ ଇଶିତା ଦତ୍ତା ପ୍ରଥମ ଥର ପାଇଁ ସେମାନଙ୍କ ଝିଅ ବେଦାଙ୍କ ଝଲକ ସେୟାର କରିଛନ୍ତି । ସେମାନଙ୍କ ଝିଅର ପ୍ରଥମ ଜନ୍ମଦିନ ଅବସରରେ ଦମ୍ପତି ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫ୍ୟାମିଲି ଫଟୋ ସେୟାର କରିଛନ୍ତି । ପୋଷ୍ଟ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, ଦେଖୁ ଦେଖୁ ଗୋଟିଏ ବର୍ଷ ହୋଇଗଲାଣି । ଦୃଶ୍ୟମ୍ ଫେମ୍ ଇଶିତା ଦତ୍ତାଙ୍କ ଝିଅ ବେଦ ଏବେ ଗୋଟିଏ ବର୍ଷ ବୟସର ହୋଇଗଲେଣି । ଫଟୋ ସେୟାର ହେବା ପରେ ବେଦାଙ୍କୁ ଖୁବ୍ ଭଲପାଉଛନ୍ତି ଦର୍ଶକ ।

ବେଦାଙ୍କ ପ୍ରଥମ ଜନ୍ମଦିନ ପାଳନ କରି ଇଶିତା ଏବଂ ବତ୍ସଲ ଲେଖିଛନ୍ତି ଯେ, ଜନ୍ମଦିନର ଶୁଭେଚ୍ଛା, ବେଦ। ସେୟାର ହୋଇଥିବା ଏହି ଜନ୍ମଦିନର ଫଟୋରେ ତାଙ୍କ ଝିଅ ଲେମନ୍ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ଯାହା ବେଦଙ୍କ କ୍ୟୁଟନେସକୁ ଆହୁରି ବଢାଇଦେଇଛି । ପିଙ୍କ୍ କଲରର ଦୁଇଟି ପୋନିଟେଲ୍ ହେୟାର ଷ୍ଟାଇଲରେ ବେଦ ନଜର ଆସିଛନ୍ତି । ଏହା ସହିତ ଇଶିତା ଏବଂ ବତ୍ସଳଙ୍କୁ ନୀଳ ଡ୍ରେସରେ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଦମ୍ପତି ଝିଅ ବେଦାଙ୍କ ଝଲକ ସେୟାର କରିବା ପରେ ତାଙ୍କ ଫ୍ୟାନ୍ସ ଏବଂ ସେଲିବ୍ରିଟିମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

ଇଶିତା ଏବଂ ବତ୍ସଳ ଜୁନ୍ ୨୦୨୫ରେ ତାଙ୍କ ଝିଅ ବେଦାକୁ ସ୍ୱାଗତ କରିଥିଲେ । ୨୦୨୩ ଜୁଲାଇରେ ଏହି ଦମ୍ପତି ସେମାନଙ୍କ ପୁଅ ବାୟୁକୁ ସ୍ୱାଗତ କରିଥିଲେ। ବତ୍ସଲ ଏବଂ ଇଶିତା ୨୮ ନଭେମ୍ବର ୨୦୧୭ରେ ନିକଟତମ ବନ୍ଧୁ ଏବଂ ପରିବାର ସହିତ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଥିଲେ।

ଯଦି ସେମାନଙ୍କ କ୍ୟାରିଅର କଥା କୁହାଯାଏ ତେବେ ଦମ୍ପତି ପ୍ରଥମେ ଟିଭି ଶୋ ରିଷ୍ଟନ୍ କା ସୌଦାଗର – ବାଜିଗର ସେଟରେ ଦେଖା ହୋଇ ପ୍ରେମରେ ପଡିଥିଲେ। ବତ୍ସଲଙ୍କ ଅଭିନୟ “ଟାର୍ଜାନ: ଦି ୱାଣ୍ଡର କାର” ଏବଂ “ହିରୋଜ୍” ଭଳି ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ ।  ସେ ଅନେକ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ, ଇଶିତା ଦତ୍ତା ଟିଭି ସିରିଏଲରେ ପରିଚିତି ପାଇଥିଲେ ଏବଂ ପରେ ଦୃଶ୍ୟମ୍ ଏବଂ ଦୃଶ୍ୟମ୍ 2 ଭଳି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button