ବିଚାର

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ରେଡ୍‌ ଭେଲଭେଟ୍‌ ପେଷ୍ଟ୍ରି

ଅଧିକାଂଶ ଲୋକମାନେ ପେଷ୍ଟ୍ରି ଖିବାକୁ ଖୁବ୍‌ ପସନ୍ଦକରିଥାନ୍ତି। ଆପଣମାନେ ତ ରେଡ୍‌ ଭେଳଭେଟ୍‌ ପେଷ୍ଟ୍ରି ନିଶ୍ଚିନ୍ତ ଦୋକାନରୁ କିଣି ଖାଇଥିବେ। କିନ୍ତୁ କେବେ କଣ ଅପାଣ ଏହି ପେଷ୍ଟ୍ରିକୁ ଘରେ ତିଆରି କରିବା ପାଇଁ ଭାବିଛନ୍ତି କି। ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ କିପରି ଖୁବ୍‌ କମ ସମୟରେ ଏହି ସ୍ୱାଦିଷ୍ଟ କେକ୍‌ ତିଆରି କରିପାରିବେ ସେ ବିଷୟରେ ଜଣାଇବୁ।

ଆବଶ୍ୟକୀୟ ସାମଗ୍ରୀ:

cakeସୁଖିଲା ସାମଗ୍ରୀ:

ଅଟା-୪୦୦ ଗ୍ରାମ

କୋକୋ ପାଉଡର-୧୦ଗ୍ରାମ

ବେକିଂ ସୋଡା-୫ଗ୍ରାମ

ଅଳ୍ପ କିଛି ଲୁଣ

red-velvet-cake-ଓଦା ସାମଗ୍ରୀ:

ଲହୁଣି-୧୧୫ ଗ୍ରାମ

ଚିନି-୩୩୦ ଗ୍ରାମ

ଅଣ୍ଡା-୨ଟା

ଭେଜିଟେବୁଲ୍‌ ଅଏଲ୍‌-୨୫୦ମିଲି.

ଭ୍ୟାନିଲା ଏସେନ୍ସ-୨ଟି ସ୍ପୁନ୍‌

ବଟର ମିଲ୍କ-୨୫୦ ମିଲି.

ରେଡ୍‌ ଲିକ୍ୱିଡ୍‌ ଫୁଡ୍‌ କଲର-୨ଟେବୁଲ୍‌ ସ୍ପୁନ୍‌

red-velvet-cakeପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଓଭାନକୁ ୧୮୦ ସେଲସିୟସ୍‌/ ୩୫୦ ଫାରେନାଇଟ୍‌ ରେ ଗରମ କରନ୍ତୁ। ଏହାପରେ ଏକ ବେକିଂ ଉପରେ ବଟର ଲଗାଇ କୋକୋ ପାଉଡର ଛିଞ୍ଚନ୍ତୁ। ଏହାପରେ ସୁଖିଲା ସାମଗ୍ରୀ ଏକ ପାତ୍ରରେ ବାହାର କରି ଭଲଭାବେ ମିଶ୍ରଣ କରନ୍ତୁ। ଅନ୍ୟ ଏକ ପାତ୍ରରେ ଲହୁଣି ଏବଂ ଚିନି ପକାନ୍ତୁ ଏବଂ ଇଲେକ୍ଟ୍ରିକ୍‌ ବିଟର ସହ କିମ୍ବା ଷ୍ଟାଣ୍ଡ ମିକ୍ସରରେ ସ୍ମଦ୍‌ ହେବା ପର୍ଯ୍ୟନ୍ତ ମିଶ୍ରଣ କରନ୍ତୁ। ଏହାପରେ ସେଥିରେ ଅଣ୍ଡା ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ସେଥିରେ ଭେଜିଟେବୁଲ୍‌ ଅଏଲ୍‌, ସିରକା, ଭ୍ୟାନିଲା ଏସେନ୍ସ, ବଟର ମିଲ୍କ ଏବଂ ରେଡ୍‌ ଫୁଡ୍‌ କଲର୍‌ ପକାଇ ପୁଣି ଥରେ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ସେଥିରେ ସୁଖିଲା ସାମଗ୍ରୀ ପକାଇ ସ୍ମଦ୍‌ ହେବା ପର୍ଯ୍ୟନ୍ତ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ଏହି ମିଶ୍ରଣକୁ କେକ୍‌ ପ୍ୟାନରେ ପକାଇ ୨୫ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଓଭାନ ଭିତରେ ରଖନ୍ତୁ। ଏହାପରେ ଟୁଥ୍‌ପିକ୍‌ ରେ ଚେକ୍‌ କରନ୍ତୁ ଯଦି ଟୁଥ୍‌ପିକ୍‌ ଟି ବାହାରିବା ବେଳେ ସଫା ବାହାରିଥାଏ ତେବେ ଆପଣ ଜାଣିବେ ଆପଣଙ୍କ କେକ୍‌ ପ୍ରସ୍ତୁତ ହୋଇସାରିଛି। ଏହାପରେ ୧୦ ମିନିଟଯ୍‌ ପର୍ଯ୍ୟନ୍ତ କେକ୍‌ କୁ ପ୍ୟାନରେ ରଖିବା ପରେ କୁଲିଂ ର‍୍ୟାକ୍‌ ରେ ବାହାର କରି ଥଣ୍ଡା କରନ୍ତୁ। ଏବେ ଆପଣଙ୍କ ଟେଷ୍ଟି ରେଡ୍‌ ଭେଲଭେଟ୍‌ ପେଷ୍ଟ୍ରି ପ୍ରସ୍ତୁତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button