କ୍ରୀଡା

ବହୁତ ଖରାପ ହୋଇଥାଏ ଚୀୟର ଲୀଡର୍ସଙ୍କର ଜୀବନ, କରିବାକୁ ପଡିଥାଏ ଏହି ୪ ଟି ଏମିତି କାମ

କ୍ରିକେଟ ହେଉ କିମ୍ବା ଅନ୍ୟ କୌଣସି ଖେଳ ତାହା ଗ୍ଲାମର ରେ ଭରପୁର ହୋଇଥାଏ । ଭାରତ ହେଉ କିମ୍ବା ଅନ୍ୟ କୌଣସି ଦେଶରେ ଚୀୟର ଲୀଡର୍ସଙ୍କ ସହିତ କିଛି ନା କିଛି ଖରାପ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମାନଙ୍କର ଜୀବନ ସହିତ ଜଡିତ କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ।

୧. କେତେକ ଲୋକମାନଙ୍କୁ ଲାଗିଥାଏ କି ଚୀୟର ଗର୍ଲଙ୍କୁ ଅଧିକ ଟଙ୍କା ମିଳିଥାଏ କିନ୍ତୁ ଏହା ଭୁଲ ଅଟେ । ଏହା କେବଳ ସ୍ପୋଂସର ଙ୍କ ଉପରେ ନିର୍ଭର କରିଥାଏ । ଜଣେ ଯୁବତୀ କହିଲେ କି ତାଙ୍କୁ ଥରେ ପୁରା ଗୋଟିଏ ମାସ ପର୍ଯ୍ୟନ୍ତ ପରଫର୍ମ କରିବାକୁ ପଡିଥିଲା ଓ ତାଙ୍କୁ ଏଥିପାଇଁ ମାତ୍ର ୨୦୦ ଡଲାର ମାନେ ୧୩ ହଜାର ଟଙ୍କା ହିଁ ଦିଆଯାଇଥିଲା । ଏହା ସହିତ ତାଙ୍କୁ ଅନ୍ୟ ସମାରୋହରେ ମଧ୍ୟ ତାଙ୍କର ଇଚ୍ଛା ବିନା ତାଙ୍କୁ ଡ୍ୟାନ୍ସ କରାଇଲେ ।

୨. ଯେତେବେଳେ ସିରିଜ କିମ୍ବା ମ୍ୟାଚ ଚାଲିଥାଏ ତେବେ ଚୀୟର ଲୀଡର୍ସଙ୍କୁ ଶୋଇବା ପାଇଁ ବହୁତ କଷ୍ଟରେ ମାତ୍ର ଦୁଇ ରୁ ତିନି ଘଣ୍ଟା ହିଁ ମିଳି ଥାଏ । କାରଣ ବାକି ସମୟରେ ତାଙ୍କ ଗ୍ରୁପର ପ୍ରାକ୍ଟିସ ଚାଲୁଥାଏ ଓ ସେ କେତେବେଳେ ଯିବେ ଏବଂ କେତେବେଳେ ଆସିବେ ତାହା ଠିକ ନଥାଏ । ବେଳେ ବେଳେ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇଥାଏ ।

୩. ଚୀୟର ଗର୍ଲ୍ସମାନେ କେତେ ଥର ପବ୍ଲିକ ଙ୍କ ଖରାପ ବ୍ୟବହାରର ଶିକାର ମଧ୍ୟ ହୋଇ ଥାନ୍ତି । ପାଖରେ ବସିଥିବା ଦର୍ଶକମାନେ ତାଙ୍କୁ ଖରାପ କମେନ୍ଟ ପାସ କରନ୍ତି । ଜଣେ ଚୀୟର ଗର୍ଲ ନିଜେ ଅଙ୍ଗେ ନିଭାଇ ଥିବା କଥା ସୋସିଆଲ ମିଡିୟାରେ ଲେଖି ଥିଲେ, ଯେଉଁଥିରେ ସେ କହିଲେ କି ମୁଁ ପରଫର୍ମ ସାରି ନିଜର ରୁମ ଆଡକୁ ଯାଉଥିଲି କି ସେହି ସମୟରେ ଜଣେ ଯୁବକ ଆସି ମୋତେ ବାଥରୁମ ଆଡକୁ ଟାଣି ନେଇଗଲେ ଏବଂ କହିଲେ କି ମୁଁ ଟଙ୍କା ଦେବି ମୋ ପାଇଁ ବି ପର୍ସନଲ ନାଚିବାକୁ ପଡିବ ।

୪. କେତେକ ଦାମୀ ଖେଳରେ ଖେଳାଳି ମାନେ ଗାଡିରେ ନିଜ କୋଳରେ ଚୀୟର ଗର୍ଲଙ୍କୁ ବସାଇ ଆଣନ୍ତି । ଏହା ସେମାନଙ୍କ ପାଇଁ ବହୁତ ଅପମାନର ସମୟ ହୋଇଥାଏ । କିନ୍ତୁ ତାଙ୍କୁ ଏହି ସବୁ ମଧ୍ୟ କରିବାକୁ ପଡିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button